ଆପ ନେତା ଅଶୋକଙ୍କ ଶୋଭାଯାତ୍ରା


ଡେରାବିଶ, ୧୦/୫– ଚଳିତ ସାଧାରଣ ନିର୍ବାଚନରେ ତିନି ପ୍ରମୁଖ ଦଳ ବିଜେଡ଼ି, କଂଗ୍ରେସ ଓ ଭାଜପା ପ୍ରାର୍ଥୀ ଦେଇଥିବା ବେଳେ ପ୍ରଥମ ଥର ପାଇଁ ଜାତୀୟ ଦଳ ଭାବେ ପରିଚିତ ଆପ୍‌ରୁ ବିଶିଷ୍ଟ ଶ୍ରମିକ ନେତା ଅଶୋକ କୁମାର ତ୍ରିପାଠୀ ତାଙ୍କର ନାମାଙ୍କନ ପତ୍ର ଦାଖଲ ପାଇଁ ଡେରାବିଶ ବ୍ଳକ ଅଧୀନ ଚାନ୍ଦୋଳ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ କେନ୍ଦ୍ରାପଡ଼ା ଅଭିମୁଖେ ଯାଇଥିଲେ । ଜଣେ ଦକ୍ଷ ସଂଗଠକ ଭାବେ ପରିଚିତ ଅଶୋକ ନିଖିଳ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଅଛନ୍ତି । ପୂର୍ବରୁ ସେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳରେ ରାଜନୈତିକ କ୍ୟାରିଅର ଆରମ୍ଭ କରି ନିଜର ପତିଆରା ସୃଷ୍ଟି କରିଛନ୍ତି । ଆଜିର ଏହି ଶୋଭାଯାତ୍ରାରେ ନିର୍ମାଣ ଶ୍ରମିକ ସଂଘର ବହୁ ସଦସ୍ୟଙ୍କ ସମେତ ମହିଳା ଓ ସାଧାରଣ ବର୍ଗର ଲୋକଙ୍କୁ ସାମିଲ କରାଯାଇଥିବା ଦେଖିବାକୁ ମିଳିଥିଲା ।


Next Post

ଆପ ଜିତିଲେ ପାଟକୁରା ସମସ୍ୟାର ସମାଧାନ ବାଟ ଫିଟିବ,ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀଙ୍କ ଖବରଦାତା ସମ୍ମିଳନୀ

Sat May 11 , 2024
କେନ୍ଦ୍ରାପଡା, ୧୧ା୫ – ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଜିତିଲେ ପାଟକୁରା ଅଂଚଳର ବିଭିନ୍ନ ସମସ୍ୟାର ସମାଧାନ ବାଟ ଫିଟି ପାରିବ ସହିତ ଅଂଚଳର ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ଚାନ୍ଦୋଳସ୍ଥିତ ଏକ ବେସରକାରୀ ମଣ୍ଡପରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଯୋଗଦେଇ ପାଟକୁରା ବିଧାନସଭା କ୍ଷେତ୍ରର ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ତଥା ଶ୍ରମିକ ନେତା ଅଶୋକ କୁମାର ତ୍ରିପାଠୀ କହିଛନ୍ତି । ଦୀର୍ଘ ବର୍ଷ ଧରି ପାଟକୁରାକୁ […]

KANIKA