ବଜାରଦାଣ୍ଡି ଅଙ୍ଗନୱାଡିକେନ୍ଦ୍ରର ବ୍ୟାପକ ଦୁର୍ନୀତି ବିରୋଧରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅଭିଯୋଗ


କେନ୍ଦ୍ରାପଡ଼ା, ୭ା୫: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମପଞ୍ଚାୟତର ବଜାରଦାଣ୍ଡି ଅଙ୍ଗନୱାଡି କେନ୍ଦ୍ରରେ ହୋଇଥିବା ବ୍ୟାପକ ଦୁର୍ନୀତିର ତଦନ୍ତ ନିମନ୍ତେ ମହୁ ଗ୍ରାମର ଗଙ୍ଗାଧର ପାତ୍ରଙ୍କ ପତ୍ନୀ ମଞ୍ଜୁଲତା ପାତ୍ର ଆଜି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ହେଉଛି ଯେ ସେହି ଅଙ୍ଗନୱାଡି କେନ୍ଦ୍ରର କର୍ମୀ ସରକାରୀ ଯୋଜନାର ସହାୟତାକୁ ବାଟମାରଣା କରି ଲୁଟ କରିଚାଲିଛନ୍ତି । ସରକାରୀ ଯୋଜନାର ସମସ୍ତ ସହାୟତାକୁ ହିତାଧିକାରୀଙ୍କୁ ନଦେଇ କର୍ମୀ ନିଜେ ଲୁଟ କରିବା, କେନ୍ଦ୍ରରେ ଖୁବ କମ୍ ପିଲା ଥିବା ବେଳେ ୩୪ଜଣ ଥିବା କାଗଜପତ୍ରରେ ଦର୍ଶାଇ ସେବାବଦ ସରକାରୀ ଅର୍ଥ ଲୁଟ କରିବା, ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ବଣ୍ଟନ ନକରି ଆତ୍ମସାତ କରିବା, ରୋଷେଇ କରାନଯାଇ ମଧ୍ୟ କାଗଜପତ୍ରରେ ରୋଷେଇ ହେଉଥିବା ଦର୍ଶାଇ ସେ ବାବଦ ଅର୍ଥ ତୋଷରପାତ କରିବା ଭଳି ବହୁ ଗୁରୁତ୍ତର ଅଭିଯୋଗ ସଂପୃକ୍ତ ଅଙ୍ଗନୱାଡି କେନ୍ଦ୍ରର କର୍ମୀଙ୍କ ବିରୋଧରେ ଆଳି ବ୍ଲକର ଶିଶୁ ବିକାଶ ଯୋଜନା ଅଧିକାରୀଙ୍କ ନିକଟରେ ଗତ ୧୯.୦୩.୨୦୨୪ରିଖରେ ଗଙ୍ଗାଧର ପାତ୍ର ନାମକ ବ୍ୟକ୍ତି କରିବା ପରେ ସେହି ଅଭିଯୋଗ ଉପରେ କ୍ଷେତ୍ରପରିଦର୍ଶିକା ଶୁଭାଷିନୀ ନାୟକ ଏବଂ ପରେ ଶିଶୁ ବିକାଶ ଯୋଜନା ଅଧିକାରୀ ନିଜେ ତଦନ୍ତ କରିଥିଲେ । ତଦନ୍ତ ପରେ ସମସ୍ତ ଅଭିଯୋଗର ସତ୍ୟତା ଥିବା ଜଣାପଡିଥିଲା । ସୂଚନା ଅଧିକାର ଆଇନ ଅନୁଯାୟୀ ମିଳିଥିବା ତଥ୍ୟରେ କ୍ଷେତ୍ରପରିଦର୍ଶିକା ଗତ ତା୨୬.୦୩.୨୦୨୪ରିଖରେ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କୁ ପ୍ରଦାନ କରିଥିବା ତାଙ୍କ ତଦନ୍ତ ରିପୋର୍ଟରେ ଦର୍ଶାଇଛନ୍ତି ଯେ ସେହି ଅଙ୍ଗନୱାଡି କେନ୍ଦ୍ରରେ ସରକାରୀ ଯୋଜନାର ସହାୟତା ହିତାଧିକାରୀମାନେ ସଠିକ ଭାବେ ପାଉନାହାନ୍ତି ଏବଂ ସଂପୃକ୍ତ ଅଙ୍ଗନୱାଡି କର୍ମୀ କମିଟିକୁ କୈାଣସି କଥା ନଜଣାଇ ମନଇଛା କାର୍ଯ୍ୟ କରୁଛନ୍ତି । ଏହାପରେ ଶିଶୁ ବିକାଶ ଯୋଜନା ଅଧିକାରୀ ନିଜେ ତଦନ୍ତ କରି ଅଭିଯୋଗର ସତ୍ୟତା ଥିବା ଜାଣିବା ପରେବି ସଂପୃକ୍ତ ଅଙ୍ଗନୱାଡି କେନ୍ଦ୍ରର କର୍ମୀଙ୍କ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଅଦ୍ୟାବଧି ଗ୍ରହଣ କରୁନଥିବା ମଞ୍ଜୁଲତା ଅଭିଯୋଗ କରିଛନ୍ତି । ତେଣୁ ଅଙ୍ଗନୱାଡି କର୍ମୀ ସରକାରୀ ଅର୍ଥ ଆତ୍ମସାତ ଓ ବ୍ୟାପକ ଦୁର୍ନୀତି କରିଥିବାରୁ ତାଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ତାଙ୍କୁ ଗିରଫ କରାଯିବାକୁ ମଞ୍ଜୁଲତା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ସେହି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଙ୍କୁ ପ୍ରତିଶୃତି ଦେଇଥିବା ଜଣାପଡିଛି ।

 


Discover more from

Subscribe now to keep reading and get access to the full archive.

Continue reading