କେନ୍ଦ୍ରାପଡାରେ ଇଦ୍‌-ଉଲ-ଜୁହା ପାଳିତ



କେନ୍ଦ୍ରାପଡ଼ା,୧୭ା୭: କେନ୍ଦ୍ରାପଡାରେ ଇଦ୍‌-ଉଲ- ଜୁହା ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ଏହା ହେଉଛି ମୁସଲମାନ ଭାଇମାନଙ୍କର ବଳିଦାନର ପର୍ବ । ଏହି ପର୍ବ ତିନିଦିନ ଧରି ପାଳନ ହେବାକୁ ଥିବା ବେଳେ ପ୍ରଥମ ଦିନ ସମୁହ ନମାଜ ପାଠ କରାଯାଇଥାଏ । ପୁରୁଣା ଇଦଘା, ନୂଆ ଇଦଘା, ମିନାର ମସଜିଦ୍‌, ଫକିରାବାଦ୍ ମସଜିଦ୍‌, ଜୟୀପୁରା, ରଣପଡା, ଗରାପୁର, ଭରତପୁର, ତିଳତ୍ତମାଦେଇପୁର ପ୍ରଭୃତି ମସଜିଦ୍‌ରେ ଆଜି ସମୁହ ନମାଜ ପାଠ କରାଯାଇଛି । ବକ୍ରି-ଇଦ୍‌ରେ ମୁସଲମାନ ଭାଇ ଭଉଣୀମାନଙ୍କ ସହ ହିନ୍ଦୁ ଭାଇ ଭଉଣୀ ସାମିଲ ହୋଇ ଉତ୍ସବ ମନାଇଛନ୍ତି । କାରଣ କେନ୍ଦ୍ରାପଡ଼ା ହେଉଛି ଏକ ଭାଇଚାରାର ସହର । ଯାହା ଆଗୁରୁ ମିଳିମିଣି ଚଳି ଆସୁଥିଲେ । ଏବେବି ସେହି ଉଦାହରଣ ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ଓ ପୋଲିସର ସହଯୋଗରେ ଏହି ପର୍ବ ଶାନ୍ତିଶୃଙ୍ଖଳାର ସହିତ ପାଳିତ ହୋଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ପୈାରପରିଷଦ ପକ୍ଷରୁ ପୈାରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ସଫେଇ କାର୍ଯ୍ୟ ସଫଳତାର ସହ କରାଯାଇଛି ।


Next Post

ଉତ୍କଳ ସନ୍ତାନ ସମ୍ମାନ ପାଇଲେ ଶିକ୍ଷକ ମନସୁର ଅଲ୍ଲୀ

Tue Jun 18 , 2024
କେନ୍ଦ୍ରାପଡ଼ା,୧୭ା୭: କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଫକିରାବାଦ୍ ଉର୍ଦ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେକ ମନସୁର ଅଲ୍ଲୀଙ୍କୁ ଉତ୍କଳ ସନ୍ତାନ ସମ୍ମାନ ପ୍ରଦାନ କରାଯାଇଛି । ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ କଟକସ୍ଥିତ କଳାବିକାଶ କେନ୍ଦ୍ରରେ ଅନୁଷ୍ଠିତ ଏକ ଉତ୍ସବରେ ଓଡିଶା ଉଚ୍ଚନ୍ୟାୟାଳୟର ଅବସରପ୍ରାପ୍ତ ନ୍ୟାୟାଧୀଶ ଏ.ଏସ. ନାଇଡୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ଲୋକପାଳ ବିଭୂ ପ୍ରସାଦ ପରିଡା, କଟକ- ବାରବାଟୀର […]

You May Like