ବିଜେଡି ବିଜୟ ପାଇଁ ରଣନୀତି ପ୍ରସ୍ତୁତ କଲେ ପ୍ରଭାତ ବିଶ୍ୱାଳ , ଗଠନ ହେଲେ ଟିମ ୨୦


ରାଜ୍ୟ ରାଜନୀତିରେ ମର୍ଯ୍ୟାଦାଜନକ କେନ୍ଦ୍ରାପଡ଼ା ଲୋକସଭା ଓ ବିଧାନସଭା ଆସନର ସ୍ୱତନ୍ତ୍ର ପରିଚୟ ଓ ଗୁରୁତ୍ୱ ରହିଛି  । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଗଡ଼ ଓ ଅଣକଂଗ୍ରେସ ରାଜନୀତିର ଅଭେଦ୍ୟ ଦୂର୍ଗ କେନ୍ଦ୍ରାପଡ଼ା ଦଖଲ କରିବା ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ଲାଗି ପଡ଼ିଥିବାବେଳେ ଶାସକ ନିଜର ଦୂର୍ଗକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସ୍ୱତନ୍ତ୍ର ରଣନୀତି ଆପଣାଇବା ସହିତ ଦଳର ଅପରାଜେୟ ନେତାମାନଙ୍କୁ ମୈଦାନରେ ଛାଡ଼ିଛି । କେନ୍ଦ୍ରାପଡ଼ା ଲୋକସଭା ଓ ବିଧାନସଭା ନିର୍ବାଚନ ଫଳାଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ୧୨ ପଂଚାୟତର ନିର୍ଣ୍ଣାୟକ ଭୂମିକା ରହୁଥିବାରୁ ଏହି ପଂଚାୟତ ଫଳାଫଳ ସଂପୂର୍ଣ୍ଣ ଭାବେ ବିଜେଡି ସପକ୍ଷରେ ନେବା ପାଇଁ ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ ୫ଟି ଅଧକ୍ଷ କାର୍ତିକ ପାଣ୍ଡିଆନ  ପଟ୍ଟାମୁଣ୍ଡାଇ ମାଟିର ସନ୍ତାନ ବରିଷ୍ଠ ରାଜନେତା କଟକ -ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ନିର୍ବାଚନ ମୈଦାନରେ ଛାଡିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ସଭା ପରେ ପ୍ରଭାତ ପେଣ୍ଠପାଳ ଠାରେ ପହଂଚି ଗଡ଼ ଦଖଲ କରିବା ଓ ବିଜେଡିର ବିପୁଳ ବିଜୟ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ।  ଅଣ୍ଢରା, ଅମୃତମଣୋହି, ବଲୁରିଆ, ପେଣ୍ଠପାଳ, ତରଡ଼ିପାଳ, ଅଳପୁଆ ସିଂହଗାଁ, ଡିହାପଡା, ନରସିଂହପୁର ପୁର, ବଡ଼ମୂଳବସନ୍ତ, ନୀଳକଣ୍ଠ ପୁର ଓ ବାଲିପାଟଣା ଆଦି ୧୨ଟି ପଂଚାୟତର ସରପଞ୍ଚ ସମିତି ସଭ୍ୟ ଓ ପଂଚାୟତ ସଭାପତିଙ୍କ ମିଳିତ ବୈଠକରେ ବୁଥ ସ୍ତରୀୟ ଟିମ ୨୦ ଗଠନ କରାଯାଇ ବିରୋଧୀଦଳକୁ ମାତ ଦେବାକୁ ରଣନୀତି ପ୍ରସ୍ତୁତ ହୋଇଛି । ଉଭୟ କେନ୍ଦ୍ରାପଡ଼ା ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରାଙ୍କୁ ଯୋଡି ଶଙ୍ଖ ଚି଼ହ୍ନରେ ଭୋଟ ଦେଇ ବୃହତ ବ୍ୟବଧାନରେ ବିଜୟୀ କରି ଇତିହାସ ସୃଷ୍ଟି କରିବାକୁ ପ୍ରଭାତ ସମସ୍ତ ୧୨ ପଂଚାୟତ ସରପଞ୍ଚ ସମିତି ସଭ୍ୟ ପଂଚାୟତ ବିଜେଡି