
ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବାଲିପଡ଼ା ନୋଡାଲ ଉପ୍ରା ବିଦ୍ୟାଳୟ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପରିଚାଳନା କମିଟି ସଭାପତି ସଞ୍ଜୟ ତ୍ରିପାଠୀ (ବୁଲୁ )ଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶିକ୍ଷା ବ୍ୟବସ୍ଥା ସୁଦୃଢ ହେଲେ ବିକାଶ ଦୀର୍ଘସ୍ଥାୟୀ ହୋଇପାରିବ ବୋଲି ମତପ୍ରକାଶ କରି ଜୀବନରେ ନିଶ୍ଚିତ ସଫଳତା ହାସଲ କରିବା ପାଇଁ ଶିକ୍ଷକ ଓ ଅଭିଭାବକମାନେ ଛାତ୍ରଛାତ୍ରୀଙ୍କୁ ସ୍ବପ୍ନଭିଳାଷୀ କରିବାକୁ ପରାମର୍ଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ଉତ୍ତମ ଶିକ୍ଷା ଗ୍ରହଣ କରି ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । କାଉନସିଲର ପ୍ରଶାନ୍ତ ବାରିକ,ରାଜ୍ୟ ପୁରସ୍କୃତ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ବି ଆର ସି ସି ଚନ୍ଦ୍ରଶେଖର ତ୍ରିପାଠୀ, ଏ ବି ଇ ଓ ସୁନୀତି ଦାଶ,ଶିକ୍ଷାବିତ କବି ସଚିତ୍ର ବେହୁରା, କଷଣଅଣ୍ଟା ହାଇସ୍କୁଲ ପ୍ରାକ୍ତନ ପ୍ରଧାନଶିକ୍ଷକ ସୁରେଶ ଜେନା, ପ୍ରଫେସର ଦୁର୍ଯ୍ୟୋଧନ ପରିଡା, ରବୀନ୍ଦ୍ର ସାହୁ ଓ ଶିକ୍ଷାବିତ ବିଜୟ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ପ୍ରଧାନଶିକ୍ଷୟତ୍ରୀ ପୂର୍ଣ୍ଣ ପ୍ରଭା ପ୍ରଧାନ ସ୍ୱାଗତଭାଷଣ ଦେଇଥିବାବେଳେ ନିରଞ୍ଜନ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଶେଷରେ ଶିକ୍ଷକ ରଂଜିତ ସାହୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଵର୍ଣ୍ଣଞ୍ଜଳି ଦାଶ, ନିରୁପମା ତ୍ରିପାଠୀ, ସେବତୀ ମଲିକ ଗୋଦାବରୀଶ ମିଶ୍ର , ଦିଲ୍ଲୀପ ପଢ଼ୀ ଆରୀ, ନିରଞ୍ଜନ ପଣ୍ଡା ଓ ଗୋବିନ୍ଦ ସେନାପତି ପରିଚାଳନା କରିଥିଲେ । ଏଇ ଅବସରରେ ସ୍କୁଲ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

