କେନ୍ଦ୍ରାପଡ଼ା ୭/୬: ଶତାୟୁ ଈଶ୍ୱର ଚନ୍ଦ୍ର ସାହୁଙ୍କ ମହାପ୍ରୟାଣର ଦ୍ୱାଦଶାହରେ କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ଚାଟରାପାଟଣାଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କେନ୍ଦ୍ରାପଡାର ବିଧାୟକ ଗଣେଶ୍ୱର ବେହେରା କହିଲେ ଈଶ୍ୱର ଚନ୍ଦ୍ର ସାହୁ ଜାତକ ଅନୁଯାୟୀ ୯୯ ବର୍ଷ ୬ ମାସରେ ଦେହାନ୍ତ ହୋଇଥିଲା । ତେଣୁ ୬ ମାସରୁ ଉର୍ଦ୍ଧ୍ୱ ହେଲେ ତାକୁ ଗୋଟିଏ ବର୍ଷ ବୋଲି ଗଣନା କରାଯାଇଥାଏ । ଏଣୁ ସେ ଶତାୟୁ ପୁରୁଷ ବୋଲି ମତବ୍ୟକ୍ତ କରିଥିଲେ । ତାଙ୍କ ସମୟର ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ସେ ହେଉଛନ୍ତି ଶେଷ ପିଢି । ଏଣୁ ଏକ ଯୁଗର ଅବସାନ ହେଲା । ଏହି ଅବସରରେ ପଣ୍ଡିତ ହୃଷିକେଶ ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ବରେଣ୍ୟ ଅତିଥି ଭାବରେ ଦୈନିକ ଖବର କାଗଜ ଓ ଓଡିଶା ଏକ୍ସପ୍ରେସ୍ର ମୁଖ୍ୟ ସମ୍ପାଦକ ଅମ୍ବିକା ପ୍ରସାଦ ଦାସ ଯୋଗଦାନ କରି ଈଶ୍ୱର ସାର୍ଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରକାଶିତ ସ୍ମରଣିକାକୁ ଉନ୍ମୋଚିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ପ୍ରାକ୍ତନ ଜିଲ୍ଲା ଶିକ୍ଷା ଅଧିକାରୀ ହେମନ୍ତ କୁମାର ଜେନା, କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଗଣେଶ ଚନ୍ଦ୍ର ସାମଲ, କାର୍ଯ୍ୟକାରୀ ସଭାପତି କରୁଣାକର ଦାସ, ଉପସଭାପତି ପାର୍ବତୀ ନାୟକ, ସଂଗଠନ ସମ୍ପାଦକ ଆଦିକନ୍ଦ ରାଉଳ, ଉପଦେଷ୍ଟା କାର୍ତ୍ତିକ ଚରଣ ନାୟକ, କୋଷାଧ୍ୟକ୍ଷ ନୃସିଂହ ଚରଣ ତ୍ରିପାଠୀ, ସହସମ୍ପାଦକ ଶ୍ରୀଧର କୁମାର ଭୋଳ ଓ ଶରତ କୁମାର ରାଉତ, କେନ୍ଦ୍ରାପଡା ପୌରସଂସ୍ଥାର ଅଧ୍ୟକ୍ଷ ସରିତା ସାହୁ, ପ୍ରାକ୍ତନ ଅଧ୍ୟକ୍ଷ ଧିରେନ କୁମାର ସାହୁ, ବାଲିଯାତ୍ରା ମହୋତ୍ସବ କମିଟିର ସଭାପତି ଆଇନଜୀବୀ ପ୍ରଦୀପ କୁମାର ଦାସ, ଜ୍ୱାଇଁ ନାରାୟଣ ବେହେରା ଓ ଗୋବର୍ଦ୍ଧନ ସାହୁ, ପୁଅ ରବିନ୍ଦ୍ର କୁମାର ସାହୁ, ଦେବେନ୍ଦ୍ର କୁମାର ସାହୁ, ରାଜକିଶୋର ସାହୁ, ଅଶୋକ କୁମାର ସାହୁ, ଅକ୍ଷୟ କୁମାର ସାହୁ, ଝିଅ ମମତା ସାହୁ, ନମିତା ସାହୁ, କେନ୍ଦ୍ରାପଡା ବିକାଶ ସାମ୍ମୁଖ୍ୟର ସମ୍ପାଦକ ଅଜୟ କୁମାର ସାମଲ, ଶୁକ୍ଳାମ୍ବର ସାମଲ, କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ପ୍ରତିଷ୍ଠାତା ପ୍ରମୋଦ କୁମାର ସାହୁ, ଧରଣୀଧର ଜେନା ଓ ରମଣୀରଞ୍ଜନ ରାଉତରାୟ ସମେତ ଶତାଧିକ ବିଶିଷ୍ଟ ବ୍ୟକ୍ତିମାନେ ବକ୍ତବ୍ୟ ଉପସ୍ଥାପନ କରି ଈଶ୍ୱର ସାର୍ଙ୍କ ବହୁମୂଖୀ ପ୍ରତିଭା ଓ ତାଙ୍କ ଜୀବନ ସଂଗ୍ରାମ ସମ୍ପର୍କରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କର ବାର୍ଷିକ ପୁଣ୍ୟତିଥିରେ ଏକ ସ୍ମରଣିକା ପ୍ରକାଶ କରିବାକୁ ସ୍ଥିର କରାଗଲା । ଏଥିନିମନ୍ତେ ଲେଖା ତାଙ୍କ ଘରକୁ କିମ୍ବା ହେମନ୍ତ ଜେନାଙ୍କ ନିକଟକୁ ପଠାଇବାକୁ ସ୍ଥିର କରାଗଲା । କବି ଶୈଳଜା ଶଙ୍କର ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଲକ ସେଠୀ ଆବାହନୀ ସଙ୍ଗୀତ ଗାନ କରିଥିବା ବେଳେ ଅଶୋକ କୁମାର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରାରମ୍ଭରେ ତାଙ୍କ ସ୍ମୃତି ଓ ଆତ୍ମାର ସଦ୍ଗତି ନିମନ୍ତେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।