ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୬ ଗୋରୁ ମୃତ ; ଗୋସମ୍ପଦ ମାଲିକଙ୍କ ପାଇଁ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ



କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ତୁଳସୀଡ଼ିଆ ଗାଁରେ ରବିବାର ସକାଳୁ ବିଦ୍ୟୁତ ଆଘାତରେ ୬ଟି ଗୃହ ପାଳିତ ଗାଈ, ବଳଦ ଓ ବାଛୁରୀଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ହୋଇଥିବା ଗୋ ସମ୍ପଦ ମାଲିକଙ୍କୁ କ୍ଷତିପୂରଣ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ତରଡିପାଳ ପଂଚାୟତ ତୁଳସିଡିଆ ଗ୍ରାମର ଗାଈଗୋରୁ ମାନେ ବିଲକୁ ଚରିବାକୁ ଯାଇଥିବା ବେଳେ ବିଦ୍ୟୁତ ତାର ତଳେ ପଡିରହିଥିବାରୁ ତାର ସଂସ୍ପର୍ଶରେ ଆସି ମୃତ ବରଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମୃତ୍ୟୁ ବରଣ କରିଥିବା ଗାଈଗୋରୁ ଗୁଡ଼ିକ ମଧ୍ୟରେ ତୁଳସିଡିଆ ଗ୍ରାମର ବାଇଧର ତରେଇର ଗୋଟିଏ ଗାଈ,ବାସନ୍ତି ସେଠୀର ଗୋଟାଏ ଗାଈ, ଭଗବାନ ସେଠୀର ଗୋଟିଏ ଗାଈ,ଚୈତନ ମାଝୀର ଗୋଟିଏ ବଳଦ, ଦିଲ୍ଲିପ ସେଠୀର ୧ଟା ଗାଈ, ଦାମୋଦର ସେଠୀର ଗୋଟିଏ ବାଛୁରି ଥିବା ଜଣାପଡ଼ିଛି । ବିଦ୍ୟୁତ୍ ବିଭାଗର ଦାୟିତ୍ୱ ହୀନତା ପାଇଁ ଏଭଲି ଦୁଃଖଦ ଘଟଣା ଘଟିବା ଖବର ପାଇ ବିଧାୟକ ଗଣେଶ୍ୱର ବେହେରା ତତ୍‌କ୍ଷଣାତ୍ ଟିିସିଓଡିଏଲ୍‌ର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ଦାସଙ୍କୁ ଅବଗତ କରିବା ସହ ଗୋଧନ ମାଲିକମାନଙ୍କୁ ଅନୁକମ୍ପା ମୂଳକ ସାହାଯ୍ୟ ଯୋଗାଇ ଦେବେ ପାଇଁ ଅନୁରୋଧ କରିଥିଲେ । ପରେ ପରେ ଶ୍ରୀ ବେହେରା ଘଟଣାସ୍ଥଳ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିଥିଲେ । ସମସ୍ତ ୬ଟି ଗୋରୁଙ୍କର ସମାଧି ବ୍ୟବସ୍ଥା କରିଥିଲେ । ଏଥିରେ ସେ କେନ୍ଦ୍ରାପଡାର ମୁଖ୍ୟ ପ୍ରାଣୀଧନ ଅଧିକାରୀ, ପଟ୍ଟାମୁଣ୍ଡାଇ ତହସିଲଦାର ଓ ଟିପିସିଓଡିଏଲ୍‌ର ପଦାଧିକାରୀଙ୍କ ସହ ଆଲୋଚନା କରି କ୍ଷତିଗ୍ରସ୍ତ ଗୋଧନ ମାଲିକ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ତୁରନ୍ତ ଯୋଗାଇ ଦେବାକୁ ଦାବି କରିଥିଲେ । ଏହି ଖବର ଗଣମାଧ୍ୟମରେ ପ୍ରଶାରଣ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋସମ୍ପଦର ମାଲିକମାନଙ୍କୁ କ୍ଷତିପୂରଣ ସହାୟତା ଦେବାକୁ କେନ୍ଦ୍ରାପଡା ଜିଲାପାଳ ସୁର୍ଯ୍ୟବଂଶି ମୟୂର ବିକାଶଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲାପାଳ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଟିପିସିଓଡିଏଲକୁ ସହାୟତା ଦେବାକୁ ଆଦେଶ ଦେଇଛନ୍ତି । ଓଇଆରସିର ନିୟମ ଅନୁଯାୟୀ, ଏହି ମାମଲାରେ ମାଲିକମାନଙ୍କୁ କ୍ଷତିପୂରଣ ମିଳିବା ଆବଶ୍ୟକ । ଏହି ନିୟମ ଅନୁଯାୟୀ, ଗାଈ ମାଲିକଙ୍କୁ ୩୦ ହଜାର, ବଳଦ ମାଲିକଙ୍କୁ ୨୫ ହଜାର ଓ ବାଛୁରୀ ମାଲିକଙ୍କୁ ୧୬ ହଜାର ଟଙ୍କା ସହାୟତା ମିଳିବ । ଫଳରେ ୬ଟି ପ୍ରାଣୀଙ୍କ ୬ ଜଣ ମାଲିକ ସମୁଦାୟ ୧,୪୭,୦୦୦ ଟଙ୍କା ସହାୟତା ମିଳିବ । ମୁଖ୍ୟମନ୍ତ୍ରୀଙ୍କ ଏପରି ତ୍ୱରିତ ପଦକ୍ଷେପ ପାଇଁ ତରଡିପାଳ ସରପଂଚ ଦେବବ୍ରତ ନାୟକ,ସମିତି ସଭ୍ୟ ନିରଞନ ବାରିକ, ସମାଜିକକର୍ମୀ ଭାଗିରଥୀ ବିଶ୍ୱାଳ, ନରେନ୍ଦ୍ର ଧଳ କୁତଜ୍ଞତା ଜ୍ଞାପନ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading