କେନ୍ଦ୍ରାପଡ଼ା, ୨୦ା୬: କେନ୍ଦ୍ରାପଡା ଜିଲ୍ଲାର ଆଳି ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନ ମହୁ ବଜାରଦାଣ୍ଡି ଅଙ୍ଗନୱାଡିକେନ୍ଦ୍ରରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ ନିକଟରେ ଆଜି ଅଭିଯୋଗ କରିଛନ୍ତି । ସେହି ଅଭିଯୋଗ ଅନୁଯାୟୀ ସେହି ଅଙ୍ଗନୱାଡିକେନ୍ଦ୍ର ନିମନ୍ତେ ଔଷଧ କିଣାଯାଇଥିବା ନେଇ ମିଥ୍ୟା ବିଲ୍ ପ୍ରସ୍ତୁତ, ପ୍ଲେସ୍କୁଲ ପାଇଁ କିଟ୍ କିଣାଯାଇଥିବା ନେଇ ମିଥ୍ୟାବିଲ୍ ପ୍ରସ୍ତୁତ, ଗାଁ କଲ୍ୟାଣ ଯୋଜନାରେ ମଞ୍ଜୁର ହୋଇଥିବା ଅର୍ଥ କୁ ଖର୍ଚ୍ଚ କରାନଯାଇ ଉଠାଇନେବା, ରନ୍ଧା ଖାଦ୍ୟ ପ୍ରଦାନ କରାନଯାଇ ବିଲ୍ କରାଯିବା, ଅଣ୍ଡା କିଣାରେ ଦୁର୍ନୀତି ଓ ଅଣ୍ଡା ବଣ୍ଟନରେ ଅନିୟମିତତା, ଛତୁଆ, ଲଡୁ ପ୍ରଭୃତି ବଣ୍ଟନ କରାନଯାଇ ତୋଷରପାତ କରାଯିବା, କେନ୍ଦ୍ରରେ ୬ଜଣ ପିଲା ଥିବା ବେଳେ ୩୪ଜଣ ଥିବା ଦର୍ଶାଇ ସରକାରୀ ସହାୟତାକୁ ହଡପ କରିବା ପ୍ରଭୃତି ଅଭିଯୋଗରେ ଦର୍ଶାଯାଇଛି । ଏସମ୍ପର୍କରେ ଆଳି ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରାଯିବାରେ ଅଭିଯୋଗ ଗୁଡିକରେ ସତ୍ୟତା ଥିବା ଶିଶୁ ବିକାଶ ଯୋଜନା ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶିକା ରିପୋର୍ଟ ପ୍ରଦାନ କରିଛନ୍ତିି । କିନ୍ତୁ ଆଳି ଶିଶୁ ବିକାଶ ଯୋଜନା ଅଧିକାରୀ ଏସମ୍ପର୍କରେ କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗକାରୀ ଶ୍ରୀ ଆଚାର୍ଯ୍ୟ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ଏହି ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଳି ସିଡିପିଓଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।
kanikanews.in
Next Post
ଜିଲ୍ଲା ମାଟ୍ରିକ ଟପ୍ପରଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ
Fri Jun 21 , 2024
କେନ୍ଦ୍ରାପଡ଼ା, ୨୦ା୬: ରାଜ୍ୟର ଏକ ପ୍ରମୁଖ ସ୍ୱେଛାସେବୀ ଅନୁଷ୍ଠାନ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡିତ ଥାଏ । ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲା ମାଟ୍ରିକ ଟପ୍ପର ହୋଇଥିବା ତଥା ଜିଲ୍ଲାରେ ସର୍ବୋଚ ନମ୍ବର ରଖିଥିବା ରାଜକନିକା ଆର.ଏନ.ହାଇସ୍କୁଲର ଛାତ୍ରୀ ସୁଶ୍ରୀ ଅନନ୍ୟା ବାରିକଙ୍କୁ ଆଜି ଓଳାଭର ଠାରେ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ସୁଶ୍ରୀ ବାରକଙ୍କୁ ଶାଲ, ପୁଷ୍ପଗୁଛ, […]

You May Like
- 2 years ago
ଦାଣ୍ଡିସାହି ହାଇସ୍କୁଲରେ ଶିଶୁମହୋତ୍ସବ ସୁରଭି
- 2 years ago
ଚନ୍ଦନନଗର ହାଇସ୍କୁଲ ୧୯୮୪ ବ୍ୟାଚ ବନ୍ଧୁମିଳନ
- 2 years ago
ଅରଡ଼ପଲ୍ଲୀ ପଂଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