
କେନ୍ଦ୍ରାପଡ଼ା, ୨୫ା୬: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ହନୁମାନଜୀଉ ମନ୍ଦିର ନିକଟରେ ଜନଶକ୍ତି ପାର୍ଟି ପକ୍ଷରୁ ନବକୃଷ୍ଣ ଚୈାଧୁରୀଙ୍କ ଶ୍ରାଦ୍ଧଦିବସ ଅବସରରେ ବରିଷ୍ଠ ଆଇନଜୀବୀ ତଥା ପାର୍ଟିର ରାଜ୍ୟ ଅଧ୍ୟକ୍ଷ ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଟିତ ହୋଇଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଚୈାଧୁରୀଙ୍କ ସେବା, ସଚ୍ଚୋଟତାକୁ ପାଥେୟ କରି ଜନଶକ୍ତି ପାର୍ଟିର କର୍ମକର୍ତ୍ତାମାନେ ଅହରହ କାର୍ଯ୍ୟ କରିବାକୁ ଶ୍ରୀ ଦାଶ ଆହ୍ୱାନ ଦେଇଥିଲେ । ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ସେବା ଓ ତ୍ୟାଗ ଓଡିଶାବାସୀ ସଦାସର୍ବଦା ମନେ ରଖିବେ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଯିବା ପରେ ସେ ଯେପରି କୃଷି କାର୍ଯ୍ୟ ଓ ଆଶ୍ରମ ଧର୍ମ ପାଳନ କରିଥିଲେ ତାହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇରହିବ । ଏହି ସଭାରେ ସେବାଦଳ ପ୍ରମୁଖ ଅଶୋକ ରାଉତ, ସମ୍ପାଦକ ସମରେନ୍ଦ୍ର ଜେନା, ସଂଖ୍ୟାଲଘୁ ସେଲ ମୁଖ୍ୟ ସେକ ଅମିରୁଦ୍ଦିନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବାବୁଲି ପଣ୍ଡା, ଜିଲ୍ଲା ସଭାପତି ରମାକାନ୍ତ ମାହାଳି, କୃଷକ ସଭାପତି ବସନ୍ତ ପଲେଇ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।











