ଭିଜିଲାନ୍ସ ଜାଲରେ ମହାକାଳପଡା ତହସିଲର ଆର୍‌.ଆଇ. ଓ ଅମିନ


କେନ୍ଦ୍ରାପଡ଼ା, ୧୫ା୫: ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ତହସିଲ କାର୍ଯ୍ୟାଳୟର ଅମିନ ଉମାକାନ୍ତ ବେହେରା ଓ କେଆରବାଙ୍କ ରାଜସ୍ୱ ନୀରିକ୍ଷକ ସୁଦର୍ଶନ ନାୟକଙ୍କୁ ଆଜି ଭିଜିଲାନ୍ସ ବିଭାଗ ଗିରଫ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ ମହାକାଳପଡା ପଞ୍ଚାୟତ ଅଧିନସ୍ଥ କେୟାରବ୍ୟାଙ୍କ ଗ୍ରାମର ସୁଶାନ୍ତ ବିଶ୍ୱାଳ ଏକ ଜମିର ଡିମାରକେଶନ ରିପୋର୍ଟ ନିମନ୍ତେ ଗତ ଏକମାସ ହେବ ଦୈାଡି ଦୈାଡି ନିରାଶ ହେବା ପରେ କେଆରବାଙ୍କ ରାଜସ୍ୱ ନୀରିକ୍ଷକ ଶ୍ରୀ ନାୟକ ଓ ଅମିନ ଶ୍ରୀ ବେହେରା ଅଭିଯୋଗକାରୀଙ୍କ ଠାରୁ ୨ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଅଭିଯୋଗକାରୀ ଜଣେ ଗରିବ ଲୋକ ହୋଇଥିବାରୁ ଏତେଟଙ୍କା ଦେଇନପାରି ଏସମ୍ପର୍କରେ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଆଧାରକରି କେଶ ନମ୍ବର -୧୨/୨୦୨୪ରେ ଏକ ମାମଲା ରୁଜୁ କରାଯାଇଥିଲା । ଆଜି ସେହି ମାମଲାରେ କେୟାରବାଙ୍କ ରାଜସ୍ୱ ନିରୀକ୍ଷକଶ୍ରୀ ନାୟକଙ୍କ ନିର୍ଦେଶରେ ଅମୀନ ଶ୍ରୀ ବେହେରା ଅଭିଯୋଗକାରୀଙ୍କ ଠାରୁ ରସାୟନିକ ଦ୍ରବ୍ୟ ମରାଯାଇଥିବା ୨ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଉଭୟ ଗିରଫ ହୋଇଥିଲେ । ଉଭୟ ଅଭିଯୁକ୍ତଙ୍କୁ କଟକ ଭିଜିଲାନ୍ସ ଏସପିଙ୍କ କାର୍ଯ୍ୟାଳୟକୁ ନିଆଯାଇଥିବା ୁଜଣାପଡିଛି । ଉଭୟଙ୍କ କାର୍ଯ୍ୟାଳୟ, ଭଡାଘର ଓ ପୈତୃକ ବାସସ୍ଥାନରେ ଭିଜିଲାନ୍ସ ବିଭାଗ ଦ୍ୱାରା ଚଢାଉ ଯାରି ରହିଥିବା ଜଣାପଡିଛି ।


Next Post

ବ୍ୟାଙ୍କ ଆକାଉଣ୍ଟରୁ ୩ଲକ୍ଷ ୬୬ହଜାର ଟଙ୍କା ଗାଏବ

Thu May 16 , 2024
କେନ୍ଦ୍ରାପଡ଼ା, ୧୫ା୫: କେନ୍ଦ୍ରାପଡା ପୈାରସଂସ୍ଥାର ଭାରତୀୟ ଷ୍ଟେଟବ୍ୟାଙ୍କ କେନ୍ଦ୍ରାପଡା ବଜାର ଶାଖାରେ ଥିବା ପାସବୁକରୁ ୩ଲକ୍ଷ ୬୬ହଜାର ୨୭ଟଙ୍କା କେହି ୭ଟି ଚେକ ମାଧ୍ୟମରେ ଉଠାଇ ନେଇଥିବା ନେଇ ପୈାର ନିର୍ବାହୀ ଅଧିକାରୀ ଆଶୁତୋଷ ଗୈାରବ କର କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ସେହି ଅଭିଯୋଗକୁ ଭିତ୍ତିକରି ଥାନା କେଶ ନମ୍ବର- ୯୭/୨୦୨୪ରେ ଆଇ.ପି.ସି.ର ୪୨୦ଦଫାରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ପୈାରନିର୍ବାହୀ ଅଧିକାରୀଙ୍କ […]

You May Like