ସଭାପତି ଓ ଛାମୁଆ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ପଟ୍ଟାମୁଣ୍ଡାଇ ବ୍ଲକ ପୂର୍ବତନ ଅଧକ୍ଷ ମାନସ ରଞ୍ଜନ ସାମଲ, ପେଣ୍ଟପାଳ ସରପଞ୍ଚ ପ୍ରତିନିଧି କୈଳାଶ ସେଠୀ, ସମିତି ସଭ୍ୟ ଶଶାଙ୍କ ବିଶ୍ୱାଳ, ପଂଚାୟତ ବିଜେଡି ସଭାପତି କେଦାର ବିଶ୍ୱାଳ, ଯୁବନେତା ଜ୍ୟୋତି ରଞ୍ଜନ ପ୍ରଧାନ ଅଣ୍ଢରା ସରପଞ୍ଚ ପୂର୍ବତନ ସରପଞ୍ଚ ସଂଜୀବ ମଲ୍ଲିକ, ପଂଚାୟତ ବିଜେଡି ସଭାପତି ଅଶୋକ ମଲ୍ଲିକ,ସମବାୟ ସମିତି ସଭାପତି ବୃନ୍ଦାବନ ମଲ୍ଲିକ,ସିଂହଗାଁ ପଂଚାୟତ ସରପଞ୍ଚ ଗଣେଶ ଦାସ, ସମିତି ସଭ୍ୟ ଅଭୟ ସ୍ୱାଇଁ, ପଂଚାୟତ ବିଜେଡି ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକ, ବଡ଼ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀ, ସମିତିସଭ୍ୟ ରୁବି ମଲିକ, ପଂଚାୟତ ବିଜେଡି ସଭାପତି ସଞ୍ଜୟ ଦାସ, ବାଲିପାଟଣା ପୂର୍ବତନ ସରପଞ୍ଚ କିଶୋର ଜେନା, ପଂଚାୟତ ବିଜେଡି ସଭାପତି ସରୋଜ ସ୍ୱାଇଁ, ନୀଳକଣ୍ଠପୁର ସରପଞ୍ଚ ଜ୍ଞାନେନ୍ଦ୍ର ଖଣ୍ଡାୟୀ, ସମିତିସଭ୍ୟା ପଦ୍ମଜା କର,ଅଳପୁଆ ସରପଞ୍ଚ ଲଷ୍ମୀପ୍ରିୟା ବେହେରା, ସମିତି ସଭ୍ୟ ରାମ ଚନ୍ଦ୍ର ସେଠୀ, ପଂଚାୟତ ବିଜେଡି ସଭାପତି ସୁକାନ୍ତ ରାଉତ,ତରଡ଼ିପାଳ ସରପଞ୍ଚ ଦେବେନ୍ଦ୍ର ନାୟକ, ସମିତିସଭ୍ୟ ନିରଞ୍ଜନ ବାରିକ, ପଂଚାୟତ ବିଜେଡି ସଭାପତି ହିମାଂଶୁ ବିଶ୍ୱାଳ, ଡିହାପଡା ସରପଞ୍ଚ ଶତ୍ରୁଘ୍ନ ମଲିକ, ନରସିଂହପୁର ପଂଚାୟତ ବିଜେଡି ସଭାପତି ତପରଞ୍ଜନ ବେହେରା, ଅମୃତମଣୋହି ସରପଞ୍ଚ ପ୍ରତିନିଧି ସିଦ୍ଧାର୍ଥ ଦାସ, ପୂର୍ବତନ ସରପଞ୍ଚ କୂଳମଣି ମଲିକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେବା ସହିତ ଯୋଡି ଶଙ୍ଖରେ ଭୋଟ ଦେଇ ଉଭୟ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କୁ ବିପୁଳ ଭୋଟରେ ଜିତାଇବା ପାଇଁ ନିବେଦନ କରିଥିଲେ । କଟକ -ଚୌଦ୍ୱାର ପୂର୍ବତନ ବିଧାୟକ ଡ଼ ପ୍ରଭାତ ରଞ୍ଜନ ବିଶ୍ୱାଳ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକ ୧୨ ପଂଚାୟତ ଦାୟିତ୍ୱ ନେବା ପରେ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି ।


Discover more from

Subscribe now to keep reading and get access to the full archive.

Continue reading