ଜୟରାଷ୍ଟ୍ର ପକ୍ଷରୁ ବୀର ସଭରକରଙ୍କ ଜୟନ୍ତୀ


କେନ୍ଦ୍ରାପଡା, ୨୮/୫: ସାମାଜିକ ସଂଗଠନ “ଜୟ ରାଷ୍ଟ୍ର’ ପକ୍ଷରୁ ମହାନ କ୍ରାନ୍ତିକାରୀ ତଥା ରାଷ୍ଟ୍ରବାଦୀ ନେତା ବିନାୟକ ଦାମୋଦର ସଭରକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ପବ୍ଲିକ ରିଡ଼ିଂ ରୁମ୍‌ଠାରେ ଅୟୋଜିତ ଏହି ଉତ୍ସବରେ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୀର ସଭରକରଙ୍କ କ୍ରାନ୍ତିକାରୀ ଜୀବନ ଉପରେ ଆଲୋକପାତ କରିବା ସହିତ ତାଙ୍କ ଆଦର୍ଶରେ ଯୁବସମାଜ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସମାଜସେବୀ ଜ୍ୟୋତିରଞ୍ଜନ ନାୟକ ଦେଶ ପାଇଁ ବୀର ସଭରକରଙ୍କ ତ୍ୟାଗ ଅତୁଳନୀୟ ବୋଲି କହିଥିଲେ । ଦୀର୍ଘକାଳ ଧରି ଜେଲର କଳାକୋଠରୀ ଭିତରେ ରହି ସେ ଭାରତମାତାର ମୁକ୍ତି ପାଇଁ ସଂଗ୍ରାମ ଜାରି ରଖିଥିଲେ । ବୀର ସଭରକର ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, କବି, ସାମ୍ବାଦିକ, ସଂସ୍କାରବାଦୀ ଜନନେତା ଥିଲେ ବୋଲି ମୁଖ୍ୟବକ୍ତା ମତବ୍ୟକ୍ତ କରିଥିଲେ । ମାତୃଦତ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀକାନ୍ତ ସାହୁ, ଜ୍ଞାନ ରଞ୍ଜନ ଦାସ, ସୁଶାନ୍ତ ନାୟକ, ନିରଞ୍ଜନ ମହାରଣା, ପଙ୍କଜ ସିହ୍ନା, ମଳୟ କୁମାର ସାହୁ, ବଳରାମ ବେହେରା, ରାଜେନ୍ଦ୍ର ମହାପାତ୍ର, ହରେକୃଷ୍ଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ବିରେନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବୀର ସଭରକରଙ୍କ ଜୀବନୀକୁ ନେଇ କବିତା ପାଠ କରାଯାଇଥିଲା ।


Next Post

ଧ୍ରୁବ ଓ ମୁନା ଖାଁଙ୍କ ସଂଖ୍ୟାଲଘୁ ବସ୍ତିରେ ନିର୍ବାଚନ ପ୍ରଚାର

Tue May 28 , 2024
ରାଜ୍ୟର ସଂଖ୍ୟାଲଘୁମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଅନେକ ଯୋଜନା କରିଥିବାରୁ ସଂଖ୍ୟାଲଘୁ ଭାଇମାନଙ୍କର ବିଜେଡି ପ୍ରତି ସମର୍ଥନ ରହିଛି । ଏହି ପରିପ୍ରେକ୍ଷୀରେ ରାଜନଗର ନିର୍ବାଚନ ମଣ୍ଡଳୀରେ ସଂଖ୍ୟାଲଘୁ ଭୋଟ ହାତେଇବା ପାଇଁ ବିଜେଡି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ଅଧକ୍ଷ ରାଜ୍ୟସଭା ସାଂସଦ ମୁନା ଖାଁ ରାଜନଗର ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ରାଜନଗର ବିଧାୟକ ତଥା ବିଜେଡି ବିଧାୟକ […]

KANIKA