
ରାଜ୍ୟର ସଂଖ୍ୟାଲଘୁମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଅନେକ ଯୋଜନା କରିଥିବାରୁ ସଂଖ୍ୟାଲଘୁ ଭାଇମାନଙ୍କର ବିଜେଡି ପ୍ରତି ସମର୍ଥନ ରହିଛି । ଏହି ପରିପ୍ରେକ୍ଷୀରେ ରାଜନଗର ନିର୍ବାଚନ ମଣ୍ଡଳୀରେ ସଂଖ୍ୟାଲଘୁ ଭୋଟ ହାତେଇବା ପାଇଁ ବିଜେଡି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ଅଧକ୍ଷ ରାଜ୍ୟସଭା ସାଂସଦ ମୁନା ଖାଁ ରାଜନଗର ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ରାଜନଗର ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁଙ୍କ ସହିତ ପଟ୍ଟାମୁଣ୍ଡାଇ ମୁସଲମାନ ବସ୍ତି, ସାନଜରିଆ, ଚନ୍ଦନନଗର ଓ ରାଜନଗର ବ୍ଲକର କେରେଡାଗଡ଼ ଆଦି ବିଭିନ୍ନ ମୁସଲମାନ ବସ୍ତିକୁ ବିଜେଡି ସପକ୍ଷରେ ନିର୍ବାଚନ ପ୍ରଚାର କରି ଉଭୟ ବିଜେଡି କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ରାଜନଗର ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ମୁନ୍ନା ଖାଁଙ୍କ ସହିତ ରାଜ୍ୟ ବିଜେଡି ସମ୍ପାଦକ ମିଟୁ ଦାଶ,ରାଜ୍ୟ ସଂଖ୍ୟାଲଘୁ ସେଲ ସମ୍ପାଦକ ସେକ ଫାରୁକ,ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ରୋସନା ସାହୁ, ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ନଗର ବିଜେଡି ସଭାପତି ବୁଢା ଲେଙ୍କା,ଜିଲ୍ଲା ମହିଳା ବିଜେଡି ଉପସଭାପତି ବୈଜୟନ୍ତୀ ମାଳା ଲେଙ୍କା, ନଗର ମହିଳା ବିଜେଡି ସଭାନେତ୍ରୀ କାଉନ ସିଲର ଲାସ୍ୟମୟୀ ସାହୁ,କାଉନସିଲର ସାନିଆ ପରମିନ ସାହେବା,ପୂର୍ବତନ କାଉନ ସିଲର ସେକ ତାଜଉଦ୍ଦିନ, ସେକ ଅମରୁଲ ଓ କେଶବ ସେଠୀ,ଯୁବ ସଂଗଠକ ଏମ ଡି ପପୁ,ବରିଷ୍ଠ ନେତା ଅମୂଲ୍ୟ ପ୍ରଧାନ, ସେକ ସାରାତୁଲ୍ଲା, ସେକ ମୋଇଉଦ୍ଦିନ, ସେକ ଇସ୍ମାଇଲ, ମିର୍ଜା ହେଦାଦ ବେଗ ପ୍ରମୁଖ ବିଭିନ୍ନ ମୁସଲିମ ବସ୍ତିକୁ ବିଜେଡି ସପକ୍ଷରେ ନିର୍ବାଚନ ପ୍ରଚାର କରିଥିଲେ ।











