ବିଜେପି ମହିଳା ମୋର୍ଚ୍ଚାର୍ର ସାମ୍ବାଦିକ ସମ୍ମିଳନୀ



କେନ୍ଦ୍ରାପଡ଼ା, ୨୦/୫- କେନ୍ଦ୍ରାପଡା ବ୍ଲକର ଗରାପୁରସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପଠାରେ ମହିଳା ଭାରତୀୟ ଜନତା ପାର୍ଟିର ଏକ ସାମ୍ବାଦିକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାପତି ପ୍ରୀତିପ୍ରଭା ଭୋଳ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ପ୍ରୟଦର୍ଶିନୀ ନନ୍ଦ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ତଥା ଜିଲ୍ଲା ମହିଳା ମୋର୍ଚ୍ଚା ପ୍ରଭାରୀ ଜ୍ୟୋସ୍ନାମୟୀ ଜେନା ଯୋଗଦେଇ ରାଜ୍ୟ ସରକାରଙ୍କ ବିପକ୍ଷରେ ବର୍ଷିଥିଲେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଯେଉଁସବୁ ଯୋଜନାମାନ ଆଣିଛନ୍ତି ସେସବୁ ମହିଳାମାନଙ୍କ ସମ୍ମାନ ସହ ଜୀବନଧାରଣ ଓ ଉଦ୍ୟମତା ପରିଭୁକ୍ତ ବୋଲି କହିଥିଲେ । ସାରାଦେଶରେ ଏଲ୍‌ପିଜି କଭ୍‌ରେଜ ୨୦୧୪ ମସିହାରେ ୧୪.୫୨ ପ୍ରତିଶତ ଥିବାବେଳେ ୨୦୨୩ ମସିହାରେ ତାହା ୩୧.୫୪ ପ୍ରତିଶତକୁ ବୃଦ୍ଧି ପାଇଛି । ତିନି ତଲାକର ଅପରାଧିକରଣ ମୁସଲିମ ମହିଳାଙ୍କ ସମ୍ମାନ ଓ ସୁରକ୍ଷା କରୁଛି । ମହିଳାଙ୍କ ନାମରେ ୨୮ କୋଟିରୁ ଅଧିକ ଜନଧନ ଆକାଉଣ୍ଟ । ୪୭% ଷ୍ଟାଟଅଫ୍‌ରେ ଅତିକମ୍‌ରେ ଜଣେ ମହିଳାଙ୍କୁ ନିର୍ଦ୍ଦେଶିକା ଭାବରେ ନିଯୁକ୍ତି କରାଯାଇଛି । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ୫୯ ପ୍ରତିଶତରୁ ଅଧିକ ଆକାଉଣ୍ଟଧାରୀ ମହିଳା ଉଦ୍ୟୋଗୀ । ଓଡିଶାର ମୁଖ୍ୟ ପରିଚୟ ଏହାର ଐତିହ୍ୟ ଓ ସଂସ୍କୃତି । ଏହାକୁ ଆଧାର କରି ଆମ ରାଜ୍ୟର ବିକାଶ ଦିଗରେ ଲକ୍ଷ୍ୟ ରଖିଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓଡିଶାର ଅସ୍ମ୍ମିତାକୁ ଆଖି ଆଗରେ ରଖି ଜୀ-୨୦ ସମ୍ମୀଳନୀରେ କୋଣାର୍କ ଚକ୍ରର ଚିହ୍ନ ଓ ପାଇକ ବିଦ୍ରୋହ ଘଟଣାକୁ ରୂପାୟନ କରିବାରେ ପ୍ରଧାନମନ୍ତ୍ରୀଙ୍କର ଓଡିଶାକୁ ପ୍ରାଧାନ୍ୟତା ଦେବାର ଉଦ୍ଦେଶ୍ୟ ସ୍ପଷ୍ଟ ପରିଲକ୍ଷିତ ହୁଏ । ବିକଶିତ ଭାରତର ସୂର୍ଯ୍ୟୋଦୟ ଓ କେନ୍ଦ୍ରାପଡାକୁ ଏହାର ମଙ୍ଗୁଆଳ ସଜାଇବା ତାଙ୍କର ଲକ୍ଷ୍ୟ । