ପଟ୍ଟାମୁଣ୍ଡାଇ ଏମ.ଏନ ହାଇସ୍କୁଲ ୮୨ତମ ପ୍ରତିଷ୍ଠା ଦିବସ

ପଟ୍ଟାମୁଣ୍ଡାଇ ଏମ.ଏନ ହାଇସ୍କୁଲ ୮୨ତମ ପ୍ରତିଷ୍ଠା ଦିବସ-min


ପଟ୍ଟାମୁଣ୍ଡାଇ ୧୪ା୧- ପଟ୍ଟାମୁଣ୍ଡାଇ ଅଚଂଳର ସର୍ବପୁରାତନ ଗୌରବମୟ ସରକାରୀ ଶିକ୍ଷାନୁଷ୍ଠାନ ଏମ.ଏନ ହାଇସ୍କୁଲର ୮୨ତମ ପ୍ରତିଷ୍ଠା ଦିବସ ପୁରାତନ ଛାତ୍ରସଂସଦ ପକ୍ଷରୁ ପାଳିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଜୟ କୁମାର ରାଉତରାୟଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ପୁରାତନ ଛାତ୍ର ସଂସଦ ଉପସଭାପତି ବିଜୟ କୁମାର ସାହୁ, ସମ୍ପାଦକ ପ୍ରାକ୍ତନ ପ୍ରଧାନଶିକ୍ଷକ କଣ୍ଡୁରି ଚରଣ ସ୍ୱାଇଁ, କୋଷାଧ୍ୟକ୍ଷ ଗୋପୀନାଥ ତ୍ରିପାଠୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତପନ ଦାଶ, ଉପଦେଷ୍ଟା ଇଂ ତପନ ପାତ୍ର, ଉପସଭାପତି ରାଜେନ୍ଦ୍ର କୁମାର ଦାଶ ଅତିଥି ଭାବେ ଯୋଗଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସରୋଜ କୁମାର ସ୍ୱାଇଁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସଞ୍ଜୟ ବର୍ମା , ଶିକ୍ଷକ ତାପସ ବେହେରା, ଅନିଲ ଦାସ, ମନସ୍ୱନୀ ମହାନ୍ତି, ଗୋମତୀ ସ୍ୱାଇଁ, ଅନୀତା ଧଳ,ଶୈଳବାଳା ଆଚାର୍ଯ୍ୟ, ଜ୍ୟୋର୍ତିଲକ୍ଷ୍ମୀ ବେହେରା, ଗାୟତ୍ରୀ ସାହୁ ପ୍ରମୁଖ ପୁରାତନ ଛାତ୍ରୀଛାତ୍ରୀ ଓ ଶିକ୍ଷୟିତ୍ରୀଶିକ୍ଷକ ଯୋଗଦାନ କରି ଏହି ପୁରାତନ ଶିକ୍ଷାନୁଷ୍ଠାନ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟର ଗୌରବମୟ ଇତିହାସ ବିଷୟରେ ଆଲୋକପାତ କରିବା ସହିତ ବିଦ୍ୟାଳୟ ପ୍ରତିଷ୍ଠାତା ସଦସ୍ୟ ମାନଙ୍କୁ କୃତଜ୍ଞତା ଜଣାଇଥିଲେ ।ପୁରାତନ ଛାତ୍ରୀଛାତ୍ର ଭାବରେ ଉକ୍ତ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ । ସଭା ପ୍ରାରମ୍ଭରେ ଜଗତରନାଥ ଜଗନ୍ନାଥଙ୍କୁ ପୂର୍ଜାଚନା ଅର୍ପଣ ପରେ ବିଦ୍ୟାଳୟର ପ୍ରତିଷ୍ଠାତା ଦିବପ୍ସଗତ ମନ୍ମଥନାଥ ମିତ୍ରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ଇହଲୀଳା ସମ୍ବରଣ କରିଥିବା ପୁରାତନ ଛାତ୍ରୀଛାତ୍ର ମାନଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।ଶେଷରେ ବରିଷ୍ଠା ଶିକ୍ଷୟିତ୍ରୀ ଅନୀତା ଧଳ ଧନ୍ୟବାଦ ଅର୍ପଣ କରିଥିଲେ ।