ପଟ୍ଟାମୁ୍‌ଣ୍ଡାଇ ତାଲୁକ ଆଇନସେବା ସମିତି ପକ୍ଷରୁ ଆଇନ ସଚେତନତା ଶିବିର



କେନ୍ଦ୍ରାପଡ ଜିଲ୍ଲା ପଟ୍ଟାମୁ୍‌ଣ୍ଡାଇ ତାଲୁକ ଆଇନସେବା ସମିତି ପକ୍ଷରୁ ମଙ୍ଗଳବାର ପଟ୍ଟାମୁଣ୍ଡାଇ କୋଟ୍ ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଇନସେବା ସମିତିର ଅଧ୍ୟକ୍ଷା ତଥା ବରିଷ୍ଠ ଦେୱାନୀ ବିଚାରପତି ସୃଶ୍ରୀସଙ୍ଗୀତା ମଲ୍ଲିକ ଏଥିରେ ଅଧ୍ୟକ୍ଷତା କରିଥିଲେ । ସ୍ଥାନୀୟ ଏସଡିଜେଏମ ସମିକ୍ଷା ମହାନ୍ତି ଓ ମୋନାଲିସା ପ୍ରଧାନ ଯୋଗ ଦେଇ ବିଭିନ୍ନ ଆଇନ ସାଙ୍ଗକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରାଯାଇବା ସହିତ ଏଫଆଇଆର, ବେଲ୍‌, ସମନ, ୱାରେଂଟ, ଲିଗାଲ ରାଇଟ ଓ ଅପିଲ୍ ବିଷୟରେ ଆଲୋଚନା କରିଥିଲେ । ଏଥିରେ ଆଇନଜିବୀ ତଥା ପଟ୍ଟାମୁଣ୍ଡାଇ ବାର ଉପ ସଭାପତି ସୁରେଶ କୁମାର ନରେନ୍ଦ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ବରିଷ୍ଠ ଆଇନଜୀବୀ ଭୀମସେନ ପ୍ରଧାନ, ଭବାନୀଶଙ୍କର ପଣ୍ଡା, ଧୀରେନ୍ଦ୍ର ନାଥ ସାହୁ, ବିଦ୍ୟାଧର ଦାଶ ଓ ପିଏଲଭି ପ୍ରଫୁଲ୍ଲ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଆଇନଜୀବୀ ଜିତେନ୍ଦ୍ର ନନ୍ଦୀ ଧନ୍ୟବାଦ ଦେଇଥିଲେ ।


Next Post

ଆମ ସମ୍ପର୍କ ପକ୍ଷରୁ ମହାବିଷୁବ ମିଳନ ସମାରୋହ

Tue Apr 16 , 2024
କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଂଚଳର ଅଗ୍ରଣୀ କଳା, ସାହିତ୍ୟ, ସାଂସ୍କୃତିକ ଅନୁଷ୍ଠାନ ଆମ ସମ୍ପର୍କ ପକ୍ଷରୁ ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନୂଆ ବର୍ଷ ଅବସରରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟ ଠାରେ ମହାବିଷୁବ ମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରାଧ୍ୟାପକ ଅତୁଳ ବଳଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଅଧିବେଶନରେ ପ୍ରତିଷ୍ଠିତ ସାହିତ୍ୟିକା ଡ଼ ପ୍ରତିଭା ମହାରଥୀ ମୁଖ୍ୟଅତିଥି, ପ୍ରଫେସର ଦେବବ୍ରତ ପ୍ରଧାନ, ନାଟ୍ୟକାର ଅଧ୍ୟାପକ ଗୋଲକ ମହାରଣା ଓ […]

KANIKA