କେନ୍ଦ୍ରାପଡାରେ ବିଜେପିର ସାମ୍ବାଦିକ ସମ୍ମିଳନୀ



କେନ୍ଦ୍ରାପଡ଼ା, ୨୮/୫: କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ଭାରତୀୟ ଜନତା ପାର୍ଟିର ଏକ ସାମ୍ବାଦିକ ସମ୍ମିଳନୀ ଗରାପୁରସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, କେନ୍ଦ୍ରାପଡାର ବିଧାନସଭା ପ୍ରାର୍ଥିନୀ ଗୀତାଞ୍ଜଳୀ ସେଠୀ, ଲୋକସଭା ସଂଚାଳନ କମିଟିର ମୁଖ୍ୟ ସଞ୍ଜୟ ରଥ, ମିଡିଆ ସେଲ୍ ସଭାପତି ନେହେରୁ କୁମାର ସାହୁ ଉପସ୍ଥିତ ଥିଲେ । ଗୀତାଞ୍ଜଳୀ ସେଠୀ ସମ୍ବାଦିକମାନଙ୍କ ଜରିଆରେ ଜିଲ୍ଲା ପ୍ରଶାସନକୁ ନିବେଦନ ରଖିଲେ ଯେ ସାଧାରଣ ନିର୍ବାଚନ ୨୦୨୪ ସରିବାକୁ ଆଉ ମାତ୍ର ଅଳ୍ପଦିନ । ମାତ୍ର ବିଜେଡିର ଗୁଣ୍ଡାରାଜ ଏବଂ ତାଙ୍କପ୍ରତି ଯେଉଁ ପ୍ରକାରର ମରଣାତ୍ମକ ଆକ୍ରମଣ ଏବଂ ଭାଷା ବ୍ୟବହାର କରିଛନ୍ତି ତାହା ଜିଲ୍ଲା ପ୍ରଶାସନ ଜାଣି ମଧ୍ୟ ନୀରବ ଦ୍ରଷ୍ଟା ସାଜିଛନ୍ତି । ପୋଷ୍ଟର ଚିରାକୁ ନେଇ ବିବାଦ ଆଜି ଥାନାରେ ପହଞ୍ôଚଛି । ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ବିଜେଡି ଆଜି ଔଷଧ ବଦଳରେ ତାଟିଆ କାମୁଡୁଛି । ପ୍ରଧାନମନ୍ତ୍ରୀଙ୍କ ସମାବେଶରେ ପହଞ୍ôଚ ଥିବାରୁ ସଞ୍ଜୟ ରଥ କେନ୍ଦ୍ରାପଡା ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେଇଥିଲେ । ମୋଦିଜୀଙ୍କ ନେତୃତ୍ୱରେ ଓଡିଶାର କୋଣ ଅନୁକୋଣରୁ ଗୋଟିଏ କଥା ଶୁଣାଯାଉଛି ଯେ ଓଡିଶାରେ ଜଣେ ଓଡିଆ ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ହେବେ ଏବଂ ସମସ୍ତେ ମିଳିମିଶି ଏ ଭ୍ରଷ୍ଟାଚାର ବିଜେଡିର ୨୫ ବର୍ଷର ଶାସନ ଉପରେ ପୁର୍ଣ୍ଣଛେଦ ଲଗାଇବାକୁ ନିଷ୍ପତ୍ତି ନେଇସାରିଲେଣି । ମୁଖ୍ୟମନ୍ତ୍ରୀଙ୍କ ନାମରେ ପରଦା ପଛରେ ରହି କ୍ଷମତା ଭୋଗ କରୁଥିବା ବ୍ୟକ୍ତିମାନେ ଓଡିଶାରୁ ଲୁଣ୍ଠନ କରିଚାଲିଛନ୍ତି । ମୋଦିଜୀଙ୍କ ବିକାଶ ଧାରାରେ ଓଡିଶାବାସୀ ଲାଭବାନ୍ ହେବେ । କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ସିଧା ସିଧା ଲୋକମାନଙ୍କ ନିକଟରେ ପହଞ୍ôଚବା ଏବଂ ପ୍ରତ୍ୟେକ ଚାଳ ଘରେ ଥିବା ବ୍ୟକ୍ତିଙ୍କୁ ଆବାସ ଯୋଜନାରେ ସାମିଲ୍ ହେବା ନିମନ୍ତେ କହିଥିଲେ ଏବଂ ଆଗାମୀ ଦିନରେ ଓଡିଶାରେ ଭାରତୀୟ ଜନତା ପାର୍ଟି ସରକାର କରି ଓଡିଶାକୁ ପ୍ରଗତିର ମାର୍ଗରେ ଶୀର୍ଷ ସ୍ତରରେ ପହଞ୍ôଚବ । କିଶୋର ପଣ୍ଡା ନିଜ ବକ୍ତବ୍ୟରେ କହିଥିଲେ ଯେ ମୋଦିଜୀଙ୍କ କେନ୍ଦ୍ରାପଡା ଗସ୍ତ ଏକ ଐତିହାସିକ ଏବଂ ଅବିସ୍ମରଣୀୟ ଦିନ ହୋଇରହିବ । କେନ୍ଦ୍ରାପଡା ବିଜେଡି ସରକାରର ଆକ୍ରୋଶ ଏବଂ ଆକ୍ରମଣାତ୍ମକ ହିଂସା ମନୋବୃତ୍ତି ଆଜି ପଦାରେ ପଡିଛି । ବିଜେପିର ପୋଷ୍ଟର ଚିରି ସେମାନେ ବାହୁବଳୀ ହେବାକୁ ଚାହୁଁଛନ୍ତି । କେନ୍ଦ୍ରାପଡାବାସୀ ତାହା ଜାଣିସାରିଲେଣି ଆଗାମୀ ନିର୍ବାଚନରେ ସାଧାରଣ ଜନତା ଜନାର୍ଦ୍ଦନ ତାହାର ଉଚିତ୍ ଜବାବ ଦେବେ ।


Next Post

ନିମ୍ନମାନର ଭାଷା, ଘୃଣ୍ୟ ଭାଷଣ ଦେଉଛନ୍ତି ମୋଦି ଜୀ, ଚିଠି ଲେଖିଲେ ମନମୋହନ ସିଂ

Thu May 30 , 2024
ନୂଆଦିଲ୍ଲୀ,୩୦ା୫: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡକ୍ଟର ମନମୋହନ ସିଂ ଲୋକ ସଭା ନିର୍ବାଚନ ୨୦୨୪ର ଶେଷ ପର୍ଯ୍ୟାୟ ଭୋଟ୍‌ ପୂର୍ବରୁ ଭୋଟରଙ୍କୁ ଏକ ବିଶେଷ ଆବେଦନ କରିଛନ୍ତି। ଅନ୍ୟ ପଟେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଭାଷା ଏବଂ ନୀତି ପାଇଁ କଡ଼ା କଥା କହି ମଧ୍ୟ ଆକ୍ରମଣ କରିଛନ୍ତି। ଗୁରୁବାର ଏକ ଚିଠି ଜାରି କରି ମନମୋହନ ପଞ୍ଜାବର ଲୋକଙ୍କୁ ଆହୁରି ଅନେକ […]

KANIKA