ବିରାଟ ଶୋଭାଯାତ୍ରାରେ ନାମାଙ୍କନ କରିବାକୁ ଆସିଲେ ମାହାଙ୍ଗା ବିଜେଡି ବିଧାୟକ ପ୍ରାର୍ଥୀ, ନାମାଙ୍କନ ନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଫେରିଲେ 


ମାହାଙ୍ଗା ବିଜେଡି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ଆଜି ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନାମାଙ୍କନ କରିବାକୁ ଆସିଥିଲେ । ହେଲେ ନାମାଙ୍କନ ନ କରି ସେ ଫେରି ଆସିଛନ୍ତି । ତେବେ ନାମାଙ୍କନ କାହିଁକି କଲେ ନାହିଁ ଓ କଣ ପାଇଁ ଫେରିଆସିଲେ ତାହାର କାରଣ ସ୍ପଷ୍ଟ ହୋଇନାହିଁ । ସେ ହଜାର ହଜାର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନ ନ କରି ଫେରିଆସିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏନେଇ ମାହାଙ୍ଗା ରାଜନୀତି ଜୋର ଧରିଥିବା ବେଳେ କାହିଁକି ଅଙ୍କିତ ନାମାଙ୍କନ ଭରିଲେ ନାହିଁ ତାହା କେହି ସ୍ପଷ୍ଟଭାବେ କହିପାରୁନାହାଁନ୍ତି ।


ସୂଚନା ଅନୁସାରେ, ମାହାଙ୍ଗା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଅଙ୍କିତ ଜେନା ଆଜି ସକାଳ ପ୍ରାୟ ୧୦ଟାରେ ନିଜର ସମର୍ଥକଙ୍କ ସହ ବିଶାଳ ପଟୁଆରରେ ବାହାରି ପଂଚମୁଖୀ ହନୁମାନ ମନ୍ଦିର, ଏସପି ଅଫିସ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚିଥିଲେ । ଅଙ୍କିତଙ୍କ ସହ ତାଙ୍କ ପିତା ମାହାଙ୍ଗା ବିଧାୟକ ପ୍ରତାପ ଜେନା ମଧ୍ୟ ଏହି ବିଶାଳ ଶୋଭାଯାତ୍ରାରେ ନାମାଙ୍କନ ପତ୍ର ଦାଖଲ ପାଇଁ ଯାଇଥିଲେ ।

 


Next Post

ମାହାଙ୍ଗା ବିଧାନସଭା ଆସନରୁ ପ୍ରାର୍ଥୀର୍ପତ୍ର ଦାଖଲ କଲେ ଅଙ୍କିତ

Tue May 14 , 2024
ମାହାଙ୍ଗା ବିଧାନସଭା ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ବେଳେ ବାପା ପ୍ରତାପ ଜେନାଙ୍କ ସହ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ସୂଚନା ଯୋଗ୍ୟ, ସୋମବାର ଅଙ୍କିତ ଶୋଭାଯାତ୍ରାରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆସିଥିଲେ । ହେଲେ ଶୁଭମୁହୁର୍ତ୍ତ ଗଡି ଯିବାରୁ ନାମାଙ୍କନ ନ ଭରି ଫେରିଯାଇଥିଲେ । ମଙ୍ଗଳବାର ପୁଣି ଶୋଭାଯାତ୍ରାରେ ଆସି ନାମାଙ୍କନ […]

KANIKA