ଖଣତା ଓ ଓଉପଦାରେ ବିଜେଡି ବନ୍ଧୁମିଳନ , ଯୋଡି ଶଙ୍ଖରେ ଭୋଟ ଦେବାକୁ ଆହ୍ୱାନ



ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ବିଜୟ କେତନ ସ୍ୱାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲି ନବୀନ ସରକାରଙ୍କ ସଫଳତାର ବାର୍ତା ପ୍ରଚାର କରିବା ସହିତ ବିଜେଡିର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖ ଚି଼ହ୍ନରେ ବିଜୟୀ କରିବାକୁ ଆହ୍ୱାନ ଦେଉଛନ୍ତି । ଏଇ ପରିପ୍ରେକ୍ଷୀରେ ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଖଣତା ଓ ଓଉପଦା ପଂଚାୟତ ଠାରେ ବିଜେଡି ପକ୍ଷରୁ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଖଣତା ସରପଂଚ ଅନିଲ ଲେଙ୍କାଙ୍କ ପୌରହିତ୍ୟରେ ଖଣତା ଠାରେ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ବିଜୟ କେତନ ସ୍ୱାଇଁ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ସାରା ଓଡିଶା ସମେତ ପଟ୍ଟାମୁଣ୍ଡାଇ ଅଂଚଳର ଅଭୁତପୂର୍ବ ବିକାଶ ହୋଇଛି । ମାତ୍ର ଭୋଟ ହାତେଇବା ପାଇଁ ବିରୋଧୀ ବିଜେପି କଂଗ୍ରେସ ମିଥ୍ୟା ଅପପ୍ରଚାର ଚଲାଇଛନ୍ତି । ବିକାଶଧାରାକୁ ଆହୁରି ଆଗକୁ ନେବା ପାଇଁ ଯୋଡି ଶଙ୍ଖ ଚି଼ହ୍ନରେ ଭୋଟ ଦେଇ ରାଜନଗର ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ଓ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ଶ୍ରୀସ୍ୱାଇଁ ଆହ୍ୱାନ ଦେଇଥିଲେ । ଏହି ବନ୍ଧୁମିଳନ ବୈଠକରେ ଖଣତା ପଂଚାୟତ ପୂର୍ବତନ ସମିତି ସଭ୍ୟ ତରଣୀ ମଲିକ ଯୁଧିଷ୍ଠିର ପ୍ରଧାନ ଚରଣ ରାଉତ, ହନୁମାନ ପାତ୍ର ବିଘ୍ନେଶ୍ୱର ରାଉତ, ଅମର ଓଝା ଓ ବାବାଜୀ ଓଝା ପ୍ରମୁଖ ଭାଷଣ ଦେଇ ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ଓ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ନିବେଦନ କରିଥିଲୋ ସେହିପରି ଓଉପଦା ଠାରେ ଆୟୋଜିତ ବନ୍ଧୁମିଳନ ଉତ୍ସବ ରେ ରାଜ୍ୟ ବିଜେଡି ସାଧାରଣସମ୍ପାଦକ ବିଜୟକେତନ ସ୍ୱାଇଁ ଯୋଡି ଶଙ୍ଖରେ ଭୋଟ ଦେଇ ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ଓ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ଆହ୍ୱାନ ଦେଇଥିଲେ । ଏଥିରେ ବ୍ରଜ କିଶୋର ଖଣ୍ଡାୟୀ,ପ୍ରତାପ ଭଳ ଅଭୟ ଖଣ୍ଡାୟୀ, ପ୍ରିୟରଞ୍ଜନ ଦାସ, ଘନଶ୍ୟାମ ଭଳ, ସଞ୍ଜୟ ଖଣ୍ଡାୟୀ ଓ ପ୍ରଶାନ୍ତ ଭଳ ଭାଷଣ ଦେଇ ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ଓ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ବିଜୟୀ କରିବାକୁ ନିବେଦନ କରିଥିଲେ । ଏହି ଦୁଇଟି ପଂଚାୟତ ରେ ଆୟୋଜିତ ବନ୍ଧୁମିଳନ ଉତ୍ସବରେ ବହୁ ବିଜୁ ପ୍ରେମୀ ଓ ବିଜେଡି ସମର୍ଥକ ଯୋଗ ଦେଇଥିଲେ ।


Next Post

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

Tue May 21 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପଟ୍ଟାମୁଣ୍ଡାଇ କଲେଜର ପୂର୍ବତନ ପ୍ରାଧ୍ୟାପକ ରବୀନ୍ଦ୍ର ପରିଡାଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଆମୋଦ ପ୍ରମୋଦ ଗୃହରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ସମ୍ପାଦକ ପ୍ରଫେସର ଭରତ ପାତ୍ର,କାର୍ଯ୍ୟକାରୀ ସଭାପତି କଣ୍ଡୁରୀ ସ୍ୱାଇଁ,ପ୍ର. ଦୁର୍ଯ୍ୟୋଧନ ପରିଡା,ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଡ଼ କେଳୁ […]

KANIKA