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡାବାସୀଙ୍କୁ ଆସନ୍ତା ନିର୍ବାଚନରେ ନିରପକ୍ଷ ଭାବରେ କୈଣସି ପ୍ରଲୋଭନରେ ପ୍ରଲୋଭିତ ନହୋଇ କେନ୍ଦ୍ରାପଡା ବିଧାନସଭା ସାଂସଦ ପ୍ରାର୍ଥୀ ଭାବରେ ବୈଜୟନ୍ତ ପଣ୍ଡା ଓ ବିଧାୟକ ପ୍ରାର୍ଥୀ ଭାବରେ କେନ୍ଦ୍ରାପଡା-ଗୀତାଞ୍ଜଳୀ ସେଠୀ, ଆଳି-କୃଷ୍ଣଚନ୍ଦ୍ର ପଣ୍ଡା, ପାଟପୁରା-ତେଜେଶ୍ୱର ପରିଡା, ମହାକାଳପଡା-ଦୂର୍ଗାପ୍ରସନ୍ନ ନାୟକ, ମାହାଙ୍ଗା-ସୁମନ୍ତ ଘଡେଇ, ସାଲେପୁର-ଅରିନ୍ଦମ ରାଏ, ରାଜନଗର-ଲଳିତ ବେହେରାଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟଦେଇ ଜୟଯୁକ୍ତ କରାଇବା ପାଇଁ ପ୍ରାର୍ଥୀମାନେ ନିବେଦନ କରିଥିଲେ । ଷ୍ଟାଟଅଫ୍ ଇଣ୍ଡିଆ ଅଧିନରେ ୮୧% ମହିଳା ଉଦ୍ୟୋଗୀ, ୨୦୧୯ରେ ୩.୨୩ କୋଟି ଗ୍ରାମୀଣ ପରିବାର ପାଖରେ ଟ୍ୟାପ୍ ଜଳ ସଂଯୋଗ ୨୦୨୩ରେ ୧୦ କୋଟି ନୂଆ ପରିବାର ଲକ୍ଷପତ ଦିଦି ଯୋଜନା, ମହିଳା ହେଲ୍ପଲାଇନ, ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା, ୯.୬ କୋଟି ଏଲପିଜି ସଂଯୋଗ ମହିଳାଙ୍କୁ ଧୂଆଁରୁ ମୁକ୍ତି ଦେଇଛି, ମାତୃତ୍ୱ ଅବକାଶ ଅବଧି ୧୨ ସପ୍ତାହରୁ ୨୬ ସପ୍ତାହକୁ ବୃଦ୍ଧି, ଜଳଜୀବନ ମିଶନ ଅଧିନରେ ୧୦କୋଟି ପରିବାରକୁ ଟ୍ୟାପ ପାଣି ସଂଯୋଗ, ସୁଭଦ୍ରା ଯୋଜନା ସହ ମହିଳାଙ୍କୁ ୫୦ହଜାର ଟଙ୍କାର ନିଃଶୁଳ୍କ ଭାଉଚର ପ୍ରତି ମହିଳା ୨ବର୍ଷ ଭିତରେ ଉପଯୋଗ କରିପାରିବେ । ଆୟୁଷ୍ମାନ ଭାରତ ଯୋଜନାରେ ସ୍ୱାସ୍ଥ୍ୟ ବୀମା ଭାବରେ ୪ଲକ୍ଷ ଟଙ୍କା ପ୍ରତିବର୍ଷ ପ୍ରତି ପରିବାରକୁ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । କେନ୍ଦ୍ରାପଡାବାସୀ ନିରପେକ୍ଷ ଭାବରେ ସମସ୍ତ ପ୍ରାର୍ଥୀଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ୍‌ଦେଇ ଜୟଯୁକ୍ତ କରାଇବାକୁ ନିବେଦନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଯୋଜନାକୁ ହୃଦୟଙ୍ଗମ କରି କେନ୍ଦ୍ରାପଡାବାସୀ ବିପୁଳ ସଂଖ୍ୟାରେ ନିଶ୍ଚିନ୍ତ ଭାବରେ ଭାରତୀୟ ଜନତା ପାର୍ଟିର ଜୟବାନା ଉଡାଇବା ସହିତ ଏକ ନୂତନ ସକାଳକୁ ସ୍ୱାଗତ କରିବାକୁ ଆଶା ଓ ବିଶ୍ୱାସ କରାଯାଇଛି ।


Next Post

ପରଲୋକରେ ନିକ୍ଷେପକ ମଧୁସୂଦନ ମଲିକ

Mon May 20 , 2024
କେନ୍ଦ୍ରାପଡ଼ା, ୨୦ା୫: ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ନିକ୍ଷେପକ ମଧୁସୂଦନ ମଲିକ ୫୮ବର୍ଷ ବୟସରେ ଇହଳୀଳା ସମ୍ବରଣ କରିଛନ୍ତି । ଗତ ମେ ୧୭ ତାରିଖ ଶୁକ୍ରବାର ସଂଧ୍ୟାରେ ଅଫିସ କାମସାରି ଘରକୁ ଫେରୁଥିବା ବେଳେ ତାଙ୍କ ପୈତୃକ ଘର ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଖଣ୍ଡସାହି ଗ୍ରାମ ନିକଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲର ଟ୍ରମା କେୟାର ୱାର୍ଡ଼ର ଆଇସିୟୁ […]

KANIKA