କେନ୍ଦ୍ରାପଡା, ୮ା୫: ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀଙ୍କ ପାଇଁ ଆଜି ୯ଟି ମନୋନୟନ ପତ୍ର କିଣାଯାଇଥିବା ବେଳେ ଜଣେ ପ୍ରାର୍ଥୀ ଆଜି ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ମନୋନୟନ ପତ୍ର କିଣିଥିବା ପ୍ର୍ରାର୍ଥୀମାନଙ୍କ ମଧ୍ୟରେ ୯୬-ପାଟକୁରା ବିଧାନସଭା କ୍ଷେତ୍ର ପାଇଁ ବହୁଜନ ସମାଜ ପାର୍ଟିର ଚିଦାନନ୍ଦ ପରିଡାଙ୍କ ନାମରେ ମନୋନୟନପତ୍ର କିଣାଯାଇଥିବା ବେଳେ ଭାରତୀୟ ଜାତୀୟ କଂଗ୍ରେସର ରତିକାନ୍ତ କାନୁନଗୋ ଏବଂ ସ୍ୱାଧୀନ ପ୍ରାର୍ଥୀ ରୋହିତ ରୋସନ କାନୁନଗୋଙ୍କ ନାମରେ ମନୋନୟନ ପତ୍ର କିଣାଯାଇଛି । ୯୭-କେନ୍ଦ୍ରାପଡା (ଅନୁସୂଚିତ ଜାତି) ବିଧାନସଭା କ୍ଷେତ୍ର ନିମନ୍ତେ ଭାରତୀୟ ଜନତା ପାର୍ଟିର ଗୀତାଞ୍ଜଳି ସେଠୀ, ଭାରତୀୟ ଜାତୀୟ କଂଗ୍ରେସର ସିପ୍ରା ମଲ୍ଲିକ ଓ ସ୍ୱାଧୀନ ପ୍ରାର୍ଥୀ ମୁରଲୀଧର ସେଠୀଙ୍କ ନାମରେ ମନୋନୟନ ପତ୍ର କିଣାଯାଇଛି । ୯୮-ଆଳି ବିଧାନସଭା କ୍ଷେତ୍ର ପାଇଁ ଭାରତୀୟ ଜାତୀୟ କଂଗ୍ରେସର ଦେବସ୍ମିତା ଶର୍ମା ଓ ଭାରତୀୟ ଜନତା ପାର୍ଟିର କିଶୋର କୁମାର ପଣ୍ଡାଙ୍କ ନାମରେ ମନୋନୟନ ପତ୍ର କିଣାଯାଇଥିବା ବେଳେ ୧୦୦-ମହାକାଳପଡା ବିଧାନସଭା କ୍ଷେତ୍ର ନିମନ୍ତେ ଆପ୍ ପ୍ରାର୍ଥୀ ଦେବାଶିଷ ଦାଶଙ୍କ ନାମରେ ମନୋନୟନ ପତ୍ର କିଣାଯାଇଛି । ସେହିଭଳି ୧୫-କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ନିମନ୍ତେ ସ୍ୱାଧୀନ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ମହାନ୍ତି ଓ ସମାଜବାଦୀ ପାର୍ଟି, ଓଡିଶାର ରବିନ୍ଦ୍ରନାଥ ବେହେରାଙ୍କ ନାମରେ ମନୋନୟନ ପତ୍ର କିଣାଯାଇଥିବା ସୂଚନା ମିଳିଛି । ୯୬-ପାଟକୁରା ବିଧାନସଭା କ୍ଷେତ୍ର ନିମନ୍ତେ ମାନସ ଲୋକଶକ୍ତି ଦଳ ପକ୍ଷରୁ ବରଦା ପ୍ରସାଦ ମଲ୍ଲିକ ଆଜି ମନୋନୟନ ପତ୍ର ଦାଖଲ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ୧୫-କେନ୍ଦ୍ରାପଡା ଲୋକସଭା କ୍ଷେତ୍ରର ରିଟର୍ଣ୍ଣିଂ ଅଫିସର ଭାବେ ସୂର୍ଯ୍ୟବଂଶୀ ମୟୂର ବିକାଶ ନିଯୁକ୍ତି ପାଇଥିବା ବେଳେ ୯୬-ପାଟକୁରା ଓ ୯୭-କେନ୍ଦ୍ରପଡା(ଅନୁସୂଚିତ ଜାତି) ବିଧାନସଭା କ୍ଷେତ୍ରର ରିଟର୍ଣ୍ଣିଂ ଅଫିସର ଭାବେ ରବିନ୍ଦ୍ର କୁମାର ପ୍ରଧାନ, ୯୮-ଆଳି ବିଧାନସଭା କ୍ଷେତ୍ରର ରିଟର୍ଣ୍ଣିଂ ଅଫିସର ଭାବେ ପିତାମ୍ବର ସାମଲ, ୯୯-ରାଜନଗର ବିଧାନସଭା କ୍ଷେତ୍ରର ରିଟର୍ଣ୍ଣିଂ ଅଫିସର ଭାବେ ନିଲୁ ମହାପାତ୍ର ଓ ୧୦୦-ମହାକାଳପଡା ବିଧାନସଭା କ୍ଷେତ୍ରର ରିଟର୍ଣ୍ଣିଂ ଅଫିସର ଭାବେ ଅଶୋକ କୁମାର ଦାସ ନିଯୁକ୍ତି ପାଇଛନ୍ତି । ଗତ ୭ ତାରିଖରୁ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଥିବା ମନୋନୟନ ପତ୍ର ଦାଖଲର ଶେଷ ତାରିଖ ଚଳିତମାସ ୧୪ ତାରିଖ ରହିଛି । ୧୫ ତାରିଖରେ ମନୋନୟନ ପତ୍ର ଯାଞ୍ଚ କରାଯିବାକୁ ଥିବାବେଳେ ୧୭ତାରିଖ ସୁଦ୍ଧା ମନୋନୟନ ପତ୍ର ପ୍ରତ୍ୟାହାର କରାଯାଇପାରିବ । ଆସନ୍ତା ଜୁନ୍ ୧ ତାରିଖରେ ଭୋଟ୍ଗ୍ରହଣ ହେବାକୁ ଥିବା ବେଳେ ଜୁନ୍ ୪ ତାରିଖରେ ଭୋଟ୍ ଗଣତି କରାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
kanikanews.in
Next Post
ପ୍ରବଳ ଗ୍ରୀଷ୍ମପ୍ରବାହ ବେଳେ ପାନୀୟଜଳରୁ ବଞ୍ଚିତ ଆୟତପୁର ପଞ୍ଚାୟତବାସୀ , ଉଚ୍ଚକ୍ଷମତା ସମ୍ପନ୍ନ ପାଣିଟାଙ୍କି ଥାଇବି ଯୋଗାଣ ବନ୍ଦ
Wed May 8 , 2024
କେନ୍ଦ୍ରାପଡା, ୮ା୫: ୧ଲକ୍ଷ ଲିଟରର ଉଚ୍ଚକ୍ଷମତା ସମ୍ପନ୍ନ ପାଣିଟାଙ୍କି ଥାଇବି ଗତ ଦୁଇଦିନ ହେବ ପ୍ରବଳ ଗ୍ରୀଷ୍ମପ୍ରବାହ ବେଳେ ପିଇବା ପାଣିରୁ ବଞ୍ଚିତ ହୋଇ ଡହଳବିକଳ ହେଉଛନ୍ତି ଆୟତପୁର ପଞ୍ଚାୟତବାସୀ । ଏ ନେଇ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଜନର ନିର୍ବାହୀ ଯନ୍ତ୍ରୀ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଆୟତପୁର ପଞ୍ଚାୟତର ବାଳିସିଙ୍ଗି ଓ ଆୟତପୁର […]

You May Like
- 1 year ago
ଗଛରେ ପିଟି ହେଲା ବୋଲେରୋ: ୩ମୃତ ୪ଗୁରୁତ୍ତର
- 11 months ago
କେନ୍ଦ୍ରାପଡାରେ ସ୍ୱାୟତ୍ତଶାସନ ଦିବସ ପାଳିତ