କେନ୍ଦ୍ରାପଡ଼ାରେ ଏମ୍‌ପିରୁ ଭାଜପା ୧୪.୧୧୨ରେ ଆଗୁଆ


କେନ୍ଦ୍ରାପଡ଼ା,/ ୨୦୨୪ ସାଧାରଣ ନିର୍ବାଚନ ଫଳ ପାଇଁ ଭୋଟ୍‌ ଗଣତି ଚାଲିଛି। ମଙ୍ଗଳବାର ସକାଳ ୮ଟାରୁ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟଠାରେ ଆରମ୍ଭ ହୋଇଥିବା ଏହି ଗଣତିରେ ଜିଲ୍ଲାର ଏମ୍‌ପି ଆସନରେ ଭାଜପା ପ୍ରାର୍ଥୀ ଆଗୁଆ ଅଛନ୍ତି। ଏପର୍ଯ୍ୟାୟ ଭୋଟ୍‌ ଗଣତି ପରେ ବିଜେଡି ଲୋକ ସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ୨୩୧୮୨୪ ଖଣ୍ଡ ଭୋଟ୍‌ ପାଇଛନ୍ତି। ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ୨୪୬୯୩୬ ଖଣ୍ଡ ଭୋଟ୍‌ ପାଇ ୧୪ ହଜାର ୧୧୨ ଆଗରେ। ସେହିପରି କଂଗ୍ରେସ ପାର୍ଥୀକୁ ୪୨୧୬୬ଭୋଟ ମିଳିଛି ।