ମୋଟର କର୍ମଚାରୀ ସଂଘର ଅନୁଷ୍ଠିତ ବୈଠକ



କେନ୍ଦ୍ରାପଡା ୧୩/୧୦- କେନ୍ଦ୍ରାପଡା ଡିଆରଡିଏ କାର୍ଯ୍ୟଳୟ ପ୍ରାଗଂଣରେ ସରକାରୀ ମୋଟର କର୍ମଚାରୀ ସଂଘର ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଭାପତି ଅନିରୁଦ୍ଧ ବେହେରାଙ୍କ ସଭାପତିତ୍ୱରେ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ସଦସ୍ୟମାନେ ସେମାନଙ୍କର ସମସ୍ୟା ଉପସ୍ଥାପନ କରିଥିଲେ । ସେକ୍ରେଟାରୀ ଆଶିଷ କୁମାର ବିଶ୍ୱାଳ ସଂଘର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଏହାପରେ ଅବସରପ୍ରାପ୍ତ ଗାଡ଼ିଚାଳକ ଗୋବିନ୍ଦ ଚନ୍ଦ୍ର ସାହୁ, ପ୍ରତାପ କୁମାର ବେହୁରା, ସୁରେଶ ଚନ୍ଦ୍ର ବିଶ୍ୱାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଥିଲା । ଅବସରପ୍ରାପ୍ତ ମୋଟର କର୍ମଚାରୀ ସେକ୍ ଅରମାନ ଅଲ୍ଲୀ, କ୍ୟାସିୟର ଅଭିମନ୍ୟୁ ଦାସ, ଚତୁର୍ଭୁଜ ପ୍ରଧାନ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସେମାନଙ୍କୁ ସମ୍ବଦ୍ଧିତ କରିଥିଲେ । ର୍ଶେଷରେ ସଭାପତି ଧନ୍ୟବାଦ ଅର୍ପଣ କରିବା ସହିତ ଅବସରପ୍ରାପ୍ତ ସରକାରୀ ମୋଟର କର୍ମଚାରୀଙ୍କ ଉତ୍ତୋରତ୍ତର ମଙ୍ଗଳ କାମନା କରିଥିଲେ ।


Next Post

केंद्रपाड़ा में गजलक्ष्मी मेला , 30 प्लाटून पुलिस बल तैनात

Mon Oct 13 , 2025
केंद्रपाड़ा, 13/10: केंद्रपाड़ा में प्रसिद्ध गजलक्ष्मी पूजा रविवार को संपन्न हुई और माँ गजलक्ष्मी के बिदाइ उत्सव सोमवार को धूमधाम से शुरू हुआ। माँ लक्ष्मी मंडप से निकलकर मेलाके मैदान की ओर चल पड़ीं। लेकिन देर रात तक मेलाकी मैदान सबी बीमान नहीं पहुँच पाए थे, इसलिए उनका स्वागत नहीं […]

KANIKA