ପଟ୍ଟାମୁଣ୍ଡାଇ କୋଟରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ


ପଟ୍ଟାମୁଣ୍ଡାଇ ତାଲୁକ ଆଇନି ସେବା ପ୍ରାଧିକରଣ ଆନୁକୂଲ୍ୟରେ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟରେ ଦ୍ୱିତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ତାଲୁକ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ସିନିଅର ସିଭିଲ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକ ଅଦାଲତରେ ୧୨୬ ଗୋଟି ପଞ୍ଜିକୃତ ମାମଲା ମଧ୍ୟରୁ ୨୪ ଗୋଟି ମାମଲାର ସମାଧାନ କରାଯାଇ ମୋଟ ୧ ଲକ୍ଷ ୨ ହଜାର ୫୯୦ ଟଙ୍କାର ଅର୍ଥରାଶି ଆଦାୟ କରାଯାଇଛି । ମାମଲା ଗୁଡିକ ମଧ୍ୟରୁ ଫୋଜଦାରୀ, ଚେକ ବାଉନ୍ସ, ଦେୱାନୀ, ଜମିଅଧିକରଣ ଓ ଅନ୍ୟାନ୍ୟ ମାମଲା ଅର୍ନ୍ତଭୁକ୍ତ ଅଛି । ଏହି ଅଦାଲତରେ ବାର ସଭାପତି ତପନ ମିଶ୍ର, ଉପସଭାପତି ସୁରେଶ ନରେନ୍ଦ୍ର, କୋଷାଧ୍ୟକ୍ଷ ଧୀରେନ୍ଦ୍ର ନାଥ ସାହୁ ସମେତ ଅନ୍ୟ ବରିଷ୍ଠ ଆଇନୀଜୀବୀ ମାନେ ସହଯୋଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading