ପୂର୍ବତନ ବ୍ଲକ ଅଧ୍ୟକ୍ଷ ବ୍ରହ୍ମାନନ୍ଦ ସାମଲଙ୍କ ପରଲୋକ



ପଟ୍ଟାମୁଣ୍ଡାଇ ବ୍ଲକର ପୂର୍ବତନ ଅଧ୍ୟକ୍ଷ ବ୍ରହ୍ମାନନ୍ଦ ସାମଲଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ ୧୯୮୪-୮୯ ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାନସ ରଞ୍ଜନ ସାମଲ, ମନୋରଞ୍ଜନ ସାମଲ,ଚିତରଞ୍ଜନ ସାମଲ, ରଂଜିତ ରଞ୍ଜନ ସାମଲ ଓ ପୁଷ୍ପ ରଞ୍ଜନ ସାମଲ, ପୁତ୍ର ବଧୂ,ଝିଅ ଜ୍ୱାଇଁ ନାତିନାତୁଣୀ, ବନ୍ଧୁ ଓ ପରିବାରବର୍ଗ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ମନୋରଞ୍ଜନ ସାମଲ ମୁଖାଗ୍ନି ଦେଇଥିଲେ ।


Next Post

ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁଙ୍କ ବିପୁଳ ବିଜୟ

Tue Jun 4 , 2024
କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ ରାଜନଗରରେ ବିଜେଡି ପ୍ରାର୍ଥୀ ପ୍ରଭାବଶାଳୀ ଯୁବନେତା ଧ୍ରୁବ ସାହୁ ବିପୁଳ ବିଜୟ ହାସଲ କରି ନିଜର ନିକଟମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଲଳିତ ବେହେରାଙ୍କୁ ୧୮ ହଜାର ୨୪୧ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ହାସଲ କରିଛନ୍ତି । ପ୍ରଚଣ୍ଡ ବିଜେପି ଲହର ସତ୍ୱେ ଧ୍ରୁବ ଏକ ବିରାଟ ବ୍ୟବଧାନ ବିଜୟ ହାସଲ କରିବା ଉଲ୍ଲେଖନୀୟ ହୋଇଛି । ଏଥି ପାଇଁ […]

You May Like