କେନ୍ଦ୍ରାପଡା ୧୫/୬- କେନ୍ଦ୍ରାପଡା ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶ୍ରୀ ଶ୍ରୀ ମା କାକଟ ମଙ୍ଗଳା କ୍ଳବ୍ ଆନୁକୁଲ୍ୟରେ ପବିତ୍ର ରଜପର୍ବ ଉପଲକ୍ଷେ ଏକ ବିରାଟ ରଜ ମହୋତ୍ସବ ଶୁକ୍ରବାର ପ୍ରଥମ ରଜ ଉପଲକ୍ଷେ ଉଦଘାଟିତ ହୋଇଯାଇଅଛି । ଏହି ଉତ୍ସବକୁ ଉଦଘାଟିତ କରିଛନ୍ତି କେନ୍ଦ୍ରାପଡ଼ା ପୌରପରିଷଦର ପୌରପାଳିକା ସରିତା ସାହୁ । ଅନୁଷ୍ଠାନର ସଭାପତି ତଥା ୧୭ନଂ ୱାର୍ଡ କାଉନସିଲର ଉମେଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ହାଡିବନ୍ଧୁ ସିଂ, ଉପଦେଷ୍ଟା ଗଣେଶ୍ୱର ସାହୁ ଓ ୧୮ନଂ ୱାର୍ଡ କାଉନସିଲର ଚୌଧୁରୀ ସୁକୁମାର ଚୌଧୁରୀ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ଏହି ମହୋତ୍ସବ ତିନିଦିନ ଧରି ଚାଲିବ ବୋଲି ସଭାପତି ସୂଚନା ଦେଇଥିଲେ । ଏଥିରେ ଅନେକ ପ୍ରତିଯୋଗୀତାର ଆୟୋଜନ କରାଯାଇଅଛି ଓ ରବିବାର ଦିନ ଉଦଯାପନୀ ଉତ୍ସବରେ ବହୁ ବୁିଶିଷ୍ଟ ଅତିଥିମାନଙ୍କ ଦ୍ୱାରା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ସଭାପତି ଉମେଶ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।