ଆପ ନେତା ଅଶୋକଙ୍କ ଶୋଭାଯାତ୍ରା


ଡେରାବିଶ, ୧୦/୫– ଚଳିତ ସାଧାରଣ ନିର୍ବାଚନରେ ତିନି ପ୍ରମୁଖ ଦଳ ବିଜେଡ଼ି, କଂଗ୍ରେସ ଓ ଭାଜପା ପ୍ରାର୍ଥୀ ଦେଇଥିବା ବେଳେ ପ୍ରଥମ ଥର ପାଇଁ ଜାତୀୟ ଦଳ ଭାବେ ପରିଚିତ ଆପ୍‌ରୁ ବିଶିଷ୍ଟ ଶ୍ରମିକ ନେତା ଅଶୋକ କୁମାର ତ୍ରିପାଠୀ ତାଙ୍କର ନାମାଙ୍କନ ପତ୍ର ଦାଖଲ ପାଇଁ ଡେରାବିଶ ବ୍ଳକ ଅଧୀନ ଚାନ୍ଦୋଳ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ କେନ୍ଦ୍ରାପଡ଼ା ଅଭିମୁଖେ ଯାଇଥିଲେ । ଜଣେ ଦକ୍ଷ ସଂଗଠକ ଭାବେ ପରିଚିତ ଅଶୋକ ନିଖିଳ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଅଛନ୍ତି । ପୂର୍ବରୁ ସେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳରେ ରାଜନୈତିକ କ୍ୟାରିଅର ଆରମ୍ଭ କରି ନିଜର ପତିଆରା ସୃଷ୍ଟି କରିଛନ୍ତି । ଆଜିର ଏହି ଶୋଭାଯାତ୍ରାରେ ନିର୍ମାଣ ଶ୍ରମିକ ସଂଘର ବହୁ ସଦସ୍ୟଙ୍କ ସମେତ ମହିଳା ଓ ସାଧାରଣ ବର୍ଗର ଲୋକଙ୍କୁ ସାମିଲ କରାଯାଇଥିବା ଦେଖିବାକୁ ମିଳିଥିଲା ।


Discover more from

Subscribe now to keep reading and get access to the full archive.

Continue reading