ଗଳୁଗୁଳିକୁ ଭୁକ୍ଷେପ ନ କରି ଲୋକେ ଭୋଟ ଦାନରେ ସାମଲି,  ବିଳମ୍ବ ସତ୍ୱେ ଶାନ୍ତିଶୁଙ୍ଖଳରେ ମତଦାନ, ନିଳକଣ୍ଠପୁର ତୋଟା ସାହି ବୁଥରେ ଗଣ୍ଡଗୋଳ


 

ପଟ୍ଟାମୁଣ୍ଡାଇ ୧/୬ କେନ୍ଦ୍ରାପଡା ଓ ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ଶନିବାର ଶେଷ ପ୍ରର୍ଯ୍ୟୟ ଭୋଟଗ୍ରହଣ ସମ୍ପନ୍ନ ହୋଇଥିବା ବେଳେ କେତେକ ସ୍ଥାନରେ ଜାରି ରହିଛି । ପ୍ରବଳ ଗଳୁଗୁଳୁକୁ ଭୁକ୍ଷେପ ନ କରି ଭୋଟର ଭୋଟ ଦାନରେ ସାମଲି ହୋଇଥିଲେ । ଉଭୟ ପୋଲିଂ କର୍ମଚାରୀ ଓ ଭୋଟରଙ୍କ ଇଭିଏମ ଉପରେ ଅନିଭଜ୍ଞତା କାରଣରୁ କେତେକ ସ୍ଥାନରେ ବଳମ୍ବରେ ମତଦାନ ହୋଇଥିଲା ବୋଲି ମତଦାତା ପ୍ରକାଶ କରିଥିଲେ ।ଏ ପରକିି ମନ୍ଥର ଭୋଟଦାନ ଯୋଗୁ ଖବର ଲେଖାଯିବା ପର୍ଯ୍ୟନ୍ତ (ସଂନ୍ଧ୍ୟା ସାଢେ ୭ଟା ସୁଦ୍ଧା ) କେତୋଟି ବୁଥରେ ଭୋଟଗ୍ରହଣ ଚାଲିଥିଲା ।

ଶନିବାର ଶେଷ ପର୍ଯ୍ୟାୟ ସାଧାରଣ ନବିାଚର୍ନ ଅବସରରେ ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ୧୯ ପଂଚାୟତ ଓ ପୌରାଂଚଳର ୨୦ ଟି ୱାର୍ଡ ଏବଂ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ପଟ୍ଟାମୁଣ୍ଡାଇ ବ୍ଲକର ୧୨ ପଂଚାୟତର କାଁ ଭାଁ କେତେକ ସ୍ଥାନକୁ ଛାଡିଦେଲେ ଅନ୍ୟ ସମସ୍ତ ସ୍ଥାନରେ ଶାନ୍ତିଶୃଙ୍ଖଳାର ସହିତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେବେ ଇଭିଏମରେ ଯାନ୍ତ୍ରକି ତୃଟି ଯୋଗୁ ଶାଶନ ୨୧୫ନଂ ବୁଥ, ୧୧୫ ନଂ ବୁଥ .୧୧୩ ନଂ ବୁଥ ଭଳି ୫ ଟି ବୁଥରେ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା । ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପଟ୍ଟାମୁଣ୍ଡାଇ ବ୍ଲକର ୩୧ ପଂଚାୟତରେ ମୋଟ ୧୬୧ ଟି ବୁଥରେ ମତଦାନ ହେଉଥିବା ବେଳେ ପ୍ରାୟ ୧ ଲକ୍ଷ ୫୭ ହଜାର,୧୪୭ ଭୋଟର ମତଦାନ କରିବା ନେଇ ପ୍ରଶାସନ ଓ ନବିାଚର୍ନ ଆୟୋଗ ପକ୍ଷରୁ ବନ୍ଦୋବସ୍ତ କରାଯାଇଥିଲା । ମାତ୍ର ଭୋଟ ହାର କମିଥିବା ସୂଚନା ମଳିଛି । କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ନିଳକଣ୍ଠପୁର ତୋଟା ସାହି ବୁଥରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଅଭିଯୋଗ ହୋଇଛି । ସେହିପରି ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ପୌରାଂଚଳର ୨୦ ଓାର୍ଡର ୩୦ ବୁଥରେ ଶାନ୍ତିଶୃଙ୍ଖଳା ସହିତ ମତଦାନ ହୋଇଥିଲା । ପୌରାଂଚଳରେ ସମୁଦାୟ ୩୧ ହଜାର ୨୯୦ ଭୋଟର ମତଦାନ କରିବା ନେଇ ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଇଥିଲା । ଏଠାରେ ମଧ୍ୟ ଭୋଟ ହାର କମିବା ନେଇ ନେଇ ଆଲୋଚନା ହେଉଛି । ନବିାଚର୍ନ ସମୟରେ ଆଇନ ଶଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଓ ଗ୍ରାମାଂଚଳ ଥାନା ନେତୃତ୍ୱରେ ଶସସ୍ତ୍ର ପୋଲସି ଫୋର୍ସ ମୁତୟନ ହୋଇଥିଲା ।


Next Post

ପୁନର୍ବାସରେ ସ୍ୱତନ୍ତ୍ର ମହିଳା ଓ ଶିଶୁ ଥେରାପି କକ୍ଷର ଲୋକାର୍ପଣ

Mon Jun 3 , 2024
କେନ୍ଦ୍ରାପଡା, ୨/୬: ଥେରାପି ସେବା ଓ ଭିନ୍ନକ୍ଷମଙ୍କ ସହାୟତା କ୍ଷେତ୍ରରେ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱକାଳ କେନ୍ଦ୍ରାପଡ଼ା ଜିଲ୍ଲାର ସକ୍ରିୟ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଏକ ସ୍ୱତନ୍ତ୍ର ମହିଳା ଓ ଶିଶୁ ଥେରାପି କକ୍ଷ ମାଧପୁରସ୍ଥିତ ଥେରାପି କେନ୍ଦ୍ରଠାରେ ଲୋକାର୍ପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲାର ସୁନାମଧନ୍ୟ ଚିକିତ୍ସକ ଡା. ବିଶ୍ୱପ୍ରକାଶ କାନୁନଗୋ ଓ ଡା. ସ୍ନେହଲତା କାନୁନଗୋ ଯୋଗଦେଇ ଏହି କକ୍ଷର ଶୁଭ ଲୋକାର୍ପଣ କରିଥିଲେ […]

KANIKA