
କେନ୍ଦ୍ରାପଡା, ୧୮/୬: କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମର ସମାଜସେବୀ ପାରଲ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାରମ୍ପରିକ ରଜ ଉତ୍ସବ ଅବସରରେ ୩ୟ ବାର୍ଷିକୀ ପାରଲ ମହାନ୍ତି ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଭରତପୁର ଉ.ପ୍ରା ବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଜିଲ୍ଲାରୁ ସମୁଦାୟ ୮ଗୋଟି କ୍ରିକେଟ ଟିମ୍ ଅଂଶଗ୍ରହଣ କରିଥିଲେ । ଉକ୍ତ ଖେଳ ପ୍ରଥମ ରଜ ୧୪ତାରିଖରୁ ଆରମ୍ଭ ହୋଇ ୧୬ତାରିଖରେ ଉଦ୍ଯାପିତ ହୋଇଥିଲା । ଫାଇନାଲ ମ୍ୟାଚ୍ଟି କେନ୍ଦ୍ରାପଡା ସହରର ବାବା-୧୧ କ୍ରିକେଟ ଟିମ୍ ସହିତ ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁରର ସ୍ପାଇଡର-୧୧ ସହିତ କଡା ମୁକାବିଲା ହୋଇଥିଲା । ଶେଷରେ ବାବା-୧୧ କେନ୍ଦ୍ରାପଡା ଦଳଟି ଚାମ୍ପିୟନ ଟ୍ରଫି ବିଜେତା ହୋଇଥିଲା । ଉକ୍ତ ଟୁର୍ଣ୍ଣାମେଣ୍ଟର ଆୟୋଜକ ଥିଲେ ଭରତପୁରର ଦଧିବାମନଜୀଉ କ୍ରିକେଟ କ୍ଲବ । ଭୁବନେଶ୍ୱରର ବିଶେଷ କ୍ରିକେଟ ପ୍ରେମୀ ତଥା ପରିବେଶବିତ୍ ଶରତ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଜେତା କ୍ରିକେଟ ଟିମ୍ର ଅଧିନାୟକ ବାବା-୧୧ କ୍ରିକେଟ ଟିମ୍କୁ ଟ୍ରଫି ପ୍ରଦାନ କରିଥିଲେ । ଟ୍ରଫିଟିକୁ ଦଧିବାମନଜୀୟ କ୍ରିକେଟ ଟିମ୍ର ସଭାପତି ସୁଶାନ୍ତ କୁମାର ଦାସ ଓ ରନିଂ ସିଲ୍ଟିକୁ ସୁବାଶିଷ ପ୍ରସାଦ ଦାସ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଦଧିବାମନଜୀୟ କ୍ରିକେଟ ଟିମ୍ର ସମ୍ପାଦକ ଚିତ୍ତରଞ୍ଜନ ଦାସ, ଅକ୍ଷୟ ବେହେରା, କମଳାକାନ୍ତ ସ୍ୱାଇଁ, ରାଜେଶ ବେହେରା, ଶିବ ପ୍ରସାଦ ବେହେରା, ଲୋକନାଥ ଦଳାଇ, ଗୋପାଳ ବେହେରା, ପ୍ରୀତିରଞ୍ଜନ ବେହେରା, ପ୍ରଦୀପ ବେହେରା, ପିଣ୍ଟୁ ବେହେରା, ସାହିଲ ମହାନ୍ତି, ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ । ମନୋଜ କୁମାର ଦାସ ଓ ଶକ୍ତି ପ୍ରସାଦ ମହାନ୍ତି ଅମ୍ପେୟାର(ବିଚାରକ) ଭାବେ ପରିଚାଳନା କରିଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟ ଦେଖିବାକୁ କେନ୍ଦ୍ରାପଡା ସହର ସମେତ ଯାଜପୁର ଓ ଜଗତସିଂହପୁର ଜିଲ୍ଲାର ସହସ୍ରାଧିକ କ୍ରିକେଟ ପ୍ରେମୀ ଉପସ୍ଥିତ ଥିଲେ ।











