ବିଧାନସଭାରେ ବିଜୟ ପାଇଁ କେନ୍ଦ୍ରାପଡା ପୌରାଞ୍ଚଳରେ ପଦଯାତ୍ରା



କେନ୍ଦ୍ରାପଡ଼ା ୭/୬: କେନ୍ଦ୍ରାପଡା ପୌରାଞ୍ଚଳରେ ନବ ନିର୍ବାଚିତ ବିଧାୟକ ବିଜେଡି ନେତା ଗଣେଶ୍ୱର ବେହେରାଙ୍କ ସମେତ ପୌର ପ୍ରତିନିଧି ଓ କର୍ମୀମାନଙ୍କ ସହ ରବିବାର ଅପରାହ୍ନ ୪ଟା ସମୟରେ ପଦଯାତ୍ରା କରି ଭୋଟ ଦାତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ପଦଯାତ୍ରା ତିନିମୂହାଣୀ ରାମମନ୍ଦିର ପରିସରରୁ ବାହାରି ନୂଆବସଷ୍ଟାଣ୍ଡ, କାକଟ, ବଡହାଟ, ପୁରୁଣା ବସଷ୍ଟାଣ୍ଡ, ସାନ୍ତସାହି ଦେଇ ବଳଦେବ ଜୀୟୁଙ୍କ ମନ୍ଦିରରେ ଶେଷ ହୋଇଥିଲା । ସହରର ପ୍ରତ୍ୟେକ ମୁଖ୍ୟ ସ୍ଥାନରେ ବିଧାୟକ ବେହେରାଙ୍କୁ ସ୍ୱାଗତ କରାଯାଇଥିଲା । ବିଧାୟକ ବେହେରା ଶ୍ରୀ ବଳଦେବ ଜୀୟୁ ମନ୍ଦିରରେ ପହଞ୍ଚି ଶ୍ରୀଜୀୟୁଙ୍କ ଅର୍ଶୀବାଦ ନେଇଥିଲେ । ଏହାପରେ ବିଧାୟକ ବେହେରା କହିଥିଲେ ଯେ କେନ୍ଦ୍ରାପଡା ଭୋଟଦାତା ଭାଇଭଉଣି ଓ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆର୍ଶିବାଦରୁ କେନ୍ଦ୍ରାପଡା ବିଧାନସଭାରେ ବିଜେଡିର ବିପୁଳ ବିଜୟ ହୋଇଥିବାରୁ କେନ୍ଦ୍ରାପଡାବାସୀ ତଥା ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ଗଭିର କୃତଜ୍ଞତା ଜ୍ଞାପନ କରୁଛି । ପୌର ବିଜେଡିର ଏହି ବୈଠକ ନବୀନ ବାବୁଙ୍କ ନେତୃତ୍ୱ ପ୍ରତି ପୂର୍ଣ୍ଣ ଆସ୍ଥା ପ୍ରକଟ କରିବା ସହ ଆଗାମୀ ଦିନରେ ଗଠନ ମୂଳକ ବିରୋଧି ଦଳର ଭୂମିକା ନିର୍ବାହ କରି ପୁନର୍ବାର କେନ୍ଦ୍ରାପଡା କଥା ଓଡିଶା ବାସୀଙ୍କ ଆସ୍ଥାଭାଜନ ହୋଇପାରିବ ବୋଲି ଦୃଢ ବିଶ୍ୱାସ ରଖୁଛି । ଏହି ପଦଯାତ୍ରାରେ ପୌର ପ୍ରତିନିଧି ତରଫରୁ ପୌରାଧ୍ୟକ୍ଷା ସାରିତା ସାହୁ, ନଗର ବିଜେଡି ତରଫରୁ ଯଯାତୀ କେଶରୀ ମହାନ୍ତି ଓ ଜିଲ୍ଲା ମହିଳା ସଭାପତି ରୋସ୍ନା ସାହୁ, ନଗର ମହିଳା ସଭାପତି ସ୍ୱୟଂପ୍ରଭା କର, ଜିଲ୍ଲା ବିଜେଡି ସଭାପତି ଧିରେନ ସାହୁ,ରାଜ୍ୟ ବିଜେଡି ସାଧାରଣ ସଂପାଦକ ରଞ୍ଜିତ ସାହୁ, ଗୋପିନାଥ ବାରିକ, ସେକ ଚନ୍ଦନ, ହିରଣ୍ୟ ପଣ୍ଡା, ଦୁର୍ଗାପ୍ରସାଦ ପତି, ଆଦିତ୍ୟ ପତି, ଜୟନ୍ତି ପାଣି, ଜୌର୍ତିମୟୀ ମହାପାତ୍ର, ଉମେଶ ନାୟକ,ଚୌଧୁରୀ ସୁ କୁମାର ଦାସ, ଲିଲିତା ଦାସ, ସୃତିପ୍ରଜ୍ଞା ଶତପଥି, ଦେବେନ୍ଦ୍ର ରାଉତ, ସେକ ପପୁ, ସେକ ଆସଲମ, ପ୍ରଦୀପ କୁମାର ଜେନା, ପ୍ରଦୀପ ନାୟକ, ରମେଶ ଚନ୍ଦ୍ର ଦାସ, ନିରାକାର ସ୍ୱାଇଁ, ଅକ୍ଷୟ ମେକାପ, କମଳାକାନ୍ତ ବେହେରା, ଜନ ମେକାପ, ସେକ ରହେମତ, ସମ୍ବିତ ଶ୍ରୀଚନ୍ଦନ, କାଳୀ ପ୍ରସାଦ ମିଶ୍ର, ଅଜୟ ଶତପଥି, ସୌମେନ୍ଦ୍ର ପୃଷ୍ଟି, ଯଯାତି ମହାନ୍ତି, ସୁରେନ୍ଦ୍ର ମଣ୍ଡଳ, ମନୋରଞ୍ଜନ ସାହୁ, କିଶାନ କୁମାସ ସାହି, ସେକ ରହେମନ, ଏମ୍‌ଡି ନସିଉଦ୍ଦିନ, ସେକ ଗୋଫ୍ରାନ, ବିଶ୍ୱଜିତ ଦାସ, ଏମଡି ନିଆଜ, ସୌମେନ୍ଦ୍ର ସୁତାର ଓ ସୁନିଲ ମହାପାତ୍ର, ବ୍ଲକ ଅଧ୍ୟକ୍ଷା ରଶ୍ମୀତା ସେଠୀ, ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ବିଜେଡି ବ୍ଲକ ସଭାପତି ଆଲୋକ ସାହୁ, ଲିଲିତା ଦାସ, ପ୍ରଦୀପ୍ତ ମହାନ୍ତି, ରାକେଶ ମହାନ୍ତି, ହିବଜୁର ରହେମାନ, ମୀର ମୁର୍ସିଦ ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading