ରାଜନଗର-ପଟ୍ଟାମୁଣ୍ଡାଇ ୭୦ ଦଶକ ଦୁଖଃଦ ମାନବର ଦେବୀଥିଲେ ନନ୍ଦିନୀ


୯୩ ତମ ଜୟନ୍ତୀ ପାଳନରେ ଜିଲ୍ଲା ସ୍ତରିୟ ଆଲୋଚନାଚକ୍ର


ବିଶିଷ୍ଟ ନାରୀନେତ୍ରୀ, ଓଡି଼ଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ସାରସ୍ୱତ ସାଧିକା ନନ୍ଦିନୀ ଶତପଥୀଙ୍କର ବିଭିନ୍ନ କ୍ଷେତ୍ରରେ ଦକ୍ଷତା ରହିଥିଲା । ଜଣେ ମୁଖ୍ୟମନ୍ତ୍ରୀ ଭାବେ ସେ ଅନେକ କଠୋର ନିଷ୍ପତିନେଇ ତାକୁ କାର୍ଯ୍ୟକାରୀ କରାଇଥିଲେ ବୋଲି ନନ୍ଦିନୀ ଶତପଥୀଙ୍କ ୯୩ତମ ଜୟନ୍ତୀ ପାଳନ ଅବସରରେ ସୋମବାର ଅପରାହ୍ନରେ କେନ୍ଦ୍ରାପଡା ଜିଲା ରାଜନଗର ଶୌଳେନ୍ଦ୍ର ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ନନ୍ଦିନୀ ଦେବୀ ସ୍ମୃତି ସମାରୋହ କମିଟି ଓ ପ୍ରେସପରିବାର ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରିୟ ଆଲୋଚନାଚକ୍ରରେ ବକ୍ତାମାନେ ମତ ପ୍ରକାଶ କରିଛନ୍ତି ।

ବରିଷ୍ଠ ଖବରଦାତା ଭାସ୍କର ରାଉତରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଭାଗ ନେଇ ମୁଖ୍ୟ ଅତିଥି ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଠ ପ୍ରଭନ୍ଦକ ଶରତ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ନନ୍ଦିନୀ ଦେବୀଙ୍କ ସ୍ମୃତିଚାରଣ କରି କହିଛନ୍ତି ଯେ, ଲୌହମାନବୀ ଭାବେ ପରିଚିତ ନନ୍ଦିନୀ ଶତପଥୀ ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ଥିଲେ । ୭୦ ଦଶକରେ ଯେତେବେଳେ ବଙ୍ଗପସାଗର ତଟବର୍ତି ରାଜନଗର-ପଟ୍ଟାମୁଣ୍ଡାଇ ଅଂଚଳରେ ଲୁଣା ପାଣି ସାଧାରଣ ମଣିଷଙ୍କୁ ଧ୍ୱଂସବିଦ୍ଧ୍ୱଶଂ କରିଦେଇଥିଲା ସେତେବେଳେ ଦୁଖଃତ ମାନବର ଦେବୀରୁପେ ଉଭା ହୋଇ ବିପନ୍ନ ମଣିଷ ମାନଙ୍କୁ ସାହାଯ୍ୟା ସହେଯାଗ ବଢାଇ ଚିରକାଳ ସ୍ମରଣୀୟ ହୋଇ ରହିଛନ୍ତି । ପଦ୍ମଭୂଷଣ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ରତ୍ନମଣି ଦେବୀଙ୍କର କନ୍ୟା ନନ୍ଦିନୀ ୧୯୩୧ ଜୁନ୍ ୯ରେ ଖ୍ରୀଷ୍ଟିଆନ ସାହି, ଯାଚକ ଲେନ୍‌, ବକ୍ସିବଜାର, କଟକରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଶାରେ ସାମ୍ୟବାଦୀ ଆନ୍ଦୋଳନର ପ୍ରବର୍ତକ ଭଗବତୀ ପାଣିଗ୍ରାହୀଙ୍କର ସେ ଝିଆରୀ, ତାଙ୍କ ସାମ୍ୟବାଦୀ ଚିନ୍ତାଧାରା ଦ୍ୱାରା ନନ୍ଦିନୀ ପ୍ରଭାବିତ ହୋଇଥିଲେ । ଛାତ୍ରୀ ଜୀବନରୁ ସେ ବେଶ୍ ସ୍ୱାଭିମାନୀ ଥିବାବେଳେ, ୧୧ବର୍ଷ ବୟସରେ ୧୯୪୨ ରେ ‘ଭାରତଛାଡ଼’ ଆନ୍ଦୋଳନରେ ଯୋଗଦାନ କରିଥିଲେ । ୧୯୫୧ ମସିହାରେ ଦରମା ବୃଦ୍ଧି ବିରୋଧରେ ବିଶାଳ ଛାତ୍ର ଆନ୍ଦୋଳନର ନେତୃତ୍ୱ ରେଇ ପୋଲିସ ଲାଠିମାଡ଼ର ଶିକାର ହୋଇ ଜେଲବରଣ କରିଥିଲେ । ମହିଳା ବନ୍ୟା ରିଲିଫ ସଂଘର ସମ୍ପାଦିକା ଭାବେ ୧୯୫୫ ରେ ନିଯୁକ୍ତି ପାଇଥିଲେ । ପରବର୍ତୀ ସମୟରେ ଜଣେ ସ୍ୱନାମଧନ୍ୟ ଲେଖିକା ଭାବେ ପରିଚିତ ହୋଇ ୧୯୫୭ ସାମୟିକ ‘ଧରିତ୍ରୀ’ ପତ୍ରିକା ପ୍ରକାଶନଥିଲେ । ରାଜନୀତି ଓ ସାହିତ୍ୟ ପ୍ରତି ନିଜକୁ ଉତ୍ସର୍ଗୀକୃତ କରି ଓଡ଼ିଆ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ପାଇଁ ‘ଓଡ଼ିଶା ସାହିତ୍ୟ ଏକାଡେମୀ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ସାହିତ୍ୟ ଭାରତୀ ସମ୍ମାନରେ ସେ ସମ୍ମାନିତା ହୋଇଥିଲେ । ବିଜୁବାବୁଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳ ୧୯୬୨ରେ କଂଗ୍ରେସରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇ ୧୯୬୬-୬୮ରେ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ତଥ୍ୟ ଓ ବେତାର ବିଭାଗର ଉପମନ୍ତ୍ରୀ ଥିଲେ । ୧୯୬୮ ଓ ୧୯୭୧ ରେ ଭାରତର ସାଂସ୍କୃତିକ ପ୍ରତିନିଧି ଦଳର ନେତୃତ୍ୱ ନେଇ ସୋଭିଏଟ୍ ଗସ୍ତ କରି ଭାରତ–ସୋଭିଏଟ୍ ବନ୍ଧୁତ୍ୱର ଭିତି ସ୍ଥାପନ କରିଥିଲେ । ୧୯୭୨ କଟକରୁ ବିଧାୟିକା ଭାବେ ୫ମ ବିଧାନସଭାକୁ ନିର୍ବାଚିତ ହୋଇ ଜୁନ୍ ୧୪ ଓଡ଼ିଶାରରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । । କଟକରେ ‘ଆକାଶବାଣୀ ଭବନ’ ନିର୍ମାଣ, ୧୯୭୩ରେ କେନ୍ଦୁପତ୍ର ଜାତୀୟକରଣ’ ନିଷ୍ପତି ଓ ଯୌତୁକ ନିରୋଧ ଆଇନ’ ଓ ‘ଓଡ଼ିଶା ଭାଗଚାଷୀ ଆଇନ’ ପ୍ରଣୟନ ୧୯୭୪ ମସିହାରେ କରିଥିଲେ । ୧୯୮୯ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ପଦପାଇଥିଲେ । ୨୦୦୬ ଅଗଷ୍ଟ ୪ରେ ଇହଲୀଳା ସମ୍ବରଣ କରିଥିଲେବୋଲି କହିଥିଲେ ।

ମୁଖ୍ୟ ବକ୍ତା ବାବେ ରାଜନଗର ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଫେସର ସତ୍ୟବାଦୀ ଜେନା, ଯୋଗଦେଇ କହିଛନ୍ତି ସେ ଏକାଧାରରେ ଜଣେ ବିପ୍ଳବିନୀ , ସଂଗ୍ରାମୀ, ସୁସାହିତ୍ୟିକା ଏବଂ ଭୂସଂସ୍କାରର ନେତ୍ରୀ ଥିଲେ । ସମ୍ମାନିତ ବାକ୍ତା ବାବେ ଶୌଳନ୍ଦ୍ର ନାରାୟଣ ସଂସ୍କୁତ ମହାବିଦ୍ୟାଳୟର ଅଧକ୍ଷ ଡ. ବିକ୍ରମାଦିତ୍ୟ ଦାସ ନନ୍ଦିନୀ ଦେବୀଙ୍କୁ ଜଣେ ଦରଦୀ ମଣିଷ ଭାବେ ବର୍ଣ୍ଣନା କରିଥିଲେ । ଗରିବ, ଭୂମିହୀନ, ଆଦିବାସୀଙ୍କ ବିକାଶକୁ ସେ ସର୍ବଦା ପ୍ରାଥମିକତା ଦେଉଥିଲେ । ଓଡିଶାର ବିଭିନ୍ନ ସ୍ଥାନରେ ଶିଳ୍ପ ବିକାଶର ମୁଖ୍ୟ ସୂତ୍ରଧର ଥିଲେ । ଭଲ ମୁଖ୍ୟମନ୍ତ୍ରୀ ଭାବେ ସେ ସର୍ବଦା ମନେ ରହିବେ ବୋଲି ସେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସମାଜ ସେବୀ କୃପାସିନ୍ଧୁ ସାମଲ, ନାଗାନାରାୟଣ ଉଚମାଧ୍ୟମିକ ସ୍କୁଲର ଅଧକ୍ଷ ମାନସ ମିଶ୍ର, କବି ପାବିତ୍ର ବ୍ରହ୍ମପୁତ୍ର ନାୟକ, ସ୍ତମ୍ବକାର ନିରଞନ ଶତପଥି, ସିଆସିସି ମଧୁସୁଦନ ସହୁ, ଶିକ୍ଷାବିତ ରଙ୍ଗାଧର ଜେନା ଓ ଖବରଦାତା ଜଗନ୍ନାଥ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଖବରଦାତା ଦୋଳ ଗୋବିନ୍ଦ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଖବରଦାତା ବଜମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସୁନାମଧନ୍ୟ ଚିତ୍ରଶିଲ୍ପୀ ଶିକାନ୍ତ ଦାସ ନିଜ ରଙ୍ଗତୁଳି କାନଭାସରେ ନନ୍ଦିନୀ ଦେବୀଙ୍କ ଫଟୋଚିତ୍ର ଆଙ୍କି ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ନନ୍ଦିନୀ ଦେବୀଙ୍କ ତୌଳ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି, ଜନସାଧାରଣ ନନ୍ଦିନୀ ଦେବୀଙ୍କ ଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳିଅର୍ପଣ କରିଛନ୍ତିି ।


Next Post

ମୋହନ ମାଝୀ ହେବେ ଓଡ଼ିଶାର ନୂଆଁ ମୁଖ୍ୟମନ୍ତ୍ରୀ, ଘୋଷଣା କଲା ଭାଜପା

Tue Jun 11 , 2024
ଭୁବନେଶ୍ୱର,୧୧।୬- ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଓଡ଼ିଶା ବିଧାନସଭା ନିର୍ବାଚନ-୨୦୨୪ର ଫଳାଫଳ ଗତ ୪ ତାରିଖ ଦିନ ଆସିଲା ପରେ ରାଜ୍ୟବାସୀ ଯେଉଁ ଘୋଷଣାକୁ ଅପେକ୍ଷା କରିଥିଲେ, ତାହା ଆଜି ପ୍ରକାଶ ପାଇଛି। ମଙ୍ଗଳବାର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କଠାରେ ମୋହର ବାଜିଛି। ବୁଧବାର ମୋହନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। […]

You May Like