କେନ୍ଦ୍ରାପଡା ୧୭/୫- ଆଜି ଭାରତୀୟ ଜନତା ପାର୍ଟି ତରଫରୁ କେନ୍ଦ୍ରାପଡା ଶ୍ୟାମସୁନ୍ଦରପୁରସ୍ଥିତ ଚଣ୍ଡିଆ ପ୍ୟାଲେସଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପସଭାପତି, ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ କେନ୍ଦ୍ରାପଡା ବିଧାନସଭା ପ୍ରାର୍ଥିନୀ ଗୀତାଞ୍ଜଳି ସେଠୀଙ୍କ ଉପସ୍ଥିତିରେ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ଦଳଛାଡି ଆଜି ବିଜେପିରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେମାନେ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତର ସଂକଳ୍ପରେ ଯୋଡି ହେବା ପାଇଁ କେନ୍ଦ୍ରାପଡ଼ାକୁ ସିଧା ସଳଖ କେନ୍ଦ୍ର ସହ ଯୋଡିବା ପାଇଁ ପ୍ରତିଜ୍ଞା କରିଛନ୍ତି । ଏହି ମିଶ୍ରଣ ପର୍ବରେ ଚକ୍ରଡା ପଞ୍ଚାୟତର ନୟାବ ସରପଞ୍ଚ ଜ୍ଞାନ ରଞ୍ଜନ ଲେଙ୍କା, ଘାଗରା ପଞ୍ଚାୟତର ୱାର୍ଡ ମେମ୍ବର କୈଳାସ ଚନ୍ଦ୍ର ପରିଡା, ଅଭିରାମ ମଲ୍ଲିକ, ନୃସିଂହ ଚରଣ ମଲ୍ଲିକ, ଗୋକୁଳ ଚନ୍ଦ୍ର ଜେନା, ବସନ୍ତ କୁମାର ଜେନା, ଆଦିକନ୍ଦ ସାମଲ, ଅଜୟ କୁମାର ମଲ୍ଲିକ, ମହେଶ୍ୱର ଗିରି ପ୍ରମୁଖଙ୍କ ସହ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଧିବଦ୍ଧ ଭାବେ ଭରତୀୟ ଜନତା ପାର୍ଟିରେ ଯୋଗ ଦେଇ ନିର୍ବାଚନ ୨୦୨୪ରେ ଭାଜପା ସରକାର ଗଠନ କରିବା ନିମନ୍ତେ ସଂକଳ୍ପ ନେଇଥିଲେ । ଏହି ଅବସର ରେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା,ଉପିନ ରାଉତ, ପ୍ରସସଂଜିତ ମହାନ୍ତି,ବିନୋଦ ବେହେରା, ନାରାୟଣ ନାୟକ ଚନ୍ଦ୍ରମଣି ମଲ୍ଲିକ, ଉପସ୍ଥିତ ଥିବା ସହ ଭାଜପା ର ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।