ଚିତ୍ରଗୁରୁ ସୌମ୍ୟରଞ୍ଜନଙ୍କୁ ସମ୍ବର୍ନ୍ଧିତ କଲେ ମୁଖ୍ୟମନ୍ତ୍ରୀ



କେନ୍ଦ୍ରାପଡା,୪/୧୦: କେନ୍ଦ୍ରାପଡାର ଚିତ୍ରଗୁରୁ ତଥା କେନ୍ଦ୍ରାପଡାକୁ ପ୍ରତିନିଧିତ୍ୱ କରି ଦେଶ ଓ ବିଦେଶରେ ବହୁ ପ୍ରଦର୍ଶନୀରେ ଭାଗ ନେଇ କେନ୍ଦ୍ରାପଡା ପାଇଁ ଗୌରବ ଆଣିଥିବା ବିଶିଷ୍ଟ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ଉତ୍ସବରେ ସ୍ୱଚ୍ଛତା ଚିତ୍ର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବର୍ନ୍ଧିତ କରିଛନ୍ତି । ଅକ୍ଟୋବର ୨ତାରିଖ ବୁଧବାର ଅପରାହ୍ନ ୪ଟା ସମୟରେ ଏହି ଉତ୍ସବରେ ଏକ ସ୍ୱଚ୍ଛତା ଚିତ୍ର ଅଙ୍କନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୭ଜଣ ଚିତ୍ରଶିଳ୍ପୀଙ୍କୁ ନେଇ ସୁଭଦ୍ରା ଆର୍ଟ ଗ୍ୟାଲେରୀ ଦ୍ୱାରା ଏକ ଚିତ୍ର କର୍ମଶାଳା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ, ସୁଭଦ୍ରା ଆର୍ଟ ଗ୍ୟାଲେରୀର ଚେୟାରମ୍ୟାନ ସୂର୍ଯ୍ୟ ରଥ, ଡାଇରେକ୍ଟର ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ କ୍ରିଷ୍ଣା ଏକାଡେମୀ ଅଫ୍ ଆର୍ଟ ଆଣ୍ଡ କଲଚର୍ ନାମରେ ଏକ ଅନୁଷ୍ଠାନ ଗଢି କେନ୍ଦ୍ରାପଡାର ବହୁ ଛାତ୍ରଛାତ୍ରୀଙ୍କୁ ଚିତ୍ରକଳା, ସଂଗୀତ, ନୃତ୍ୟ ଶିକ୍ଷା ଦେଇ ଆସୁଛନ୍ତି ।