ଦଳରେ ନାହିଁ, ମୋତେ କିଭଳି ବହିଷ୍କାର କରାଗଲା: ବିଜୟ


BBSR-18/5-ଦଳ ବିରୋଧୀ କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ ପାଇଁ ଭାଜପାରୁ ବରିଷ୍ଠ ନେତା ବିଜୟ ମହାପାତ୍ର, ଶାରଦା ପ୍ରଧାନ ଏବଂ ରାକେଶ ମଲ୍ଳିକଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଦଳରୁ ବହିଷ୍କୃତ କରାଯାଇଥିଲା । ଏହାକୁ ନେଇ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିବା ସହ ଭାଜପାକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ‘ମୁଁ ଦଳରେ ନାହିଁ, ହେଲେ ବହିଷ୍କାର କିପରି ମତେ କରାଗଲା । ଏଭଳି ନିଷ୍ପତି ଭାଜପାକୁ ଲୋକହସା ହେବା ଛଡା ଅଉକିଛି ନାହିଁ ।’ ୫ ବର୍ଷ ପରେ ଦଳ ବିରୋଧୀ କାମ କରିଛି ବୋଲି କିପରି ମନେ ପଡିଲା ବୋଲି ପ୍ରଶ୍ନ କରିଛନ୍ତି ବିଜୟ । ଦଳରେ କ’ଣ ଚାଲିଛି ସମସ୍ତେ ଜାଣନ୍ତି । ଦଳ ବିରୋଧୀ କାର୍ଯ୍ୟ ଯୋଗୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଗଲା ବୋଲି କୁହାଯାଇଛି ।


Next Post

ସାଧାରଣ ପର୍ଯ୍ୟବେକ୍ଷକଙ୍କ ପାଟକୁରା ବିଧାନସଭା କ୍ଷେତ୍ରର ବିଭିନ୍ନ ବୁଥ୍ ପରିଦର୍ଶନ

Sun May 19 , 2024
କେନ୍ଦ୍ରାପଡ଼ା, ୧୮ା୫: ସାଧାରଣ ପର୍ଯ୍ୟବେକ୍ଷକ ସାକେତ ମାଲବିୟ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବୁଥ୍‌କୁ ଆଜି ପରିଦର୍ଶନ କରିଛନ୍ତି । ୪ଟି ଉତ୍ତେଜନା ପ୍ରବଣ ବୁଥ୍‌, ଗୋଟିଏ ଯୁବ ବୁଥ୍‌, ୨ଟି ସଖି ବୁଥ୍ ଏବଂ ୧୧ଟି ସାଧାରଣ ବୁଥ୍‌କୁ ପରିଦର୍ଶନ କରିଛନ୍ତି । ବୁଥ୍‌ମାନଙ୍କରେ ପାନୀୟ ଜଳ, ବିଜୁଳି ଓ ଶୌଚାଳୟ ଆଦି ସର୍ବନିମ୍ନ ସୁନିଶ୍ଚିତ ସୁବିଧା ରହିଛି କି ନାହିଁ ତାହାର ପର୍ଯ୍ୟବେକ୍ଷଣ କରି […]

KANIKA