ବ୍ୟାଙ୍କ ଆକାଉଣ୍ଟରୁ ୩ଲକ୍ଷ ୬୬ହଜାର ଟଙ୍କା ଗାଏବ


କେନ୍ଦ୍ରାପଡ଼ା, ୧୫ା୫: କେନ୍ଦ୍ରାପଡା ପୈାରସଂସ୍ଥାର ଭାରତୀୟ ଷ୍ଟେଟବ୍ୟାଙ୍କ କେନ୍ଦ୍ରାପଡା ବଜାର ଶାଖାରେ ଥିବା ପାସବୁକରୁ ୩ଲକ୍ଷ ୬୬ହଜାର ୨୭ଟଙ୍କା କେହି ୭ଟି ଚେକ ମାଧ୍ୟମରେ ଉଠାଇ ନେଇଥିବା ନେଇ ପୈାର ନିର୍ବାହୀ ଅଧିକାରୀ ଆଶୁତୋଷ ଗୈାରବ କର କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ସେହି ଅଭିଯୋଗକୁ ଭିତ୍ତିକରି ଥାନା କେଶ ନମ୍ବର- ୯୭/୨୦୨୪ରେ ଆଇ.ପି.ସି.ର ୪୨୦ଦଫାରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ପୈାରନିର୍ବାହୀ ଅଧିକାରୀଙ୍କ ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ବଜାର ଶାଖା ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାରେ ଥିବା ପୈାରସଂସ୍ଥା ଜମାବହିରୁ ଗତ ତା ୨୭.୦୨.୨୦୨୪ରିଖରୁ ୬.୦୫.୨୦୨୪ରିଖ ମଧ୍ୟରେ ୭ଥରରେ ୭ଟି ଚେକ ମାଧ୍ୟମରେ ମୋଟ ୩ଲକ୍ଷ ୬୬ହଜାର ୨୭ଟଙ୍କା କେହି ଉଠାଇ ନେଇଯାଇଛି । ସେଭଳି କୋଣସି ଚେକ ପୈାରସଂସ୍ଥା ପକ୍ଷରୁ କାହାରିକୁ ପ୍ରଦାନ କରାଯାଇନଥିବା ବେଳେ କିଭଳି ସେହିସବୁ ଚେକରେ ଟଙ୍କା ଉଠାଇନିଆଗଲା ବୋଲି ପୈାରନିର୍ବାହୀ ଅଧିକାରୀ ଅଭିଯୋଗ କରିଛନ୍ତି । ଟଙ୍କା ଉଠାଇ ନିଆଯାଇଥିବା ୭ଟି ଚେକ ସମେତ ଅନ୍ୟ ଅବ୍ୟବହୃତ ଚେକ ଥିବା ବହିଟି ତଦନ୍ତ ନିମନ୍ତେ ସଂପୃକ୍ତ ବ୍ୟାଙ୍କ ଶାଖାକୁ ପୈାରସଂସ୍ଥା ପକ୍ଷରୁ ପ୍ରଦାନ କରାଯାଇଥିବା ନିର୍ବାହୀ ଅଧିକାରୀ ଶ୍ରୀ କର କହିିଛନ୍ତି । ଟାଉନ ଥାନା ପକ୍ଷରୁ ଏ ନେଇ ମାମଲା ରୁଜୁ କରାଯିବା ପରେ ସବଇନିସପେକ୍‌ଟର ରତରଞ୍ଜନ ନାୟକଙ୍କୁ ମାମଲାର ତଦନ୍ତ କରିବାକୁ ନିର୍ଦେଶ ଦିଆଯାଇଥିବା ଥାନାଅଧିକାରୀ ଦିଲ୍ଲିପ କୁମାର ସାହୁ କହିଛନ୍ତି ।


Next Post

ମତାଧିକାର ସାବ୍ୟସ୍ତ କରିବାରୁ ବଂଚିତ ହେବେ ଦାଦନ ଶ୍ରମିକ

Thu May 16 , 2024
କେନ୍ଦ୍ରାପଡା ଲୋକସଭା ରାଜନଗର ବିଧାନସଭା କ୍ଷେତ୍ରରେ ଜୁନ ମାସ ୧ ରେ ହେବ ଶେଷ ପ୍ରର୍ଯ୍ୟାୟ ନିର୍ବାଚନ । ବୁଢ଼ାବୁଢ଼ୀଙ୍କଠାରୁ ନେଇ ବିଭିନ୍ନ ବର୍ଗର ଭୋଟରଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କିନ୍ତୁ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ବହୁ ଯୁବତୀଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟ ଓ ବିଦେଶ ଯାଇଥିବା ବେଳେ କେମିତି ମତଦାନ କରିବେ ସେ ନେଇ ଏବେବି ଦ୍ୱନ୍ଦ୍ୱ ରହିଛି । ସାଧାରଣ […]

KANIKA