
କେନ୍ଦ୍ରାପଡ଼ା, ୪/୦୪: ରାଜ୍ୟସରକାରଙ୍କ ସୁପାରିଶ କ୍ରମେ ରାଜ୍ୟ ସମବାୟ ନିବନ୍ଧକ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ପରିଚାଳନା ପରିଷଦର ନିର୍ଦ୍ଦେଶକ ଭାବେ ବର୍ଷିୟାନ ସମାଜସେବୀ ଶଙ୍କର୍ଷଣ ପଣ୍ଡା ଓ ବରିଷ୍ଠ ଆଇନଜୀବୀ ଧିରେନ କୁମାର ସାହୁଙ୍କୁ ମନୋନୀତ କରିଛନ୍ତି । ରାଜ୍ୟ ସମବାୟ ସମୂହର ନିବନ୍ଧକଙ୍କ ପକ୍ଷରୁ ଏଥିନେଇ ବିଧିବଦ୍ଧ ଭାବେ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ସିଇଓଙ୍କୁ ଜଣାଇ ଦିଆଯାଇଛି । ଓଡିଶା ସମବାୟ ଆଇନ-୧୯୬୨ର ଧାରା ୩୧(୧) ଅନୁ୍ଯାୟୀ ରାଜ୍ୟ ସରକାର ବ୍ୟାଙ୍କର ପରିଚାଳନା ପରିଷଦକୁ ଶ୍ରୀ ପଣ୍ଡା ଓ ଶ୍ରୀ ସାହୁଙ୍କୁ ମନୋନୀତ କରିଥିବା ଜଣାପଡିଛି । କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ସ୍ୱଚ୍ଛତା ଓ ଆର୍ଥିକ ଉନ୍ନତ୍ତି ଅଣାଯାଇପାରିବ ବୋଲି ନୂତନ କରି ନିଯୁକ୍ତି ପାଇଥିବା ନିର୍ଦ୍ଦେଶକମାନେ ପ୍ରକାଶ କରିଛନ୍ତି ।











