କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଞ୍ଚଳର ୭ଟି ପଂଚାୟତ ପକ୍ଷରୁ ରାଜ୍ୟ ବିଜେଡିର ନବନିଯୁକ୍ତ ସାଧାରଣସମ୍ପାଦକ ବିଜୟ କେତନ ସ୍ୱାଇଁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ଟାଣୁଆ ନେତା ତଥା ପଟ୍ଟାମୁଣ୍ଡାଇ -ରାଜନଗର ବିକାଶ ପରିଷଦ ପ୍ରତିଷ୍ଠାତା ଶ୍ରୀ ସ୍ୱାଇଁ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଦୁର୍ବାର ଆନ୍ଦୋଳନ କରି ସମଗ୍ର ଓଡିଶାର ରାଜନୈତିକ ମହଲରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ର ଜୀବନରୁ ରାଜନୀତିରେ ଯୋଗ ଦେଇଥିବା ଶ୍ରୀ ସ୍ୱାଇଁ କିଛି ବର୍ଷ ପାଇଁ ବିଜେଡି ଦଳର କାର୍ଯ୍ୟକ୍ରମରୁ ଦୁରେଇ ରହିଥିଲେ ମଧ୍ୟ ସମାନ ବିଚାରଧାରା ପାଇଁ ନିକଟରେ ଭୁବନେଶ୍ୱର ଠାରେ ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଥିଲେ । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତାଙ୍କୁ ରାଜ୍ୟ ବିଜେଡିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଲା ପରେ ତାଙ୍କୁ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ୭ଟି ପଂଚାୟତ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀସ୍ୱାଇଁ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ନାହିଆଡିଆ ଠାରେ ପହଂଚିବା ମାତ୍ରେ ଶହ ଶହ ବିଜେଡି ନେତା ଓ କର୍ମକର୍ତ୍ତା ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ଏକ ବିରାଟ ଶୋଭାଯାତ୍ରାରେ ଅଣ୍ଢରା କଲ୍ୟାଣ ମଣ୍ଡପ ସମ୍ବର୍ଦ୍ଧନା ସଭାସ୍ଥଳକୁ ପାଛୋଟି ନେଇଥିଲେ । ଶିକ୍ଷାବିତ ରାଜକୁମାର ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅଣ୍ଢରା ସମବାୟ ସମିତି ସଭାପତି ବୃନ୍ଦାବନ ମଲ୍ଲିକ, ସରପଞ୍ଚ ରଶ୍ମିତା ଜେନା, ପେଣ୍ଠପାଳ ସମିତି ସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳ, ସିଂହଗାଁ ସମିତି ସଭ୍ୟ ଅଭୟ ସ୍ୱାଇଁ, ଅମୃତମଣୋହି ସମିତି ସଭ୍ୟା ଅନ୍ନପୂର୍ଣ୍ଣା ମଲ୍ଲିକ, ତରଡ଼ିପାଳ ସମିତି ସଭ୍ୟ ନିରଞ୍ଜନ ବାରିକ, ପୂର୍ବତନ ସରପଞ୍ଚ ବସନ୍ତ ସ୍ୱାଇଁ, କୁଳମଣି ମଲିକ, ପୂର୍ବତନ ସମିତି ସଭ୍ୟ ହୃଷିକେଶ ରାଉତ,ବରିଷ୍ଠ ନେତା ଗଗନ ମହାଳିକ, ରବୀନ୍ଦ୍ର ପରିଡା, ବିଜୟ ମଲ୍ଲିକ, ଅଶୋକ ମଲ୍ଲିକ, ସିଦ୍ଧାର୍ଥ ଦାସ, ରତ୍ନାକର ପରିଡା, ଉମେଶ ମହାନ୍ତି, ଅଶୋକ ବିଶ୍ୱାଳ ପ୍ରମୁଖ ବହୁ ବିଜେଡି ନେତା ଓ କର୍ମକର୍ତ୍ତା ଭାଷଣ ଦେଇ ଶ୍ରୀ ସ୍ୱାଇଁ ରାଜନୈତିକ ଦକ୍ଷତା ଓ ଅଂଚଳର ସମସ୍ୟା ସମାଧାନ କ୍ଷେତ୍ରରେ ଅବଦାନ ସମ୍ପର୍କରେ ଉଲ୍ଲେଖ କରି ପୁଷ୍ପ ଗୁଚ୍ଛ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସମ୍ବର୍ଦ୍ଧନା ସଭାରେ ଭାଷଣ ଦେଇ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ସ୍ୱାଇଁ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ସମସ୍ୟା ସମାଧାନ ଦିଗରେ ସରକାରୀ ସ୍ତରରେ ନିଜର ଉଦ୍ୟମ ଅବ୍ୟାହତ ରଖିବେ ବୋଲି ପ୍ରକାଶ କରିଥିଲେ । ଶେଷରେ ଅଭୟ ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜାନକୀ ବିଶ୍ୱାଳ, ସରୋଜକାନ୍ତ ଦାସ, ପୂର୍ଣ୍ଣ ଚନ୍ଦ୍ର ନାୟକ, ପ୍ରଶାନ୍ତ ଜେନା,ବିଶ୍ୱଜିତ ମହାନ୍ତି, ଅନୋଜ ରାଉତ, ହେମନ୍ତ ମହାନ୍ତି, ଦୀପ୍ତି ରଞ୍ଜନ ଦାସ ଓ ସୁରେଶ ଦାସ ପରିଚାଳନା କରିଥିଲେ ।
kanika odisha
Next Post
ଗୋପ୍ତିରାରେ ଅଷ୍ଟମ ପ୍ରହର ନାମଯଜ୍ଞ ଓ ପିତା ମାତା ପୂଜନ
Wed May 8 , 2024
ପଟ୍ଟାମୁଣ୍ଡାଇ ତା ୮/୫-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗୋପ୍ତିରା ଗ୍ରାମରେ ଥିବା ସର୍ବପୁରାତନ ଗାଦିରେ ଗତ ୩ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅଷ୍ଟମ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବେଦଜ୍ଞ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା ଵିଧିମତେ ସମସ୍ତ କାର୍ଯ୍ୟକ୍ରମ କରାଯାଇଥିଲା । କର୍ତ୍ତା ଭାବେ ରାଜକିଶୋର ଦାସ ସମସ୍ତ ନୀତିକ୍ରାନ୍ତି ସମ୍ପନ୍ନ କରିଥିଲେ । ପ୍ରଥମେ ଅଧିବାସ, ନାମ ଯଜ୍ଞ, ନଗର କୀର୍ତ୍ତନ କରାଯାଇଥିଲା। […]

KANIKA
- 2 years ago
ଦଧିବାମନଜୀଉ ସଂସ୍କୃତ ମହାବିଦ୍ୟାଳୟରେ ସ୍ୱାଗତ ଉତ୍ସବ
- 3 years ago
ଖଡ଼ିଅଂଟା ପଂଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ
- 4 months ago
ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିର ୧୩ତମ ବାର୍ଷିକ କ୍ରୀଡା ଉତ୍ସବ
- 3 years ago
କୃଷିବିଜ୍ଞାନ କେନ୍ଦ୍ର ପକ୍ଷରୁ ତାଲିମ ଶିବିର
- 5 months ago
ପୁନର୍ବାସ ପକ୍ଷରୁ ସଚେତନତାଧର୍ମୀ ଚିତ୍ରାଙ୍କନ ପ୍ରତିଯୋଗିତା
- 3 years ago
ନିଖୋଜ ଯୁବକଙ୍କ ମୃତଦେହ ନଦୀରୁ ଉଦ୍ଧାର










