ପ୍ରିୟଶ୍ଳୋକ ଆର୍ଯ୍ୟ ଟ୍ରଷ୍ଟର ୩ୟ ବାର୍ଷିକ ଉତ୍ସବ , ଭିନ୍ନକ୍ଷମ ଓ ଅସହାୟଙ୍କୁ ଆର୍ଥିକ ସହାୟତା



କେନ୍ଦ୍ରାପଡ଼ା, ୮ା୬: କେନ୍ଦ୍ରାପଡା ଜିଲ୍ଲା ପ୍ରିୟଶ୍ଳୋକ ଆର୍ଯ୍ୟ ଫାଉଣ୍ଡେସନ ଟ୍ରଷ୍ଟର ୩ୟ ବାର୍ଷିକ ଉତ୍ସବ ଆଜି ଶନିବାର ଦିନ କେଶପୁର ବଜାରଠାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଆଇନଜୀବୀ ଲଳିତେନ୍ଦୁ ପଣ୍ଡା ସଭା ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହାପରେ ସେ ଟ୍ରଷ୍ଟ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଗତ ୩ବର୍ଷତଳେ ପ୍ରିୟଶ୍ଳୋକ ଆର୍ଯ୍ୟ ଆକସ୍ମିକ ମୃତ୍ୟୁବରଣ କରିଥିଲେ । ସେ ବଳଦେବ ଉଚ୍ଚ ବିଦ୍ୟାଳୟର ମେଧାବୀ ଛାତ୍ର ଥିଲେ ଓ ସେ ଡିଆରଡିଓରେ ଜଣେ ବୈଜ୍ଞାନିକ ଥିଲେ । ତାଙ୍କର ସ୍ମୃତି ଉଦେଶ୍ୟରେ ଏହି ଟ୍ରଷ୍ଟ ଗଠନ କରାଯାଇ ବିଭିନ୍ନ ସାମାଜିକ କାର୍ଯ୍ୟ କରାଯିବା ସହିତ ଗରିବ ମେଧାବୀ, ଭିନ୍ନକ୍ଷମମାନଙ୍କୁ ଓ ଅସହାୟ ବ୍ୟକ୍ତିମାନଙ୍କୁ ଆର୍ôଥକ ସହାୟତା ଯୋଗାଇ ଦିଆଯାଉଛି । ଏହି ଉତ୍ସବରେ ସାଧାରଣ ବିଭାଗର ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟ୍ରଷ୍ଟର ସାମାଜିକ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଅସହାୟ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଆର୍ôଥକ ସହାୟତା ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବରେ ହୃଷିକେଶ ରଥ ଓ ଡଃ ଜ୍ୟୋତିରଞ୍ଜନ ମହାପାତ୍ର ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ସୂଚନା ଦେଇଥିଲେ ଯେ ଦେଶ ଓ ଦେଶ ବାହାରେ ଥିବା ବିଭିନ୍ନ ସାମାଜିକ ଟ୍ରଷ୍ଟ ସହିତ ଯୋଡି ହୋଇ ସ୍ୱାସ୍ଥ୍ୟ, ଶିକ୍ଷା, ପିଲାମାନଙ୍କୁ ସୁଷମ ଖାଦ୍ୟ ବଣ୍ଟନ କରିବା ଭଳି ଲୋକମାନଙ୍କୁ ସହାୟତା ପ୍ରଦାନ କରାଯାଉଛି । ଚିରରଞ୍ଜନ ରାଉତ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ୧୫ଜଣ ଭିନ୍ନକ୍ଷମଙ୍କୁ ୫ହଜାର ଲେଖାଏଁ ଆର୍ôଥକ ସହାୟତା ପ୍ରଦାନ କରାଯାଇଥିବା ବେଳେ ସ୍ୱର୍ଗତ ଧନେଶ୍ୱର ମାହାଳିକଙ୍କ ପରିବାରକୁ ୨୦ହଜାର ଟଙ୍କା ଆର୍ôଥକ ରାଶି ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟି ଶୁଭ୍ରାଂଶୁ ଜେନା, ବିବେକାନନ୍ଦ ଆଚାର୍ଯ୍ୟ, ମାନସ ମହାପାତ୍ର, ବଳରାମ ପରିଡା, ରାଜେଶ ମହାନ୍ତି, ବଳଦେବ ହାଇସ୍କୁଲର ଶିକ୍ଷକ ନୃସିଂହ ତ୍ରିପାଠୀ, ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା, ଦେବାଶିଷ ମିଶ୍ର ପ୍ରମୁଖ ଏହି ସଭାରେ ଉପସ୍ଥିତ ଥିଲେ । ଶେଷରେ ପଣ୍ଡିତ ହୃଷିକେଶ ରଥ ସ୍ୱର୍ଗତ ଆର୍ଯ୍ୟଙ୍କ ଆତ୍ମାର ସଦଗତି କାମନା କରି ଶ୍ଳୋକ ପ୍ରାର୍ଥନା କରି ସଭାସଙ୍ଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading