ଜ୍ଞାନପ୍ରଭା ମିଶନ ଦ୍ୱାରା ସୃଜନିକା କାର୍ଯ୍ୟକ୍ରମ ଅନୁଷ୍ଠିତ



କେନ୍ଦ୍ରାପଡା, ୨୪/୬: ଜ୍ଞାନପ୍ରଭା ମିଶନ ଦ୍ୱାରା ଆୟୋଜିତ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜଙ୍କ ମାର୍ଗଦର୍ଶନରେ ଶିକ୍ଷକମାନଙ୍କୁ ନେଇ ସୃଜନିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ପରମହଂସଜୀ “ଆଦର୍ଶ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା’ ଉପରେ ମାର୍ଗଦର୍ଶନ କରିଥିଲେ । ଆଦର୍ଶ ଶିକ୍ଷକଙ୍କ ଦ୍ୱାରା ଆଦର୍ଶ ଛାତ୍ର, ଆଦର୍ଶ ବିଦ୍ୟାଳୟ ଏବଂ ଆଦର୍ଶ ସମାଜ କିପରି ଗଠନ ହୋଇପାରିବ ସେହି ବିଷୟରେ ଆଲୋକପାତ କରିଥିଲେ । ଏଥିରେ ୨୫୦ରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ସୃଜନିକା କାର୍ଯ୍ୟକ୍ରମକୁ ଜ୍ଞାନପ୍ରଭା ମିଶନ୍‌ର ସନ୍ନ୍ୟାସି ସ୍ୱାମୀ ଜ୍ୟୋତିର୍ମୟାନନ୍ଦ ଗିରି ପରିଚାଳନା କରିଥିବା ବେଳେ ସହ ସମ୍ପାଦକ ସ୍ୱାମୀ ଗିରିଜାନନ୍ଦ ଗିରି କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜ୍ଞାନପ୍ରଭା ମିଶନର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମିଶ୍ର, ଉପାଧ୍ୟକ୍ଷା ସ୍ୱାମୀ ଜ୍ଞାନସ୍ୱରୂପାନନ୍ଦ ଗିରି, ସମ୍ପାଦକା ସ୍ୱାମୀ ସାରଦାନନ୍ଦ ଗିରି, ସ୍ୱାମୀ ସତ୍ୟମୟାନନ୍ଦ ଗିରି, ବ୍ରହ୍ମଚାରିଣୀ ଝରଣା, ବ୍ରହ୍ମଚାରିଣୀ ମଧୁସ୍ମିତା, ମିଶନ୍ ସଦସ୍ୟା ବିଜୟଲକ୍ଷ୍ମୀ ମା, ଗୀତାଞ୍ଜଳି ମା, ସୁଜାତା ମା ଉପସ୍ଥିତ ରହି ସହଯୋଗ କରିଥିଲେ । ସ୍ୱାମୀ ବିଶ୍ୱରୂପାନନ୍ଦ ଗିରି, ଚନ୍ଦ୍ରାବତୀ ମିଶ୍ର, ଅଭିମନ୍ୟୁ ପଢିହାରୀ, ପାବନି ରାଉତ, ପ୍ରସନ୍ନ ମଲ୍ଲ, ଶ୍ରୀକାନ୍ତ ରାଉତ ଏବଂ ରମେଶ ସାର୍‌ଙ୍କ ସହଯୋଗରେ କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ ହୋଇଥିଲା ।


Discover more from

Subscribe now to keep reading and get access to the full archive.

Continue reading