ପୌରାଞ୍ଚଳରେ ବିଜେଡିର ବିଶାଳ ରୋଡସୋ


ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ବିଭିନ୍ନ ଦଳର ନିର୍ବାଚନ ପ୍ରଚାର ସେତେ ଜୋରଦାର ହେବାରେ ଲାଗିଛି । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଗଡ଼ ଭାବେ ପରିଚିତ ରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରଚାର ଅଭିଯାନ ଜୋରଦାର ହୋଇଛି । ଏକ ବୃହତ ରେକର୍ଡ ବ୍ୟବଧାନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରି ଇତିହାସ ସୃଷ୍ଟି କରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି । ବିକାଶ ଅସ୍ତ୍ରରେ ବିରୋଧୀଙ୍କୁ ଧରାଶାୟୀ କରିବାକୁ ବିଜେଡି କଳବଳ କୌଶଳ ଲଗାଇ ଦେଇଛି । ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ପୌରାଂଚଳରେ ରାଜନଗର ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ବିଶାଳ ରୋଡ଼ସୋ କରି ସମଗ୍ର ଅଂଚଳକୁ ପ୍ରକମ୍ପିତ କରିବା ସହିତ ଶଙ୍ଖମୟ କରି ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ ପଟ୍ଟାମୁଣ୍ଡାଇ ପୌରାଂଚଳର ବିକାଶ ଶିଖର ଛୁଁଇ ଥିବାରୁ ବିଜେଡିକୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ବିଭିନ୍ନ ୱାର୍ଡକୁ ଯାଇ ଭୋଟରମାନଙ୍କୁ ନିବେଦନ କରିଥିଲେ ।

ପୋଖରୀଆପଡା ହରପାର୍ବତୀ ମନ୍ଦିର ଠାରୁ ଆରମ୍ଭ ହୋଇଥିବା ଏହି ବିଶାଳ ରୋଡ଼ସୋରେ ଧ୍ରୁବଙ୍କ ସହିତ ଦଶପଲ୍ଲା ବିଧାୟକ ରମେଶ ବେହେରା ପଟ୍ଟାମୁଣ୍ଡାଇ ପୌର ଅଧକ୍ଷ ହେମନ୍ତ ସାହୁ, ରାଜ୍ୟ ବିଜେଡି ସମ୍ପାଦକ ମିଟୁ ଦାଶ, ପଟ୍ଟାମୁଣ୍ଡାଇ ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା,ବ୍ଲକ ବିଜେଡି ସଭାପତି କିଶୋର ସାହୁ,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀକାନ୍ତ ରାଉତ ଜିଲ୍ଲା ଯୁବବିଜେଡି ସମ୍ପାଦକ ଅଶୋକ ଧଳ, ସମାଜସେବୀ ସୁଶାନ୍ତ ପଣ୍ଡା, ଲଲାଟେନ୍ଦୁ ସ୍ୱାଇଁ, ବରିଷ୍ଠ ନେତା ଅମୂଲ୍ୟ ପ୍ରଧାନ, ଯୁବନେତା ଅବିନାଶ ଲେଙ୍କା,ପୌର ଉପାଧକ୍ଷା ଅନୁପ୍ରିୟା ସାହୁ, ପୂର୍ବତନ ଉପାଧ୍ୟାକ୍ଷ ସୁମନ୍ତ ପାତ୍ର,କାଉନସିଲର ସର୍ବ ସନ୍ତୋଷ ଦାସ, ଲଷ୍ମୀପ୍ରିୟା ସାହୁ, ସୁଧାମୟ ମଲିକ, ମଧୁସ୍ମିତା ମଲିକ, ମଳୟ ଓଝା, ପ୍ରଶାନ୍ତ ବାରିକ, ପ୍ରିୟଙ୍କା ସେଠୀ, ଦଳିତ ନେତା ବାରେଣୀ ସେଠୀ, ବରିଷ୍ଠ ନେତା ସୁରେନ୍ଦ୍ର ଗିରି, ଯୁବନେତା ଦିଲ୍ଲୀପ ଜେନା, ପୂର୍ବତନ ହିରଣ୍ୟ ରାଉତ,ଜୟକୃଷ୍ଣ ରାଉତ ଓ ମଳୟ ମଲିକ, ଯୁବନେତା ଦିଲ୍ଲୀପ ସାହୁ, ତାପସ ପ୍ରଧାନ, ଅଭିରାମ ସ୍ୱାଇଁ, ଖୋକନ ବିଶ୍ୱାଳ ପ୍ରମୁଖ ବହୁ ବିଜେଡି ନେତା କର୍ମକର୍ତା ଓ ଶହ ଶହ ବିଜେଡି କର୍ମୀ ପଟ୍ଟାମୁଣ୍ଡାଇ ପୌରାଂଚଳର ବିଭିନ୍ନ ୱାର୍ଡକୁ ଯାଇ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଓ ପଟ୍ଟାମୁଣ୍ଡାଇ ପୌରାଂଚଳ ବିକାଶ ପାଇଁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଜନସଚେତନତା ସୃଷ୍ଟି କରି ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀ ଧ୍ରୁବ ସାହୁ ଓ ଅଂଶୁମାନ ମହାନ୍ତିଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଧ୍ରୁବଙ୍କ ରୋଡ଼ ସୋ ପରେ ପଟ୍ଟାମୁଣ୍ଡାଇ ପୌରାଂଚଳ ରାଜନୀତି ସରଗରମ ହୋଇପଡିଛି ।


Next Post

ରାଜନଗର ଭାଜପା ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

Sat May 25 , 2024
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାଟୀ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହୋଇଛି । ଭାଜପା ନିର୍ବାଚନୀ ପ୍ରଚାର କ୍ୟାସେଟରେ ବିରୋଧୀ ପାର୍ଥୀଙ୍କ ନାମରେ ମିଥ୍ୟା ଅପପ୍ରଚାର କରିବା ସହ ନିର୍ବାଚନ କମିଶନରଙ୍କ ଆଦର୍ଶ ଆଚରଣ ବିଧି ଗାଇଡଲାଇନକୁ ଉଲଂଘନ କରି ନିଜର ବ୍ୟକ୍ତିଗତ ବିଧିରେ ପରିଣତ କରି ପ୍ରଚାର ଓ ରାଲି କରୁଛନ୍ତି । ଏଥି ନେଇ ରାଜନଗର ନିର୍ବାଚନ ମଣ୍ଡଳୀ […]

KANIKA