ମହିଳା ସଶକ୍ତିକରଣ ଓ ଆର୍ଥିକ ସ୍ୱାବଲମ୍ବନ ନିମନ୍ତେ ସିଲେଇ ମେସିନ ପ୍ରଦାନ



କେନ୍ଦ୍ରାପଡ଼ା, ୧୫ା୬: ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଛତାସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନରେ ତାଲିମ ଗ୍ରହଣ କରି ସାରିଥିବା ମହିଳାମାନଙ୍କୁ ୩୫ଟି ସିଲେଇ ମେସିନ ପ୍ରଦାନ କରାଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ପାରାଦ୍ୱୀପ ଆଞ୍ଚଳିକ କ୍ଷେତ୍ରୀୟ କାର୍ଯାଳୟ ପକ୍ଷରୁ କର୍ପୋରେଟ ସାମାଜିକ ଦାୟିତ୍ୱବୋଧର ଏକ କାର୍ଯ୍ୟକ୍ରମରେ ଯୋଗଦାନ କରି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର ଏବଂ ଭୁବନେଶ୍ୱର ନେଟୱର୍କ -୧ ର ମହାପ୍ରବନ୍ଧକ ପୋନ୍ନାମ୍ବଲମ ଏମ ଛତାଠାରେ ତାଲିମପ୍ରାପ୍ତ ଆର୍ôଥକ ଅନଗ୍ରସର ମହିଳାମାନଙ୍କୁ ସିଲେଇ ମେସିନ ପ୍ରଦାନ କରିଛନ୍ତି । ଏହି ଦିବସକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ ଶ୍ରୀ ପୋନ୍ନାମ୍ବଲମ ଏମ । ପ୍ରଥମେ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌ର ଆଂଚଳିକ ପ୍ରବନ୍ଧକ ଦେବାଶିଷ ରଥ, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ୍ ମୁଖ୍ୟ ପ୍ରବନ୍ଧକ ମନୋଜ କୁମାର ପ୍ରଧାନୀ, କେନ୍ଦ୍ରାପଡ଼ା ଏସ୍‌ବିଆଇ ମେନ୍ ବ୍ରାଂଚ୍‌ର ମୁଖ୍ୟ ପ୍ରବନ୍ଧକ ବିଶ୍ୱଜିତ ରାଉତରାୟ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶରତ ଚନ୍ଦ୍ର ଦାସ ପ୍ରମୂଖ ଯୋଗ ଦେଇଥିଲେ । ଅତିଥି ପରିଚୟ ପ୍ରଭାତ ମହାନ୍ତି ପ୍ରଦାନ କରିଥିବା ବେଳେ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଲିଶା ପ୍ରଧାନ ।


Discover more from

Subscribe now to keep reading and get access to the full archive.

Continue reading