ଆପ ଜିତିଲେ ପାଟକୁରା ସମସ୍ୟାର ସମାଧାନ ବାଟ ଫିଟିବ,ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀଙ୍କ ଖବରଦାତା ସମ୍ମିଳନୀ


କେନ୍ଦ୍ରାପଡା, ୧୧ା୫ – ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଜିତିଲେ ପାଟକୁରା ଅଂଚଳର ବିଭିନ୍ନ ସମସ୍ୟାର ସମାଧାନ ବାଟ ଫିଟି ପାରିବ ସହିତ ଅଂଚଳର ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ଚାନ୍ଦୋଳସ୍ଥିତ ଏକ ବେସରକାରୀ ମଣ୍ଡପରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଯୋଗଦେଇ ପାଟକୁରା ବିଧାନସଭା କ୍ଷେତ୍ରର ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ତଥା ଶ୍ରମିକ ନେତା ଅଶୋକ କୁମାର ତ୍ରିପାଠୀ କହିଛନ୍ତି । ଦୀର୍ଘ ବର୍ଷ ଧରି ପାଟକୁରାକୁ ଶାସନ କରି ଆସିଥିବା ନେତାମାନେ ଅଂଚଳବାସୀଙ୍କ ପାଇଁ ସେଭଳି କିଛି ଆଖି ଦୃଶିଆ ବିକାଶ କରିବାକୁ ସମର୍ଥ ହୋଇ ପାରି ନାହାନ୍ତି । କେବଳ ଲୋକମାନଙ୍କୁ ହାତି ଦେବୁ ଘୋଡା ଦେବୁ କହି ଭୁଆଁ ବୁଲାଇ ଆସିବା ହିଁ ସାର ହୋଇଛି । ଏ ଅଂଚଳର ବିଦ୍ୟାଳୟ ଗୁଡିକରେ ଶିକ୍ଷକ ନଥିବା ବେଳେ ଡାକ୍ତରଖାନାରେ ଡାକ୍ତର ନାହାନ୍ତି କି ମହାବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନାହାନ୍ତି । ଫଳରେ ଅଂଚଳବାଦସୀ ବିଭିନ୍ନ ସମସ୍ୟା ଭିତର ଦେଇ ଗତି କରୁଛନ୍ତି । ଶାସନ ଗାଦିରେ ବସିଥିବା ନେତା ଓ କର୍ମୀମାନେ କେବଳ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡି ରହିଛନ୍ତି । ଏଣୁ ପାଟକୁରା ଅଂଚଳର ସାମୁହିକ ବିକାଶ ପାଇଁ ଆମ୍ ଆଦମୀ ପାର୍ଟିର ବିଧାୟକ ପ୍ରାର୍ଥୀ ଅଶୋକ କୁମାର ତ୍ରିପାଠୀଙ୍କୁ ଝାଡୁ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇଲେ ରାଜ୍ୟ ତଥା ପାଟକୁରା ଅଂଚଳରେ ଭ୍ରଷ୍ଟାଚାର ଓ ଦୁର୍ନୀତି ଲୋପ ପାଇବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପିଇବା ପାଣି, ବେରୋଜଗାର ଓ କୃଷକଙ୍କ ସମସ୍ୟାର ସମାଧାନ ହେବା ସହିତ ମହିଳା ସଶକ୍ତିକରଣ ସଠିକ ଭାବରେ ହୋଇପାରିବ ବୋଲି ପାର୍ଥୀ ତ୍ରିପାଠୀ ଦୃଢୋକ୍ତି ପ୍ରକାଶ କରିଥିଲେ । ତେଣୁ ନୂତନ ଦଳ, ନୂତନ ଚିହ୍ନ, ନୂତନ ନେତା ଓ ନୂତନ ପ୍ରାର୍ଥୀଙ୍କୁ ଭୋଟ ଦେଇ ଏକ ପରିବର୍ତନ ଆଣିବାକୁ ତ୍ରିପାଠୀ ଭୋଟରମାନଙ୍କୁ ନିବେଦନ ଦେଇଥିଲେ । ଏହି ସମ୍ମିଳନୀରେ ମନୋଜ ସାହୁ ଓ ପଦ୍ମଲୋଚନ ପରିଡାଙ୍କ ସମେତ ଆମ୍ ଆଦମୀ ପାର୍ଟିର ବହୁ କର୍ମୀ ଉପସ୍ଥିତ ଥିଲେ ।


Next Post

ଯୁବ ଭାରତ କୃଷକ ସଙ୍ଘର ବାର୍ଷିକ ଉତ୍ସବ ଓ କୃଷକମାନଙ୍କ ସାମସ୍ୟା ଉପରେ ଆଲୋଚନାଚକ୍ର ଅନୁଷ୍ଠିତ

Sat May 11 , 2024
କେନ୍ଦ୍ରାପଡା, ୧୧ା୫: ପବିତ୍ର ଅକ୍ଷୟତୃତୀୟା ଅବସରରେ ତମାଳଶାସନସ୍ଥିତ ଶ୍ରୀ ଶ୍ରୀ ଦଧିବାମନଜୀଉ ମନ୍ଦିର ପରିସରରେ ଯୁବ ଭାରତ କୃଷକ ସଙ୍ଘ, କେନ୍ଦ୍ରାପଡାର ବାର୍ଷିକ ଉସରବ ଓ କୃଷକମାନଙ୍କ ସମସ୍ୟା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ରାଜ୍ୟ ସଭାପତି ପ୍ରଭାକର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ କେନ୍ଦ୍ରାପଡା ସଙ୍ଘର ସଭାପତି ରଞ୍ଜନ କୁମାର ରାଉତ, ରାଜ୍ୟ ମୁଖ୍ୟ ଉପଦେଷ୍ଟା କୁଳମଣି ଶୁକ୍ଳା, ଜିଲ୍ଲା ମୁଖ୍ୟ ଉପଦେଷ୍ଟା […]

KANIKA