
କେନ୍ଦ୍ରାପଡ଼ା,୪/୬– ୨୦୨୪ ସାଧାରଣ ନିର୍ବାଚନ ଫଳ ପାଇଁ ଭୋଟ୍ ଗଣତି ଚାଲିଛି। ମଙ୍ଗଳବାର ସକାଳ ୮ଟାରୁ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟଠାରେ ଆରମ୍ଭ ହୋଇଥିବା ଏହି ଗଣତିରେ ଜିଲ୍ଲାର ଏମ୍ପି ଆସନରେ ଭାଜପା ଆଗୁଆ ଅଛନ୍ତି। ଏପର୍ଯ୍ୟାୟ ଭୋଟ୍ ଗଣତି ପରେ ବିଜେଡି ଲୋକ ସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ୧୪୯୫୨୮ ଖଣ୍ଡ ଭୋଟ୍ ପାଇଛନ୍ତି। ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ୧୬୧୭୭୦ ଖଣ୍ଡ ଭୋଟ୍ ପାଇଛନ୍ତି। ସେହିପରି କଂଗ୍ରେସ ପାର୍ଥୀକୁ ୨୬ ୯୨୭ ଭୋଟ ମିଳିଛି ।











