
କେନ୍ଦ୍ରାପଡା,୭ା୧୨: ତୁଳସୀ କ୍ଷେତ୍ର ପଣ୍ଡିତ ସଭାର ଷୋଡଶ ଅଧିବେଶନ ପଣ୍ଡିତ ଭ୍ରମରବର ନନ୍ଦଙ୍କ ସଭାପତିତ୍ୱରେ ଇଚ୍ଛାପୁର ସ୍ଥିତ ଶ୍ରୀ ବଳଦେବଜୀୟୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ପବିତ୍ର କାର୍ଯ୍ୟକ୍ରମରେ ବେଦପାଠ କରିଥିଲେ । ପଣ୍ଡିତ ହରେ କୃଷ୍ଣ ପତି, ପୂର୍ବତନ ଉପସଭାପତି ସ୍ୱର୍ଗତ ପଣ୍ଡିତ ନାରାୟଣ ପତିଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପୂର୍ବ ସଭାର ବିବରଣୀ ପାଠ କରିଥିଲେ । ଯୁଗ୍ମ ସଂପାଦକ ପଣ୍ଡିତ ସୁବାସ ଚନ୍ଦ୍ର ପାଣି ବିଗତ ଅଧିବେଶନର ଆୟ ବ୍ୟୟର ହିସାବ ପ୍ରଦାନ କରିଥିଲେ । କୋଷାଧ୍ୟକ୍ଷ ପଣ୍ଡିତ କ୍ଷୀରୋଦ ପଣ୍ଡା ୨୦୨୬ ମସିହାରେ ନିଃଶ୍ଳୁକ ବ୍ରତୋପନୟନ ହେବାପାଇଁ ସର୍ବସମତି କ୍ରମେ ସ୍ଥିର କରାଗଲା । ପଣ୍ଡିତ ସଭା ଆନୁକୂଲ୍ୟରେ ମୁନି ଋଷି ବିଭିନ୍ନ ସଂସ୍କୃତ ବିଦ୍ୱାନ କବି ଲେଖକଙ୍କ ଜୟନ୍ତୀ ପାଳନ ନିମନ୍ତେ ସ୍ଥିର କରାଗଲା । ସଂସ୍କୃତ ଭାଷାର ସୁରକ୍ଷା ନିମନ୍ତେ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ କରାଯିବା ପାଇଁ ସ୍ଥିର କରାଗଲା । ମାଧ୍ୟମିକ ଶିକ୍ଷା ସ୍ତରରେ ସଂସ୍କୃତ/ ହିନ୍ଦୀ ଭାଷାକୁ କେବଳ ତୃତୀୟ ଭାଷା ରୂପେ ପ୍ରଚଳନ କରିବା ପାଇଁ ତୁଳସୀ କ୍ଷେତ୍ର ପଣ୍ଡିତ ସଭା ତରଫରୁ ଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯିବା ପାଇଁ ପସ୍ତାବ ଗ୍ରହଣ କରାଗଲା । ସଂପାଦକ ପଣ୍ଡିତ ମାଧବ ଚନ୍ଦ୍ର ପତ୍ରୀ ଆଗାମୀ ଇଂରାଜୀ ନୂତନ ବର୍ଷ ୨୦୨୬ ପାଇଁ ସମସ୍ତଙ୍କର ଶୁଭ ମନାସୀ ଥିଲେ । । ଉକ୍ତ ସଭାରେ ସର୍ବଶ୍ରୀ ପଣ୍ଡିତ ହୃଷିକେଶ ରଥ, ବସନ୍ତ ଦାସ, ନୃସିଂହ ଚରଣ ପତି, ତପନ ଦାସ, କୁଳମଣୀ ପଣ୍ଡା, ହରିହର ଶତପଥି, ପ୍ରଭାକର ଆଚାର୍ଯ୍ୟ, ମହେଶ୍ୱର ପାଣି, ଅକ୍ଷୟ କୁମାର ପତ୍ରୀ, ରମାକାନ୍ତ ପତି, ପ୍ରଫୁଲ କୁମାର ପତି, ଅବଧୂତ ରାଉତ, ଦାମୋଦର ରାଉତ, ତ୍ରୀଲୋଚନ ମିଶ୍ର ଉପସ୍ଥିତ ଥିଲେ । ଶିକ୍ଷାବିତ୍ ନୃସିଂହ ଚରଣ ତ୍ରୀପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ ।











