ଗାଙ୍ଗପଡା ସମିତି ସଭ୍ୟା ସନ୍ଧ୍ୟାରାଣୀଙ୍କ ବିୟୋଗ


କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ପାଣ୍ଡି ଅଧିନ ଗାଙ୍ଗପଡ଼ା ପଞ୍ଚାୟତ ସମିତିସଭ୍ୟା ସନ୍ଧ୍ୟାରାଣୀ ସେଠୀଙ୍କର ୩୫ବର୍ଷ ବୟସରେ ଆଜି ବିୟୋଗ ହୋଇଯାଇଛି । ଗତ ୪ ଦିନ ତଳେ ହଠାତ ତାଙ୍କ ଶରୀର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ପରେ ଗୁରୁତର ହୋଇପଡିବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଯାଇଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ବିୟୋଗ ଖବର ପାଇ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ କଟକ ବଡ଼ ଡାକ୍ତରଖାନାରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ମୃତଦେହ ବ୍ୟବଚ୍ଛେଦ ପରେ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗାଙ୍ଗପଡ଼ା ପଞ୍ଚାୟତକୁ ଅଣାଯାଇଥିଲା । ସେଠାରେ କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ବ୍ଲକ ଉପାଧ୍ୟକ୍ଷା ପ୍ରତାପ ନାରାୟଣ ମହାପାତ୍ର, ପୂର୍ବତନ ଜିଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ, ଦୁର୍ଗାଶିଷ ମହାନ୍ତି, ଗାଙ୍ଗପଡ଼ା ସରପଞ୍ଚ ଅଶ୍ୱିନୀ ପାତ୍ର, ଆଲୋକ ସାହୁ, ମମତାରାଣୀ ଧଳ, ସମାଜସେବୀ ନରେନ୍ଦ୍ର ଧଳ, ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଦେବେନ୍ଦ୍ର ପରିଡ଼ା, ଗୋପିନାଥ ମଲିକ,ଜିତେନ୍ଦ୍ର ରାଉତ,ଅର୍ଜ୍ଜୁନ ପଲେଇ,ପ୍ରଫୁଲ୍ଲ ମଲିକ, ମିନତୀ ସାହୁ, ବିଭୂତି ପତି, ରବିନ୍ଦ୍ର ସାହୁ, ଜୟପ୍ରକାଶ ଗିରିଙ୍କ ସମେତ କେନ୍ଦ୍ରାପଡ଼ା ବ୍ଲକର ସମସ୍ତ ସମିତିସଭ୍ୟ ଓ ସରପଞ୍ଚ ପ୍ରମୁଖ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରବର୍ଗକଙ୍କୁ ସମବେଦନା ଜଣାଇଥିଲେ । ସ୍ୱର୍ଗତା ସେଠୀଙ୍କ ୧୦ ବର୍ଷର ଏକ ଝିଅ ଓ ୫ ବର୍ଷର ଏକ ପୁଅ ଅଛି । ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।


Discover more from

Subscribe now to keep reading and get access to the full archive.

Continue reading