ଶିବାନନ୍ଦ ଆଶ୍ରମରେ ବିଶ୍ୱ ଯୋଗଦିବସ ପାଳନ



କେନ୍ଦ୍ରାପଡ଼ା, ୨୨ା୬: ଦିବ୍ୟଜୀବନ ସଙ୍ଘ କେନ୍ଦ୍ରାପଡା ଶାଖା ଆନୁକୂଲ୍ୟରେ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ଓ ନେହେରୁ ଯୁବକେନ୍ଦ୍ରର ମିଳିତ ସହଯୋଗରେ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବିଶ୍ୱ ଯୋଗଦିବସ ଅବସରରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଟିତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଯୋଗଦିବସର ମହତ୍ୱ ଓ ଆବଶ୍ୟକତା ଉପରେ ଶିବିରାର୍ଥୀମାନଙ୍କୁ ଉଦବୋଧନ ଦେଇଥିଲେ । ଶିବାନନ୍ଦ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ପ୍ରଫେସର ଡ. ସୁରେନ୍ଦ୍ରନାଥ ଆଚାର୍ଯ୍ୟ, ଦିବ୍ୟଜୀବନ ସଙ୍ଘର ଉପାଧ୍ୟକ୍ଷଡ. କାଳୀପ୍ରସନ୍ନ ଶତପଥୀ, ନେହେରୁ ଯୁବକେନ୍ଦ୍ରର ଅଧିକାରୀ ତିରୁପତୀ ରେଡ୍ଡୀ, ସମାଜସେବୀ ଗାୟତ୍ରୀ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ରଶ୍ମୀରଞ୍ଜନ ରାଉତ, ଅଭିମନ୍ୟୁ ଗୋଛାୟତ ପ୍ରମୁଖ ଯୋଗଦେଇ ଯୋଗଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବୁଝାଇଥିଲେ । ଶିବାନନ୍ଦ ବିଦ୍ୟାମନ୍ଦିର, ଶିବାନନ୍ଦ ଯୋଗ ବିଦ୍ୟାଳୟ, ସଂଜିବନୀ ବିଦ୍ୟାପୀଠ, ଗୁରୁକୂଳ ଓ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟର ଶତାଧିକ ବିଦ୍ୟାର୍ଥୀଙ୍କ ସମେତ ବହୁ ବୟଷ୍କ ମହିଳା ଏହି ଶିବିରରେ ଯୋଗଦେଇଥିଲେ । ଅଧ୍ୟାପକ ମୃତ୍ୟୁଞ୍ଜୟ ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ରହ୍ମଚାରୀ ନୃସିଂହ ଦାସ, ଶିବାନନ୍ଦ ବିଦ୍ୟା ମନ୍ଦିରର ଗୁରୁଜୀ ଓ ଗୁରୁମା ଏବଂ ରୀତାଞ୍ଜଳୀ ନାଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଯୋଗଶିକ୍ଷକ ଶ୍ରୀଧର ରାଉତ ବିଭିନ୍ନ ପ୍ରକାର ଯୋଗାସନ ଶିକ୍ଷା ଦେବା ସହିତ ଯୋଗଦ୍ୱାରା କିପରି ସ୍ୱାସ୍ଥ୍ୟ, ଇଶ୍ୱର ସାନିଧ୍ୟ ଲାଭ ଏବଂ ସମାଜର ଉପକାର ହୋଇପାରିବ ସେ ସମ୍ପର୍କରେ ବୁଝାଇଥିଲେ । ପ୍ରତ୍ୟେକ ଶିବିରାର୍ଥୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading