ବଳଦେବ ଉଚ୍ଚ ବିଦ୍ୟାଳୟ ୧୯୯୮ ବ୍ୟାଚ୍‌ର ବନ୍ଧୁମିଳନ



କେନ୍ଦ୍ରାପଡା,୨୦/୬: କେନ୍ଦ୍ରାପଡ଼ା ଜିଲ୍ଲାସ୍ଥିତ ବଳଦେବ ଉଚ୍ଚ ବିଦ୍ୟାଳୟ ୧୯୯୮ ବ୍ୟାଚ୍‌ର ବନ୍ଧୁମିଳନ କାର୍ଯ୍ୟକ୍ରମ ବହୁ ଆଡମ୍ବର ସହ ବଡ ମଙ୍ଗଳା ସ୍ଥିତ ଏକ ମଣ୍ଡପରେ ପାଳନ କରାଯାଇଛି । ସେଥିରେ ସମସ୍ତ ପୂର୍ବତନ ଶିକ୍ଷକବୃନ୍ଦ ନରହରି ସାର, ପୁରୁଷୋତ୍ତମ ସାର୍‌, ବନମାଳୀ ସାର୍‌, ପ୍ରତାପ ସାର୍‌, ହରେକୃଷ୍ଣ ସାର୍‌, ଚିରରଞ୍ଜନ ସାର୍‌ମାନଙ୍କ ସହିତ ସ୍ୱର୍ଗତଃ ରାଧାକୃଷ୍ଣ ସାର, ରଞ୍ଜନ ସାର୍‌, ଦେବ ସାର୍‌, ନିରାକାର ସାର୍ ଓ ଅନ୍ତ ସାର୍‌ଙ୍କ ପରିବାରର ସଦସ୍ୟ ଯୋଗଦାନ କରି କାର୍ଯ୍ୟକ୍ରମ ଶୋଭା ବଢେଇଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଶିକ୍ଷକ ଏବଂ ସ୍ୱର୍ଗତ ଶିକ୍ଷକଙ୍କ ପରିବାର ସଦସ୍ୟଙ୍କୁ ସମ୍ମାନିତ କରାଯାଇଥିଲା । ଚିରରଞ୍ଜନ ସାର୍ ଏବଂ ପୁରୁଷୋତ୍ତମ ସାର୍ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବକ୍ତବ୍ୟ ଶେଷରେ ଚିରରଞ୍ଜନ ସାର୍ ନିଜ ଲିଖିତ କବିତା ଛାତ୍ରଛାତ୍ରୀମାନଙ୍କୁ ଭେଟି ଦେଇଥିଲେ । ଏହା ପିଲାମାନଙ୍କ ମନରେ ଆନନ୍ଦର ଲହରୀ ଖେଳେଇ ଦେଇଥିଲା । ଦୀର୍ଘ ୨୬ବର୍ଷ ବିତି ଯାଇଥିଲେ ମଧ୍ୟ ଗୁରୁଶିଷ୍ୟଙ୍କ ସମ୍ପର୍କ ଅତୁଟ ଏବଂ ମଧୁର ବୋଲି ପ୍ରମାଣିତ ହୋଇଥିଲା । ଜିଲ୍ଲା, ରାଜ୍ୟ ଏବଂ ଦେଶ ବାହାରର ସହପାଠୀମାନେ ତାଙ୍କ ବ୍ୟସ୍ତବହୁଳ ଜୀବନରୁ ବିରତି ନେଇ ଏହି କାର୍ଯକ୍ରମରେ ଯୋଗଦାନ କରି ଏହାକୁ ସଫଳ କରିଥିଲେ । ସହପାଠୀମାନଙ୍କ ମଧ୍ୟରେ ଆନନ୍ଦ, ଉତ୍ସାହ ଏବଂ ଆନ୍ତରିକତା ଦେଖି ୨୬ବର୍ଷ ବ୍ୟବଧାନ ମାତ୍ର ୨୬ଦିନ ଭଳି ଅନୁଭୂତ ହୋଇଥିଲା । ବନ୍ଧୁମିଳନ କାର୍ଯକ୍ରମର ସୁତ୍ରଧର ଜୋସ୍ନାମୟୀଙ୍କ ବିଚାରକୁ ସତ୍ୟରେ ପରିଣତ କରିବା ପାଇଁ ବିଶ୍ୱଜିତ୍ ଏବଂ ପବିତ୍ରଙ୍କ ସହିତ ବିଭୁପ୍ରକାଶ ସାହୁ, ଭଗବାନ ଗୁରୁ ଏବଂ ରାଜେନ୍ଦ୍ର ନାୟକ ତାଙ୍କ ବହୁମୂଲ୍ୟ ସମୟ ବିନିଯୋଗ କରି ଏହାକୁ ସଫଳତାର ସ୍ୱାଦ ଚଖାଇଥିଲେ । ଏହି କାର୍ଯକ୍ରମ ପାଇଁ ବହୁ ଆଡମ୍ବରର ସାଜସ୍ୱଜା ସହ ସୁସ୍ୱାଦୁ ଖାଦ୍ୟପେୟ ତଥା ମନୋରଞ୍ଜନ କାର୍ଯକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯକ୍ରମରେ ସହପାଠୀମାନେ ନିଷ୍ପତ୍ତି ନେଇଥିଲେ ଯେ ଭବିଷ୍ୟତରେ ଏହି ବନ୍ଧୁମିଳନ ମାଧ୍ୟମରେ ସମସ୍ତଙ୍କ ସହ ଯୋଡ଼ି ହୋଇ ରହିବେ ଓ ପରସ୍ପରକୁ ସୁଖଦୁଃଖରେ ସହାୟତା କରିବେ ତଥା ମିଳିମିଶି କିଛି ଭଲ କାର୍ଯ୍ୟ କରିବାରେ ସମୟ ବିନିଯୋଗ କରିବେ । ଶେଷରେ ସହପାଠୀମାନେ ଏକ ଅଭୁଲା ସ୍ମୃତି ସାଥିରେ ନେଇ ବହୁ ଶୀଘ୍ର ପୁନଃମିଳନର ପ୍ରତିଶୃତି ଦେଇ ପରସ୍ପରଠାରୁ ବିଦାୟ ନେଇଥିଲେ ।


Next Post

ଭାଜପା ପତିନିଧି ଦଳ ବିଡିଙ୍କ ସହ ଆଲୋଚନା

Thu Jun 20 , 2024
ପଟ୍ଟାମୁଣ୍ଡାଇ ୨୦/୬ ରାଜନୈତିକ ପକ୍ଷପାତିତା ହସ୍ତକ୍ଷେପ, ଚାପ ଆଦିକୁ ନ ଦେଖି ରାଜ୍ୟ କେନ୍ଦ୍ର ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସଠିକ ଢଙ୍ଗରେ କରିବାକୁ ଗୁରୁବାର ଭାଜପା କେନ୍ଦ୍ରାପଡା ବିଧାୟୀକା ପାର୍ଥୀନୀ ଗିତାଞଳ ସେଠୀଙ୍କ ସହ ଏକ ପ୍ରତିନିଧି ଦଳ ପଟ୍ଟାମୁଣ୍ଡାଇ ବ୍ଲକ ବିଡିଓ ସୁଭ୍ରାଂଶୁ ସାହୁଙ୍କୁ ଭେଟି ପକ୍ଷପାତପୂର୍ଣ୍ଣ କାର୍ଯ୍ୟରୁ ନିବୃତ ରହି ଉନ୍ନୟନ ମୂଳକ କାର୍ଯ୍ୟକରିବାକୁ ଆଲୋଚନା କରିଥିଲେ । ଏହି ପ୍ରତିନିଧି ଦଳରେ ସୁନାକର ପ୍ରଧାନ, ସୁକାନ୍ତ […]

You May Like