ବଜାରଦାଣ୍ଡି ଅଙ୍ଗନୱାଡି କେନ୍ଦ୍ରର କର୍ମୀଙ୍କୁ ୱାର୍ଡସଭ୍ୟଙ୍କ ଉଦେଶ୍ୟମୂଳକ ଅସହଯୋଗ ଅଭିଯୋଗ



କେନ୍ଦ୍ରାପଡ଼ା, ୧୬ା୫: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମ ପଞ୍ଚାୟତର ମହୁ ଗ୍ରାମର ବଜାରଦାଣ୍ଡି ଅଙ୍ଗନୱାଡି କେନ୍ଦ୍ରର କମୀଙ୍କୁ ସେହି ୱାର୍ଡର ୱାର୍ଡସଭ୍ୟ ଦେଶ୍ୟମୂଳକ ଭାବେ ଅସହଯୋଗ କରୁଥିବା ବେଳେ ବିଭିନ୍ନ ସମୟରେ କର୍ମୀଙ୍କ ବିରୋଧରେ ମିଥ୍ୟା ଓ କପୋଳକଳ୍ପିତ ଅଭିଯୋଗ କରୁଛନ୍ତି ବୋଲି ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ବଜାରଦାଣ୍ଡି ଅଙ୍ଗନୱାଡି କେନ୍ଦ୍ରର ଛାତ୍ରାଭିଭାବକ, ହିତାଧିକାରିଣୀ ଓ ଗ୍ରାମବାସୀମାନେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ ସେହି କେନ୍ଦ୍ରର କର୍ମୀ ଆରତୀ ତ୍ରିପାଠୀ ନିଜର କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିଆସୁଥିବା ବେଳେ କେନ୍ଦ୍ରକୁ ଆସୁଥିବା ଖାଦ୍ୟ ସାମଗ୍ରୀ ଯଥା ଅଣ୍ଡା, ଛତୁଆ, ଚଣା ଓ ମୁଢି ଲଡୁ ପ୍ରଭୃତି କୁନିକୁନି ଶିଶୁ, କିଶୋରୀ ଓ ଗର୍ଭବତୀ ମହିଳାମାନଙ୍କୁ ସୁଷମ ବଣ୍ଟନ କରିଆସୁଛନ୍ତି । ପ୍ରତ୍ୟେହ ନିର୍ଦ୍ଧାରିତ ସମୟରେ ଏହି ଖାଦ୍ୟ ସବୁ ହିତାଧିକାରୀଙ୍କୁ ବଣ୍ଟନ କରାଯାଉଛି । ସଂପୃକ୍ତ କେନ୍ଦ୍ରଟି ଅବସ୍ଥିତ ୱାର୍ଡର ୱାର୍ଡସଭ୍ୟ ବିଭିନ୍ନ ସମୟରେ ଅଙ୍ଗନୱାଡି କର୍ମୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ସହଯୋଗ କରୁନଥିବା ବେଳେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ତାଙ୍କୁ ବିରୋଧ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ୱାର୍ଡସଭ୍ୟ ଅଙ୍ଗନୱାଡି କର୍ମୀଙ୍କୁ ସହଯୋଗ କରୁନଥିବା ବେଳେ ତାଙ୍କ ପତ୍ନୀଙ୍କ ଦ୍ୱାରା ବିଭିନ୍ନ ସମୟରେ ଅଙ୍ଗନୱାଡି କର୍ମୀଙ୍କ ବିରୋଧରେ ମିଥ୍ୟା ଓ କପୋଳକଳ୍ପିତ ଅଭିଯୋଗ କରୁଥିବାରୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ହିତାଧିକାରୀ, ଛାତ୍ରାଭିଭାବକ ଓ ଗ୍ରାମବାସୀଙ୍କ ପକ୍ଷରୁ ନଗେନ ତ୍ରିପାଠୀ, କର୍ମକାର ତ୍ରିପାଠୀ, ଶକୁନ୍ତଳା ପାଢୀ, ଜଗନ୍ନାଥ କଣ୍ଠ, ସ୍ମୃତିରେଖା ପୂଜାରୀ, ସଞ୍ଜନା ପାତ୍ର, ରଶ୍ମିତା ପାତ୍ର, ଦୟାନିଧି ସାହୁ, ପ୍ରଭାତ କଣ୍ଠ, ନଟବର ବିଶ୍ୱାଳ, ପରମାନନ୍ଦ ସେଠୀ, ଫକୀର ଚରଣ ମଳିକ, ନିତ୍ୟାନନ୍ଦ ତ୍ରିପାଠୀ ପ୍ରମୁଖ ଉପଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।


Next Post

କେନ୍ଦ୍ରାପଡା ଉପକାରାଗାରରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

Fri May 17 , 2024
କେନ୍ଦ୍ରାପଡ଼ା, ୧୭ା୫: କେନ୍ଦ୍ରାପଡା ଜିଲ୍ଲା ଉପକାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ କଏଦୀ ଜଣକ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ମଳିପୁର ଗ୍ରାମର ରଞ୍ଜନ ମଲିକ ବୋଲି ଜଣାପଡିଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବରୁଣାଡିହା ଗ୍ରାମର ରଞ୍ଜନଙ୍କ ପତ୍ନୀ ଗେହ୍ଲେଇ ମଳିକ ସଦର ଥାନାରେ ଅଭିଯୋଗ କରିଛନ୍ତି ଯେ ଗତ ମାର୍ଚ୍ଚମାସ ୧୦ତାରିଖ ଠାରୁ ଏକ […]

You May Like