ହୃଦରୋଗୀ ପିଡିତ ପରିବାରକୁ ଆର୍ଥିକ ସହାୟତା


କେନ୍ଦ୍ରାପଡ଼ା, ୧୮ା୬: କେନ୍ଦ୍ରାପଡ଼ା ପୈାରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ. ୧୩ର ରାସିଦା ବିବିଙ୍କ ୨ ବର୍ଷର କନ୍ୟା ହୃଦରୋଗରେ ପିଡିତ । ଏସମ୍ପର୍କରେ ଖବର ପାଇବା ପରେ ସହଯୋଗର ହାତ ବଢାଇଛି ରାଜାଏ ମୁସ୍ତାଫା ମହଲ୍ଲା କମିଟି । କମିଟି ପକ୍ଷରୁ ତାଙ୍କ ଚିକିତ୍ସା ପାଇଁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହି କମିଟି ବିଭିନ୍ନ ଗରିବ ଲୋକଙ୍କୁ ବିଭିନ୍ନ ସମୟରେ ସହଯୋଗର ହାତ ବଢାଇଥାଏ । କେବଳ ସେତିକି ନୁହେଁ ବନ୍ୟା, ବାତ୍ୟା ଓ ବିପର୍ଯ୍ୟୟ ସମୟରେ ଲୋକଙ୍କ ପାଖରେ ପହଞ୍ଚି ସାହାଯ୍ୟର ହାତ ବଢାଇଥାଏ । ଏହି ସହାୟତା ପ୍ରଦାନ ସମୟରେ କମିଟି ସଭାପତି ତାଜୁଦ୍ଦିନ ଖାନ୍‌, ସମ୍ପାଦକ ତଥା ୧୩ ନଂ. ୱାର୍ଡ କାଉନସିଲର ସେକ ଅସଲମ, ଉପ ସଭାପତି ସେକ ଲିଆକତ ଅଲ୍ଲୀ, ସହ ସମ୍ପାଦକ ସେକ ଅନିସୁଦ୍ଦିନ, କୋଷାଧ୍ୟକ୍ଷ ସେକ ବରକତୁଲ୍ଲା, କମିଟି ସଦସ୍ୟ ସେକ୍ ଫିରୋଜ ଓ ସେକ ସଲିମ ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading