ଅସହ୍ୟ ଗୁଳୁଗୁଳିରେ ଗାଁ ଓ ସହରବାସୀ କଲବଲ ; ଲୋ-ଭୋଲଟେଜ୍ ସମସ୍ୟା ଯୋଗୁଁ ଲୋକେ ଅସ୍ତବ୍ୟସ୍ତ



ଲଘୁଚାପ ଜନିତ ମେଘପବନ ପରେ ସୋମବାର କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ତାପମାତ୍ରା ବଢ଼ିବା ଆରମ୍ଭ କରିଛି । ଆଜି ସହରର ତପମାତ୍ରା ବୃଦ୍ଧି ହେବା ସହ ଅସହ୍ୟ ଗୁଳୁଗୁଳିରେ ସହରବାସୀ କଲବଲ ହେଉଥିବାବେଳେ ସେଥିରେ ଦାଉ ସାଧୁଛି ବିଦ୍ୟୁତ୍ ବିଭ୍ରାଟ ଏବଂ ଲୋ-ଭୋଲଟେଜ୍ ସମସ୍ୟା । ପୂର୍ବାହ୍ନ ୯ଟାରୁ ସନ୍ଧ୍ୟା ୭ଟା ଯାଏ ଗୁଳୁଗୁଳୁ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି । ଟିପିସିଓଡିଏଲ ଖାମଖିଆଲ ନୀତି ଯୋଗୁ ଲୋ-ଭୋଲଟେଜ୍ ସମସ୍ୟା ସୁଧୁରୁନି । ଖରାଦିନ ପୂର୍ବରୁ ଟ୍ରାନ୍ସଫର୍ମରଗୁଡ଼ିକୁ ଅପଗ୍ରେଡେଶନ କରାଯାଇ ନ ଥିବାରୁ ପରିସ୍ଥିତି ଆହୁରି ଜଟିଳ ହୋଇଛି । ସାଧାରଣତଃ ଅପ୍ରେଲ ମେ, ଜୁନ ଓ ଜୁଲାଇ ମାସରେ ଉପଭୋକ୍ତାଙ୍କ ବିଦ୍ୟୁତ୍ ଆବଶ୍ୟକତା ବଢ଼ିଥାଏ । ଏଥିସହ ଏସି, କୁଲର, ଫ୍ୟାନ୍ ବ୍ୟବହାର ମଧ୍ୟ ଅଧିକ ହୋଇଥାଏ । ଏଥିଲାଗି ଖରାଦିନ ପୂର୍ବରୁ ଟ୍ରାନ୍ସଫର୍ମର ଅପଗ୍ରେଡେଶନ ଜରୁରୀ ହୋଇପଡିଥିବା ବେଳେ ବିଭାଗ ନିର୍ଦ୍ଧାରିତ ସମୟରେ ଉକ୍ତ କାର୍ଯ୍ୟ କରିବାରେ ବିଫଳ କରିଛି । ଫଳରେ ବାରମ୍ବାର ଫୁୟୁଜ କଟିବା ସହିତ ଡିମ୍ ହୋଇଯାଉଛି । ରାତ୍ର ୧୦ ପରେ କର୍ମଚାରୀ ଅଭିଯୋଗ ପାଇଲେ ବି ସୁଦ୍ଧା ପରଦିନ ୯ ପର୍ଯ୍ୟନ୍ତ ତାହା ସମାଧାନ କରୁନାହାଁନ୍ତି । ମାତ୍ର ବିଭାଗ କର୍ତୃପକ୍ଷ ବିଭାଗୀୟ କର୍ମଚାରୀଙ୍କ ଉପରେ ଦୋଷ ଲଦି ଖସିଯାଉଛନ୍ତି । ଏସବୁ ଭିତରେ ସାଧାରଣ ଉପଭୋକ୍ତା ହୀନସ୍ତା ହେଉଛନ୍ତି । ପ୍ରବଳ ଗୁଳୁଗୁଳୁରେ ସବ୍‌ଷ୍ଟେଶନ ଓ ଟ୍ରନ୍ସଫରମରରେ ଅତିରିକ୍ତ ଚାପ ପଡିବାରୁ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ହେଉଛି ବୋଲି ବିଭାଗ ପକ୍ଷରୁ କୁହାଯାଉଛି । ମାତ୍ର ବିଭାଗ ଉପଭୋକ୍ତାଙ୍କ କିଲୋୱୋଟ ବଢାଇ ବିଲ୍ ନେଉଥିବା ବେଳେ ସବ ଷ୍ଟେଶନ କିମ୍ବା ଟ୍ରନ୍ସଫରମରର ୱାଟ ବଢାଉନାହାଁନ୍ତି । ଫଳରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଘଟୁଛି । ଲୋ-ଭୋଲଟେଜ୍ ଯୋଗୁ ଟାଙ୍କିକୁ ପାଣି ଉଠିପାରୁନ ଥିବାରୁ ଜଳ ଯୋଗାଣରେ ବିବ୍ରାଟ ଘଟୁଛି । ଏହାକୁ ନେଇ ଗ୍ରାମାଂଚଳ ଓ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ଏ ନେଇ ଟିପିସିଓଡିଏଲ ସହ ନିର୍ବାହୀଯନ୍ତ୍ରୀ ସ୍ମୁତିରଞନ ରଥଙ୍କୁ ପଚାରିବାରେ କୌଣସି କାରଣରୁ ବିଦ୍ୟୁତ୍ ସରବରାହ ବ୍ୟାହତ ହେଲେ ଏହା ଲୋ-ଭୋଲ୍‌ଟେଜ ସମସ୍ୟା ହେଉଛି ।


Discover more from

Subscribe now to keep reading and get access to the full archive.

Continue reading