ପ୍ରାକ୍ତନ ଶିକ୍ଷା ପରିଦର୍ଶକ ସଂଗଠନର ନବବର୍ଷ ବନ୍ଧୁମିଳନ ସମାରୋହ



କେନ୍ଦ୍ରାପଡା,୧୩ା୧: କେନ୍ଦ୍ରାପଡା ଜିଲ୍ଲା ପ୍ରାକ୍ତନ ଶିକ୍ଷା ପରିଦର୍ଶକ ସଂଗଠନର ନବବର୍ଷ ପାରମ୍ପରିକ ବନ୍ଧୁ ମିଳନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ପ୍ରାଣ ପ୍ରତିଷ୍ଠାତା ଆବାହକ ତଥା ବର୍ତ୍ତମାନର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ଶିକ୍ଷାବିତ୍ ମନ୍ମଥ କୁମାର ରାୟ ସଭାପତିତ୍ୱ କରିଥିଲେ । ପ୍ରାରମ୍ଭରେ ସମ୍ପାଦକ ନରୋତ୍ତମ ଜେନା ଉପସ୍ଥିତ ସଦସ୍ୟମାନଙ୍କୁ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଆଗାମୀ ବାର୍ଷିକ ଉତ୍ସବ ଓ ପତ୍ରିକା “ସାୟଂପ୍ରଭା” ପ୍ରକାଶନ ଉପରେ ଆଲୋଚନା କରି ସଂଗଠନର ସଭାପତି ପୂର୍ଣ୍ଣାନନ୍ଦ ବିଶ୍ୱାଳଙ୍କ ନବବର୍ଷ ଶୁଭେଚ୍ଛା ବାର୍ତ୍ତା ପାଠ କରିଥିଲେ । ଦୀର୍ଘ ୧୯ ବର୍ଷ ତଳେ ବିଭିନ୍ନ ଘାତ ପ୍ରତିଘାତ ସତ୍ତ୍ୱେ ଅକ୍ଳାନ୍ତ ପରିଶ୍ରମ କରି ଜିଲ୍ଲାର ୯ଗୋଟି ବ୍ଲକର ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକମାନଙ୍କୁ ଏକାଠି କରି ସଂଗଠନ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରି ସଫଳ ହୋଇଥିବା ଶ୍ରେଷ୍ଠ ବ୍ୟକ୍ତିତ୍ୱ ମନ୍ମଥ କୁମାର ରାୟଙ୍କୁ ସଂଗଠନ ତରଫରୁ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ଉପଦେଷ୍ଟା ସଭ୍ୟ ହେମନ୍ତ କୁମାର ଜେନା, ନରେନ୍ଦ୍ର କୁମାର ନାୟକ, ଯୁଗ୍ମ ସମ୍ପାଦକ ଅନାମ ଚରଣ ସାହୁ, ବଳଭଦ୍ର ନାୟକ ସଂଗଠନ ପ୍ରତି ଶ୍ରୀ ରାୟଙ୍କ ଅମ୍ଳାନ ତ୍ୟାଗ ଓ ଅବଦାନ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ସମ୍ପାଦକ ଈଶ୍ୱର ଚନ୍ଦ୍ର ମନ୍ତ୍ରୀ, ନିରଞ୍ଜନ ନାୟକ, ଗୋପୀନାଥ ଦାସ, ସୋମନାଥ ପଢିହାରୀ, ଶରତ କୁମାର ମହାନ୍ତି, ଦାଶରଥୀ ନାୟକ, ନିରଞ୍ଜନ ପୋଥାଳ, ନିରଞ୍ଜନ ସାମଲ, କୈଳାସ ଚନ୍ଦ୍ର ସ୍ୱାଇଁ, ଅକ୍ଷୟ କୁମାର ସ୍ୱାଇଁ, ଉପ ସଭାପତି କୈଳାସ ପଟ୍ଟନାୟକ, ଦୋଳଗୋବିନ୍ଦ ସାହୁ, ସନାତନ ତରାଇ, ନରୋତ୍ତମ ବେହେରା, ନରହରି ପାତ୍ର, ସର୍ବେଶ୍ୱର ଜେନା, ପ୍ରଫୁଲ୍ଲ କୁମାର ମହାରଣା, ଗୟାଧର ସ୍ୱାଇଁ, ଭାଗୀରଥି ନନ୍ଦ, ବିଜୟ କୁମାର ନାଥ, କୁଞ୍ଜ ବିହାରୀ ସାହୁ, ନିତ୍ୟାନନ୍ଦ ପରିଡା, କୁଳମଣି ପଟ୍ଟନାୟକ, ଅଜୟ କୁମାର ପରିଡା, ବାଉରୀବନ୍ଧୁ ମୁଦୁଲୀ, ମାଗୁଣୀ ଚରଣ ବିଶ୍ୱାଳ ପ୍ରଭୃତି ଯୋଗଦାନ କରି ଆଲୋଚନାରେ ଭାଗ ନେଇଥିଲେ । ପତ୍ରିକା ସମ୍ପାଦକ ତଥା ମିଡିଆ ସଂଯୋଜକ କାଶୀନାଥ ରାଉତରାୟ ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଚଳିତ ମାସର ଶେଷ ସପ୍ତାହରେ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି କରିବା ନିମିତ୍ତ ନିଷ୍ପତ୍ତି କରାଗଲା ।


Next Post

ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର

Mon Jan 13 , 2025
କେନ୍ଦ୍ରାପଡ଼ା,୧୩ା୧: ନିକିରାଇସ୍ଥିତ ବୀର ହନୁମାନଜୀଉ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଓଡିଶା ସରକାରଙ୍କ ଗଣ ଶିକ୍ଷା ବିଭାଗ ଦ୍ୱାରା ପ୍ରାୟୋଜିତ ବାଳିକା ଆମର ସୁରକ୍ଷା ତାଲିମ ଶିବିର ଅନୁଷ୍ଠାନର ବରିଷ୍ଠ ପ୍ରାଧ୍ୟାପକ ଭକ୍ତବନ୍ଧୁ ଓଝାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଳିକା ଆତ୍ମ ସୁରକ୍ଷା କୈାଶଳ ତାଲିମ କାର୍ଯ୍ୟକ୍ରମ ର ସଂଯୋଜିକା ଅଧ୍ୟାପିକା ପ୍ରୀତଲକ୍ଷ୍ମୀ ଜେନା ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ […]