କେନ୍ଦ୍ରାପଡା ବିଧାନସଭାରେ ବିଜୟ , ନଗର ବିଜେଡି ତରଫରୁ ନବୀନ ବାବୁଙ୍କୁ କୃତଜ୍ଞତା


କେନ୍ଦ୍ରାପଡ଼ା ୭/୬: ଆଜି କେନ୍ଦ୍ରାପଡା ନଗର ବିଜେଡି ତରଫରୁ ଏକ ଜରୁରୀ ବୈଠକ ଆହୁତ କରାଯାଇଥିଲା । କାକଟ ସ୍ଥିତ ସ୍ୱୟଂ ସେଲିବ୍ରେସନ ମଣ୍ଡପରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ପୌରହିତ୍ୟ କରିଥିଲେ । ଏହି ବୈଠକରେ ନବ ନିର୍ବାଚିତ ବିଧାୟକ ଗଣେଶ୍ୱର ବେହେରାଙ୍କୁ ନଗର ବିଜେଡି, ମହିଳା ବିଜେଡି ଓ ପୌର ପ୍ରତିନିଧିମାନଙ୍କ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପୌର ପ୍ରତିନିଧି ତରଫରୁ ପୌରାଧ୍ୟକ୍ଷା ସାରିତା ସାହୁ, ନଗର ବିଜେଡି ତରଫରୁ ଯଯାତୀ କେଶରୀ ମହାନ୍ତି ଓ ମହୋଳା ବିଜେଡି ତରଫରୁ ଜିଲ୍ଲା ମହିଳା ସଭାପତି ରୋସ୍ନା ସାହୁ ଓ ନଗର ମହିଳା ସଭାପତି ସ୍ୱୟଂପ୍ରଭା କର ଗଣେଶ୍ୱର ବେହେରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏହି ବୈଠକରେ ନିମ୍ନମତେ ଦୁଇଗୋଟି ପ୍ରାସ୍ତାବ ପାରିତ ହୋଇଥିଲା । କେନ୍ଦ୍ରାପଡା ଭୋଟଦାତା ଭାଇଭଉଣି ଓ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆର୍ଶିବାଦରୁ କେନ୍ଦ୍ରାପଡା ବିଧାନସଭାରେ ବିଜେଡିର ବିପୁଳ ବିଜୟ ହୋଇଥିବାରୁ କେନ୍ଦ୍ରାପଡପା ବାସୀ ତଥା ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ଗଭିର କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

ପୌର ବିଜେଡିର ଏହି ବୈଠକ ନବୀନ ବାବୁଙ୍କ ନେତୃତ୍ୱ ପ୍ରତି ପୂର୍ଣ୍ଣ ଆସ୍ଥା ପ୍ରକଟ କରିବା ସହ ଆଗାମୀ ଦିନରେ ଗଠନ ମୂଳକ ବିରୋଧି ଦଳର ଭୂମିକା ନିର୍ବାହ କରି ପୁନର୍ବାର କେନ୍ଦ୍ରାପଡା କଥା ଓଡିଶା ବାସୀଙ୍କ ଆସ୍ଥାଭାଜନ ହୋଇପାରିବ ବୋଲି ଦୃଢ ବିଶ୍ୱାସ ରଖୁଛି ଓ ଦ୍ୱିତୀୟରେ କେନ୍ଦ୍ରାପଡା ପୌରାଞ୍ଚଳରେ ନବ ନିର୍ବାଚିତ ବିଧାୟକ ବିଜେଡି ନେତା, ପୌର ପ୍ରତିନିଧି ଓ କର୍ମୀମାନଙ୍କ ସହ ଆସନ୍ତା ୯ତାରିଖ(ରବିବାର) ପଦଯାତ୍ରା କରି ଭୋଟ ଦାତାଙ୍କୁ ଧନ୍ୟବାଦ ଜଣାଇବା ପାଇଁ ସିଦ୍ଧାନ୍ତ ନିଆଯାଇଛି ।

ଏହି ବୈଠକରେ ଜିଲ୍ଲା ବିଜେଡି ସଭାପତି ଧିରେନ ସାହୁ, ରଞ୍ଜିତ ସାହୁ, ଗୋପିନାଥ ବାରିକ, ସେକ ଚନ୍ଦନ, ହିରଣ୍ୟ ପଣ୍ଡା, ଦୁର୍ଗାପ୍ରସାଦ ପତି, ଆଦିତ୍ୟ ପତି, ଜୟନ୍ତି ପାଣି, ଜୌର୍ତିମୟୀ ମହାପାତ୍ର, ଉମେଶ ନାୟକ, ସୃତିପ୍ରଜ୍ଞା ଶତପଥି, ଦେବେନ୍ଦ୍ର ରାଉତ, ସେକ ପପୁ, ସେକ ଆସଲମ, ପ୍ରଦୀପ କୁମାର ଜେନା, ଚୌଧୁରୀ ସୁ କୁମାର ଦାସ, ପ୍ରଦୀପ ନାୟକ, ରମେଶ ଚନ୍ଦ୍ର ଦାସ, ନିରାକାର ସ୍ୱାଇଁ, ଅକ୍ଷୟ ମେକାପ, କମଳାକାନ୍ତ ବେହେରା, ଜନ ମେକାପ, ସେକ ରହେମତ, ସମ୍ବିତ ଶ୍ରୀଚନ୍ଦନ, କାଳୀ ପ୍ରସାଦ ପଣ୍ଡା, ଅଜୟ ଶତପଥି, ସୌମେନ୍ଦ୍ର ପୃଷ୍ଟି, ଯଯାତି ଦାସ, ସୁରେନ୍ଦ୍ର ମଣ୍ଡଳ.ମନୋରଞ୍ଜନ ସାହୁ, କିଶାନ କୁମାସ ସାହି, ସେକ ରହେମନ, ଏମ୍‌ଡି ନସିଉଦ୍ଦିନ, ସେକ ଗୋଫ୍ରାନ, ବିଶ୍ୱଜିତ ଦାସ, ଏମଡି ନିଆଜ, ସୌମେନ୍ଦ୍ର ସୁତାର ଓ ସୁନିଲ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading