ଖଡ଼ିଅଙ୍ଗରେ ମିଲେଟ୍ ଶକ୍ତି ଟିଫିନ ସେଣ୍ଟର ଉଦ୍‌ଘାଟିତ



କେନ୍ଦ୍ରାପଡ଼ା,୧୧ା୧୨: କେନ୍ଦ୍ରାପଡା ପୌରାଞ୍ଚଳ ଅଧୀନ ୧୧ ନମ୍ବର ୱାର୍ଡ ଖଡ଼ିଅଙ୍ଗ ଠାରେ ଏକ ମାଣ୍ଡିଆ ଟିଫିନ ସେଣ୍ଟର ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ପୌରପାଳିକା ଚେୟାରମ୍ୟାନ ଶ୍ରୀମତୀ ସରିତା ସାହୁ କହିଲେ ମାଣ୍ଡିଆ ଖାଆନ୍ତୁ, ସୁସ୍ଥ ରୁହନ୍ତୁ। ମାଣ୍ଡିଆ ଖାଇବା ଦ୍ୱାରା ଆମେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରୁ ଦୂରେଇ ରହି ପାରିବା। ଏହା ପେଟଥଣ୍ଡା କରିବା ଦ୍ୱାରା ଅନେକ ପେଟରୋଗରୁ ଆମକୁ ଦୂରେଇ ରଖିଥାଏ। ସେହିପରି ବିଭିନ୍ନ ପ୍ରକାରର ପେଟରୋଗ ହୋଇଥିଲେ ମାଣ୍ଡିଆ ଖାଇବା ଦ୍ୱାରା ଏଥିରୁ ଉପଶମ ମିଳିଥାଏ। ଏହା ସେବନ କରିବା ଦ୍ୱାରା ଆମର ହଜମ କ୍ରିୟା ବୃଦ୍ଧି ପାଇଥାଏ। ଆମ ଶରୀରର ଓଜନକୁ ସନ୍ତୁଳିତ କରି ରଖିବାରେ ମାଣ୍ଡିଆର ଭୁମିକା ବେଶ ଗୁରୁତ୍ୱପୂର୍ଣ୍ଣ। ସେହିପରି କୋଷିକାକୁ ସୁରକ୍ଷିତ କରି ରଖିବାରେ ଏହା ଏକ ଶକ୍ତିଶାଳୀ ଆଣ୍ଟି ଅକ୍ସିଡାଣ୍ଡ। ଏଥିରେ ପ୍ରୋଟିନ, ଭିଟାମିନ୍ ବି-କମ୍ପେ୍ଲକ୍ସ, ମିନେରାଲ, ଆଇରନ, ମ୍ୟାଗ୍ନେସିଅମ, ଫସଫରସ ବହୁ ପରିମାଣର ରହିଛି। ଯାହା ଆମ ଶରୀରକୁ ସୁସ୍ଥ ରଖିବାରେ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ ବୋଲି ସେ କହିଛନ୍ତି। ଜିଲା ମୁଖ୍ୟ କୃଷି ଅଧିକାରୀ ସୁରେଶ ଚନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଣ୍ଡିଆର ଉପକାରିତା ସଂପର୍କରେ କହିଥିଲେ। ମୁସ୍କାନ ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂପାଦିକା ସବନମ ପରବିନ ଉପସ୍ଥିତ ରହି କହିଲେ ବର୍ତ୍ତମାନ ଯୁବପିଢି ୱେଷ୍ଟର୍ଣ୍ଣ ଖାଦ୍ୟ ପ୍ରତି ଆକୃଷ୍ଠ ହୋଇ ଦେଶୀ ଖାଦ୍ୟକୁ ଭୁଲି ଗଲେଣି। ଏହାଦ୍ୱାରା ସେମାନେ ବିଭିନ୍ନ ପ୍ରକାରର ରୋଗରେ ପଡୁଛନ୍ତି। କିନ୍ତୁ ଆମ ପୂର୍ବପୁରୁଷ ଆମକୁ ମାଣ୍ଡିଆ ଖାଇବା ଦ୍ୱାରା ସୁସ୍ଥ ରହିବା ପାଇଁ ଯେଉଁ ବାର୍ତ୍ତା ଦେଇଥିଲେ ତାହା ଆଜି ସତ୍ୟ ପ୍ରମାଣିତ ହୋଇଛି। କାର୍ଯ୍ୟକ୍ରମରେ ସ୍ୱପ୍ନା ସିଂ ଓ ମମତା ସେଠୀ, ଗ୍ରୁପର ସଭାନେତ୍ରୀ ସତ୍ୟଭାମା ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅକ୍ତରୀ ବେଗମ, ନସିମା ଖାତୁନ, ଅଫସରୀ ବିବି ପ୍ରମୁଖଙ୍କ ସହ ଶତାଧିକ ମହିଳା ଯୋଗଦେଇଥିଲେ।


Next Post

କେନ୍ଦ୍ରାପଡା ବ୍ଲକ ମଣ୍ଡଳ ସ୍ତରୀୟ ଶିଶୁ ଉତ୍ସବ

Sat Dec 13 , 2025
କେନ୍ଦ୍ରାପଡା,୧୨ା୧୨: ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)କେନ୍ଦ୍ରାପଡା ବ୍ଲକ ଅନୁକୁଲ୍ୟରେ ୪୨ତମ ମଣ୍ଡଳ ସ୍ତରୀୟ ଶିଶୁ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଉଦ୍ଘାଟନ ଉତ୍ସବରେ ବ୍ଲକ ଓଷ୍ଟା ସଭାପତି ତପନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ମଣ୍ଡଳ ଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ ଯୋଗଦେଇ ନୈତିକ ଶିକ୍ଷା ଉପରେ ପିଲାମାନଙ୍କୁ ଆର୍ଶ ବଚନ ପ୍ରଦାନ କରିଥିଲେ । ରାଜ୍ୟ ଓଷ୍ଟାର ସଂପାଦକ ଶିକ୍ଷକ ନେତା ପ୍ରଣବ କୁମାର […]

KANIKA